ମିଠା ଖାଇବାକୁ କାହାକୁ ନା ପସନ୍ଦ । ଯେତେ କିଛି ଖାଇଲେ ବି ମିଠା ଖାଇବାର କ୍ରେଜ ଟା ବହୁତ ଅଲଗା । ଶୀତ ଶୀତ ସନ୍ଧ୍ୟାରେ ଯଦି ମିଳିଯାଏ ଗରମ ଗରମ ରାବିଡ଼ି, ତାହେଲେ ଆଉ କ’ଣ ଦରକାର ଯେ ? ଚାଲନ୍ତୁ ଆଜି ଆମେ ଝଟପଟ ଏବଂ ବହୁତ ସହଜ ଉପାୟରେ ତିଆରି କରିବା ମିଠା ମିଠା ରାବିଡ଼ି ।
ଏମିତି ଘରେ କେତେଥର ହୋଇଥିବ ଯେ, ଆପଣ ସ୍ୱାଦିଷ୍ଟ ରାବିଡ଼ି ତିଆରି କରିଥିବେ ଏବଂ ଆପଣଙ୍କ ପୁରା ପରିବାର ଆପଣଙ୍କର ବହୁତ ପ୍ରଶଂସା କରିଥିବେ । ଯଦି ଏ ପର୍ଯ୍ୟନ୍ତ ଏମିତି ହୋଇ ନାହିଁ ତେବେ ବର୍ତ୍ତମାନ ଏହା ହେବ । ରାବିଡ଼ି ତିଆରି କରିବା ପାଇଁ ପ୍ରଥମେ ଆମକୁ କିଛି ଦରକାରୀ ସାମଗ୍ରୀ ଦରକାର ।
ଆବଶ୍ୟକୀୟ ସାମଗ୍ରୀ
- ୨ଲିଟର କ୍ଷୀର
- ୧କପ ଚିନି
- ୧/୨ଚାମଚ ଅଳେଇଚ ଗୁଣ୍ଡ
- ୧କପ ଖୋଆ
- ୧/୪କପ କାଜୁ
- ୧/୪କପ ପିସ୍ତା
- କେଶର
ପ୍ରସ୍ତୁତ କରିବାର ପ୍ରଣାଳୀ - ସର୍ବପ୍ରଥମେ, ଏକ ପାତ୍ରରେ କ୍ଷୀର ରଖନ୍ତୁ ଏବଂ ଏହାକୁ ଫୁଟିବାକୁ ଦିଅନ୍ତୁ । ଫୁଟିବା ସମୟରେ ଏହାକୁ ଗୋଟିଏ ବଡ଼ ଚାମଚ ଦ୍ୱାରା କ୍ରମାଗତ ଭାବରେ ଘାଣ୍ଟନ୍ତୁ ।
- ଏହାକୁ ୩୦-୪୦ ମିନିଟ୍ ପାଇଁ କମ୍ ଫ୍ଲେମରେ ଭଲ ଭାବରେ ଫୁଟାନ୍ତୁ ।
- ଯେତେବେଳେ କ୍ଷୀରର ପରିମାଣ କମିଯିବ, ସେଥିରେ ଚିନି ମିଶାନ୍ତୁ ଏବଂ ଏହାକୁ ଭଲ ଭାବରେ ତରଳିବାକୁ ଦିଅନ୍ତୁ ।
- ଚିନି ତରଳିବା ପରେ ଖୋଆ ମିଶାନ୍ତୁ । ଖୋଆ ମିଶାଇବା ଦ୍ୱାରା ରାବିଡ଼ି ଗାଢ଼ ହୋଇଥାଏ ।
- ଖୋଆକୁ ଭଲ ଭାବରେ ମିଶାଇବା ପରେ ସେଥିରେ କାଟି ରଖିଥିବା କାଜୁ ଏବଂ ବାଦାମ ମିଶାଇ କିଛି ସମୟ ପାଇଁ ଘାଣ୍ଟନ୍ତୁ।
- ଏହାପରେ ସେଥିରେ ଅଳେଇଚ ଗୁଣ୍ଡ ମିଶାନ୍ତୁ ଏବଂ ୧୦ ମିନିଟ୍ ପାଇଁ ଘାଣ୍ଟନ୍ତୁ ।
- ଶେଷରେ ସେଥିରେ କେଶର ମିଶାଇ ଗ୍ୟାସ୍ ବନ୍ଦ କରନ୍ତୁ ।
- ବର୍ତ୍ତମାନ ଆପଣଙ୍କର ଗାଢ଼ ଏବଂ ସ୍ୱାଦିଷ୍ଟ ରାବିଡ଼ି ରେଡ଼ି ହୋଇ ସାରିଛି । ଏବେ ଆପଣ ଏହାକୁ ଗରମ ଉପଭୋଗ କରିପାରିବେ ।
ଏଥିରେ ଧ୍ୟାନ ଦେବେ
- କ୍ଷୀରକୁ ଗ୍ୟାସରେ ରଖିବା ପୂର୍ବରୁ ପାତ୍ରକୁ ଭଲ ଭାବରେ ସଫା କରନ୍ତୁ ।
- କ୍ଷୀରକୁ କମ୍ ନିଆଁରେ ଛାଡନ୍ତୁ ନାହିଁ, କ୍ରମାଗତ ଭାବରେ ଏହାକୁ ଘାଣ୍ଟନ୍ତୁ ।
- ହାଇ ଫ୍ଲେମରେ କ୍ଷୀରକୁ ରାନ୍ଧନ୍ତୁ ନାହିଁ । ଏପରି କରିବା ଦ୍ୱାରା କ୍ଷୀର ଜଳିପାରେ ଯାହା ରାବିଡ଼ି ସ୍ୱାଦକୁ ନଷ୍ଟ କରିଦେବ।
- ଯେତେବେଳେ କ୍ଷୀର ୨ଲିଟରରୁ କମିଯିବ ତା’ପରେ ସେଥିରେ ଚିନି ମିଶାନ୍ତୁ । ଯଦି ଆପଣ ଏହା ପୂର୍ବରୁ କ୍ଷୀରରେ ଚିନି ମିଶାନ୍ତି , ଏହା ଅତ୍ୟଧିକ ମିଠା ହୋଇ ଯାଇପାରେ ।
PREVIOUS POST: https://purvapaksa.com/how-to-creat-baby-girl-name/