ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ମହୁଆଙ୍କ ନାଲି ଆଖି। ଖୋଲାଖୋଲି ଓଡ଼ିଶା ସରକାରଙ୍କୁ ଗାଳି ଦେଲେ ପଶ୍ଚିମବଙ୍ଗ ସାଂସଦ । ମୋହନଙ୍କ ସହ ମୁଖ୍ୟ ଶାସନ ସଚିବ, ପୋଲିସ ଡିଜିଙ୍କୁ ବି କଲେ ଟାର୍ଗେଟ। ଓଡ଼ିଶାରେ ଅବୈଧ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଖୋଜି ବାହାର କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଆଜି ଝାରସୁଗୁଡା ଜିଲ୍ଲାରୁ ୪୪୪ ସନ୍ଦିଗ୍ଧଙ୍କୁ ପୋଲିସ ଧରିବା ସହ ପଚରାଉଚରା କରୁଛି। ତେବେ ଏହାକୁ ନେଇ ପଶ୍ଚିମବଙ୍ଗ ସାଂସଦ ମହୁଆ ମୋଇତ୍ର ନିଆଁ ବାଣ ହୋଇ ଓଡ଼ିଶା ସରକାରଙ୍କୁ ଗାଳି ଦେଉଛନ୍ତି। ମହୁଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ମୁଖ୍ୟ ଶାସନ ସଚିବ ଓ ପୋଲିସ ଡିଜିଙ୍କ ଉଦ୍ଦେଶ୍ୟରେ ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଜାରି କରିବା ସହ ସିଧାସିଧା ଓଡ଼ିଶା ପୋଲିସର କାର୍ଯ୍ୟାନୁଷ୍ଠାକୁ ଭୁଲ ବୋଲି ପ୍ରମାଣିତ କରିବାକୁ ଚେଷ୍ଟା କରିଛନ୍ତି। ଆଜି ଝାରସୁଗୁଡା ଜିଲ୍ଲାରୁ ଅଟକ ରହିଥିବା ୪୪୪ ସନ୍ଦିଗ୍ଧମାନେ ପଶ୍ଚିମବଙ୍ଗ ଶ୍ରମିକ ଅଟନ୍ତି ଏବଂ ସେଥିରେ ତାଙ୍କ ସଂସଦୀୟ କ୍ଷେତ୍ରର ୨୩ ଜଣ ରହିଛନ୍ତି। ସେମାନେ କାମକରିବା ପାଇଁ ଓଡ଼ିଶା ଆସିଥିବା ବେଳ ଜାଣିଶୁଣି ହଇରାଣ କରାଯାଉଛି ବୋଲି ମହୁଆ ଅଭିଯୋଗ କରିଛନ୍ତି। ସେମାନଙ୍କ ପାଖରେ ସମସ୍ତ କାଗଜ ପତ୍ର ଥାଇ ମଧ୍ୟ ପୋଲିସ ହଇରାଣ କରୁଛି, ଏପରିକି ପଶ୍ଚିମବଙ୍ଗ ପୋଲିସ ଅଧିକାରୀ ପ୍ରମାଣ ଦେବା ପରେ ବି ଝାରସୁଗୁଡା ପୋଲିସ ସେମାନଙ୍କ କଥା ଶୁଣୁ ନାହିଁ ବୋଲି ମହୁଆ କହିଛନ୍ତି।
23 workers from Nadia being held in illegal detention in Jharsuguda. I urge @SecyChief @DGPOdisha to release immediately. Never happened in 24 years of @Naveen_Odisha & now it is daily occurrence. Do not think there is no-one to fight for these workers. pic.twitter.com/n4WMBFQlB6
