Subhadra : ୨୦୨୫ ମାର୍ଚ୍ଚ ୭ ସୁଭଦ୍ରା ପ୍ରଥମ କିସ୍ତି ଆବେଦନର ଶେଷ ତାରିଖ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମଙ୍ଗଳବାର ସୂଚନା ଦେଇଛନ୍ତି। ଦ୍ୱିତୀୟ କିସ୍ତି ସୁଭଦ୍ରା ସହାୟତା ମାର୍ଚ୍ଚ ୮ ମହିଳା ଦିବସରେ ମିଳିବ।
ସୁଭଦ୍ରା ଯୋଜନାରେ ସାମିଲ ହେବାକୁ ହିତାଧିକାରୀମାନେ ଆସନ୍ତାବର୍ଷ ମାର୍ଚ୍ଚ ୭ ତାରିଖ ସୁଦ୍ଧା ଆବେଦନ କରିପାରିବେ। ଅର୍ଥାତ ୨୦୨୫ ମାର୍ଚ୍ଚ ୭ ସୁଭଦ୍ରା ପ୍ରଥମ କିସ୍ତି ଆବେଦନର ଶେଷ ତାରିଖ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମଙ୍ଗଳବାର ସୂଚନା ଦେଇଛନ୍ତି। ଦ୍ୱିତୀୟ କିସ୍ତି ସୁଭଦ୍ରା ସହାୟତା ମାର୍ଚ୍ଚ ୮ ମହିଳା ଦିବସରେ ମିଳିବ। ସେପଟେ ମାଲକାନଗିରିର ବଣ୍ଡାଘାଟିରେ ଥିବା ହିତାଧିକାରୀଙ୍କ ପାଖକୁ ବିଭାଗୀୟ ଅଧିକାରୀ ଯାଇ ଫିଜିକାଲ ଭେରିଫିକେସନ୍ କରିବାକୁ ଉପମୁଖ୍ୟମନ୍ତ୍ରୀ ନିଦେ୍ର୍ଦଶ ଦେଇଛନ୍ତି।
ବ୍ୟାଙ୍କମିତ୍ରମାନେ ଲୋକମାନଙ୍କ ପାଖକୁ ଯିବେ
ବର୍ତ୍ତମାନ ସୁଦ୍ଧା ପ୍ରଥମ କିସ୍ତିର ତୃତୀୟ ର୍ପ୍ୟାୟରେ ମହିଳାଙ୍କ ଆକାଉଣ୍ଟକୁ ସୁଭଦ୍ରା ଟଙ୍କା ପଠାଯାଇଛି। ମୋଟ ଏକ କୋଟି ୪ଲକ୍ଷ ଆବେଦନ ମଧ୍ୟରୁ ୩ଟି ପର୍ଯ୍ୟାୟରେ ମୋଟ ୮୦ ଲକ୍ଷ ୪୬ ହଜାର ମହିଳାଙ୍କୁ ସୁଭଦ୍ରା ସହାୟତା ରାଶି ମିଳିସାରିଲାଣି। ଡିସେମ୍ବରରେ ଚତୁର୍ଥ ପର୍ଯ୍ୟାୟରେ ଆଉ ୨୦ ଲକ୍ଷ ମହିଳାଙ୍କୁ ସୁଭଦ୍ରା ଟଙ୍କା ଦେଇ କୋଟିଏ ହିତାଧିକାରୀଙ୍କୁ ସାମିଲ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା। ସେପଟେ ହିତାଧିକାରୀଙ୍କୁ ବ୍ୟାଙ୍କରେ ଅଥା ଭିଡ଼ ନ ଜମାଇବାକୁ ଉପମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଯେଉଁ ଆବେଦନରେ ସମସ୍ୟା ରହିଛି ସେ କ୍ଷେତ୍ରରେ ଅଙ୍ଗୱାଡି କର୍ମଚାରୀ, ତହସିଲ ଅଧିକାରୀ ଓ ବ୍ୟାଙ୍କମିତ୍ରମାନେ ଲୋକମାନଙ୍କ ପାଖକୁ ଯାଇ ତାହାକୁ ସମାଧାନ କରିବେ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି।
ସରକାରୀ ଅଧିକାରୀ ଯିବେ ବଣ୍ଡାଘାଟି
ଅନ୍ୟପଟେ ବଣ୍ଡା ଘାଟିରେ “ସୁଭଦ୍ରା’ ଅପହଞ୍ଚ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ସରକାରୀ ଅଧିକାରୀ ବଣ୍ଡାଘାଟି ଯାଇ ଲୋକଙ୍କ ପାଖରେ ପହଞ୍ଚôବେ । ଯାହା ସମସ୍ୟା ରହିଛି ସରକାରୀ ଅଧିକାରୀ ତାହାକୁ ଦୂର କରିବେ । ବଣ୍ଡା ଘାଟିର ୧୭୧୧ ମହିଳାଙ୍କ ମଧ୍ୟରୁ ୫ ଶହରୁ ଊର୍ଦ୍ଧ୍ୱ ହିତାଧିକାରୀ ସୁଭଦ୍ରା ଟଙ୍କା ପାଇସାରିଛନ୍ତି। ଆବେଦନ ସମସ୍ୟା ନେଇ ଅନ୍ୟ ହିତାଧିକାରୀମାନେ ସୁଭଦ୍ରା ଟଙ୍କା ପାଇବାରେ ବିଳମ୍ବ ହୋଇଛି। ତେଣୁ ଯାହା ବି ସମସ୍ୟା ରହିଛି ଦୂର କରାଯାଇ ସେମାନଙ୍କୁ ସୁଭଦ୍ରା ଟଙ୍କା ପ୍ରଦାନ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି।