Minor Student Pregnant: ଲଜ୍ଜାଜନକ କାଣ୍ଡ ଘଟାଇଲେ ଦଶମଶ୍ରେଣୀ ଛାତ୍ରୀ । କନ୍ୟା ସନ୍ତାନକୁ ଜନ୍ମ ଦେଲେ ଦଶମଶ୍ରେଣୀ ଛାତ୍ରୀ । ସ୍କୁଲ ଚାରି କାନ୍ଥ ଭିତରେ କିପରି ଘଟିଲା ଏତେ ବଡ଼ ଘଟଣା। ଏହାକୁ ନେଇ ଏବେ ଉଠିଲା ପ୍ରଶ୍ନ।
ପାଠ ପଢି ନିଜ ଭବିଷ୍ୟତ ଗଠନ କରିବା ପାଇଁ ସମସ୍ତେ ବିଦ୍ୟାଳୟକୁ ଯାଇଥାନ୍ତି । ହେଲେ ସେହି ହଷ୍ଟେଲର ଚାରି କାନ୍ଥ ଭିତରେ ଏକ ସନ୍ତାନ ଜନ୍ମ କରିଛି ନାବାଳିକା ଛାତ୍ରୀ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଆବାସିକ ବିଦ୍ୟାଳୟରେ । ଶିକ୍ଷାର ମନ୍ଦିର କୁହାଯାଉଥିବା ବିଦ୍ୟାଳୟରେ ନିରୀହ ଆଦିବାସୀ ଛାତ୍ରୀ ପିଲା ଜନ୍ମ କରିବା ଘଟଣା ସମସ୍ତଙ୍କୁ ଚକିତ କରିଛି।
ସୂଚନା ଅନୁଯାୟୀ, ଦଶମ ଶ୍ରେଣୀ ଛାତ୍ରୀ ଜଣଙ୍କ ଆବାସିକ ବିଦ୍ୟାଳୟରେ ରହି ପାଠ ପଢ଼ୁଥିଲେ। ଏଥିସହ ସ୍କୁଲ ହଷ୍ଟେଲରେ ରହୁଥିଲେ। ଗତକାଲି ଛାତ୍ରୀ ଜଣଙ୍କ ମାଟ୍ରିକ ପରୀକ୍ଷା ଦେବାକୁ ଯାଇଥିଲେ। ପରେ ହଷ୍ଟେଲକୁ ଫେରିଥିଲେ। ହେଲେ ସନ୍ଧ୍ୟାବେଳେ ହଷ୍ଟେଲରେ ହେଉଥିବା ପ୍ରାର୍ଥନାରେ ଯୋଗ ଦେଇନଥିଲେ। ଏହି ନେଇ ହଷ୍ଟେଲର ମାଟ୍ରୋନ ଖୋଜାଖୋଜି କରିଥିଲେ, ଅନ୍ୟ ଛାତ୍ରୀଙ୍କୁ ପଚରାଉଚରା କରିଥିଲେ। ହେଲେ ଛାତ୍ରୀଙ୍କୁ ପାଇନଥିଲେ। ପରେ ମାଟ୍ରୋନ ପ୍ରଧାନଶିକ୍ଷକଙ୍କୁ ଜଣାଇଥିଲେ। ପ୍ରଧାନ ଶିକ୍ଷକ ଘଟଣା ସଂପର୍କରେ ପୁଲିସକୁ ଜଣାଇଥିଲେ।
ଛାତ୍ରୀ ଜଣକ ପରୀକ୍ଷା ଦେଇ ସ୍କୁଲ ହଷ୍ଟେଲକୁ ଫେରିବା ପରେ ପିଲାର ଜନ୍ମ ହୋଇଛି । ଚିତ୍ରକୋଣ୍ଡା ପୁଲିସ ଖବର ପାଇ ହଷ୍ଟେଲରେ ପହଞ୍ଚି ଖୋଜାଖୋଜି କରିଥିଲା। ପରେ ହଷ୍ଟେଲ ଛାତ ଉପରେ ଥିବା ପାଣି ଟାଙ୍କି ପାଖରେ ଝିଅଟି କନ୍ୟା ସନ୍ତାନକୁ ଜନ୍ମ ଦେଇଥିବା ଦେଖିବାକୁ ମିଳିଥିଲା। ଛାତ୍ରୀଙ୍କୁ ହସ୍ପିଟାଲ ଆଣି ଅଧିକ ଚିକିତ୍ସା ଯୋଗାଇ ଦେବା ସହ ତଦନ୍ତ ଆରମ୍ଭ କରିଛି। ପୁଲିସ ଏହି ଘଟଣାରେ ଜଣେ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି।
ସ୍କୁଲ ଚାରି କାନ୍ଥ ଭିତରେ ଏତେ ବଡ଼ ଘଟଣା କେମିତି ଘଟିଲା ବୋଲି ପ୍ରଶ୍ନ କରିବା ସହ ଏହି ଘଟଣା ପାଇଁ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଥିଲେ ଛାତ୍ରୀଙ୍କ ବାପା ମା’। ଅନ୍ୟପଟେ ପ୍ରଧାନଶିକ୍ଷକ ନିଜର ମୁଣ୍ଡରୁ ଦୋଷ ଛଡାଇବା ପାଇଁ ହଷ୍ଟେଲ ମାଟ୍ରୋନ ଓ ANMଙ୍କୁ ଦାୟୀ କରିଥିଲେ। ମାଟ୍ରୋନ ଓ ANM ଙ୍କ କାର୍ଯ୍ୟରେ ଅବହେଳା ପାଇଁ ଏପରି ଘଟଣା ଘଟିଛି ବୋଲି କହିଥିଲେ। ଏହି ନେଇ ପ୍ରଧାନଶିକ୍ଷକ ଥାନାରେ ଅଭିଯୋଗ କରିଛନ୍ତି। ଏବେ ଏଠାରେ ପ୍ରଶ୍ନ ଉଠୁଛି ଯେ,ହଷ୍ଟେଲରେ ରହୁଥିବା ଛାତ୍ରୀ ମାଆ ହେଲେ କେମିତି? କ’ଣ କରୁଥିଲେ ହଷ୍ଟେଲ ୱାର୍ଡେନ୍? ଏହି ଘଟଣା ପାଇଁ କିଏ ଦାୟୀ?
ALSO READ: https://purvapaksa.com/man-slaps-wife-to-death-for-not-cooking-chicken-for-dinner-in-dhenkanal/