— Mahua Moitra (@MahuaMoitra) July 9, 2025
ଖାଲି ସେତିକି ନୁହେଁ ମହୁଆ ନବୀନ ସରକାର ଗୁଣଗାନ କରି କହିଛନ୍ତି, ଗତ ୨୪ ବର୍ଷ ଭିତରେ ନବୀନ ପଟ୍ଟନାୟକଙ୍କ ସମୟରେ ଆମେ ଏଭଳି ପରିସ୍ଥିତିର ସମ୍ମୁଖୀନ ହୋଇ ନଥିଲୁ। ଏଭଳି ଘଟଣା ଉଦ୍ଦେଶ୍ୟମୂଳକ ଲାଗୁଛି। ଓଡ଼ିଶା ସରକାରଙ୍କୁ ପରୋକ୍ଷରେ ଧମକ ଦେଇ କହିଛନ୍ତି ଯେ, ଭୁଲି ଯାଆନ୍ତୁ ନାହିଁ, ଓଡ଼ିଶାର ୫୦ ପ୍ରତିଶତ ପର୍ଯ୍ୟଟକ ପଶ୍ଚିମବଙ୍ଗରୁ ଯାଉଛନ୍ତି। ଆଜି ଆମ ଶ୍ରମିକମାନଙ୍କ ଉପରେ ହେଉଥିବା ଅତ୍ୟାଚାରର ପ୍ରଭାବ କାଲି ଆପଣଙ୍କ ହୋଟେଲ, ତୀର୍ଥସ୍ଥାନ ଓ ପର୍ଯ୍ୟଟନସ୍ଥଳୀ ଉପରେ ପଡିପାରେ। ଏହାସହ ସେ ତୁରନ୍ତ ସେମାନଙ୍କ ଶ୍ରମିକକୁ ଛଡାଯାଉ ବୋଲି ଓଡ଼ିଶା ସରକାରଙ୍କ ପାଖରେ ଦାବି କରିଛନ୍ତି। ତେବେ ମହୁଆଙ୍କ ଆଚରଣ ଆଉ ଉଚାରଣ ଦେଖି ତାତିଛନ୍ତି ଓଡ଼ିଆ ଲୋକେ। ମହୁଆ ଏକ ପାଖିଆ ହୋଇ ନିଜ ଭୋଟ ପାଇଁ ଏଭଳି କହୁଛନ୍ତି ବୋଲି କହିଛନ୍ତି ଲୋକେ। କେହି କେହି ପାଟି ବନ୍ଦ କରିବାକୁ କହୁଥିବା ବେଳେ ଆଉ କେହି ଟାହୁଲି କରି ଲେଖିଛନ୍ତି, ଭାଉଜଙ୍କ ଭାଇମାନେ ଆଠ ଦିନ ପାଇଁ ଆସିଥିଲେ ବାହାଘର ପରେ, ତାଙ୍କୁ ଏତେ ଦିନ ରଖିବା କଥା ନୁହେଁ, ଅଷ୍ଟ ମଙ୍ଗଳା ପରେ ବିଦା କରିଦେବା କଥା ଲୁଙ୍ଗି ଗଞ୍ଜି ଦେଇ! ତୁରନ୍ତ ସେମାନଙ୍କୁ ବାଂଲାଦେଶ ପଠାଯାଉ,ମିଶ୍ର ବାବୁ ନିଜେ ଯାଇ ଛାଡ଼ି ଆସନ୍ତୁ ଶଳା ମାନଙ୍କୁ। କିଛି ଲୋକ ଭାଉଜ କହି ମଧ୍ୟ ଚିଡ଼ାଉଥିବାର ଦେଖିବାକୁ ମିଳୁଛି। ତେବେ ଦେଖାଯାଉ ମହୁଆଙ୍କୁ ମୋହନ କି ଜବାବ ଦେଉଛନ୍ତି।
Also Read https://purvapaksa.com/difficult-to-buy-rafale-jets-in-future/
Difficult to buy Rafale jets in future! ।। ଭାରତ ଆଉ କିଣି ପାରିବନି ରାଫେଲ ଜେଟ୍ !
