ମହାକୁମ୍ଭରେ ନିଜ ଆଖି ପାଇଁ ଭାଇରଲ ମୋନାଲିସାଙ୍କ ସରିଛି ବିବାହ | ନିଜ ଅନଲାଇନ୍ ବନ୍ଧୁ ଫରମାନ୍ ଖାନ୍ ଙ୍କୁ ବିବାହ କରି ଚର୍ଚ୍ଚାରେ ସେ | ସୋସିଆଲ୍ ମିଡ଼ିଆରେ ଛୁଟିଛି ପ୍ରଶ୍ନର ସୁଅ | ତେବେ ଏହି ଆନ୍ତଃଧର୍ମ ବିବାହକୁ ନେଇ ମୋନାଲିସା କହିଛନ୍ତି ,ବାପାମା ଯେଉଁ ବ୍ୟକ୍ତିଙ୍କ ସହିତ ତାଙ୍କ ବିବାହ ସ୍ଥିର କରୁଥିଲେ ସେ ସମ୍ପର୍କରେ ତାଙ୍କ ଭାଇ ହୋଇଥିବାରୁ ସେ ଏହି ବିବାହ ପାଇଁ ରାଜି ନଥିଲେ | ଏଥି ସହିତ ସେ ଏକ ଭିଡିଓ ମାଧ୍ୟମରେ ନିଜ ତାଙ୍କ କଷ୍ଟ ବିଷୟରେ କହିଥିଲେ । ତେବେ ବିବାହ ପରେ ଅନେକ ଗୁଏରେ ପ୍ରଶ୍ନର ଖୁଲାସା କରିବା ପାଇଁ ସେ ଡାକିଥିଲେ ଏକ ସାମ୍ବାଦିକ ସମ୍ମିଳନୀ ।
वायरल ‘कुंभ मेला गर्ल’ मोनालिसा भोसले ने अपने बॉयफ्रेंड फ़रमान के साथ केरल के तिरुवनंतपुरम के एक मंदिर में शादी कर ली।#Monalisa
pic.twitter.com/DVdsX9ks4d— Jyotsna Yadav (Jyoti) (@jyotsana51400) March 11, 2026
ମହାକୁମ୍ଭରେ ମାଳ ବିକ୍ରୟ କରି ରୂପେଲି ପରଦାକୁ ଆସିଥିବା ମୋନାଲିସା ବର୍ତ୍ତମାନ ତାଙ୍କ ବିବାହ ପାଇଁ ପୁଣି ଚର୍ଚ୍ଚାକୁ ଆସିଛନ୍ତି | ମୋନାଲିସା ଛଅ ମାସ ତାଙ୍କ ବର୍ତ୍ତମାନର ଜୀବନ ସାଥି ଫରମାନଙ୍କ ସହ ଡେଟିଂ କରିବା ପରେ ତାଙ୍କୁ ବିବାହ କରିଥିଲେ । ବିବାହକୁ ନେଇ ଅନେକ ପ୍ରକାରର ଗୁଜବ ଉଠିଥିଲା । ତେବେ ଏସବୁର ଉତ୍ତର ଦେବା ପାଇଁ ମୋନାଲିସା ଡାକିଥିଲେ ଏକ ସାମ୍ବାଦିକ ସମ୍ମିଳନୀ | ସେ ବ୍ୟାଖ୍ୟା କରିଥିଲେ ଯେ ତାଙ୍କ ବିବାହ ସମ୍ପୂର୍ଣ୍ଣ ହିନ୍ଦୁ ରୀତିନୀତି ଅନୁସାରେ ହୋଇଥିଲା । ଫରମାନ କହିଥିଲେ ଯେ ବିବାହ କରିବା ପାଇଁ ମୋନାଲିସଙ୍କୁ ଇସଲାମ ଧର୍ମ ଗ୍ରହଣ କରିବା ଆବଶ୍ୟକ ନୁହେଁ । ତାଙ୍କର କମ୍ ବୟସରେ ବିବାହ ସମ୍ବନ୍ଧରେ , ମୋନା କହିଥିଲେ ଯେ ତାଙ୍କ ବାପାମା ତାଙ୍କୁ ସମ୍ପର୍କରେ ମାଉସୀଙ୍କ ପୁଅ ସହିତ ତାଙ୍କୁ ବିବାହ ଦେବାକୁ ଚିନ୍ତା କରୁଥିଲେ, କିନ୍ତୁ ମୋନା ତାହା ଚାହୁଁ ନଥିଲେ । ଏପରି ପରିସ୍ଥିତିରେ, ସେ ଫରମାନଙ୍କୁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । ସ୍ୱାମୀ ଫରମାନ ମୋନାଙ୍କ ଆଧାରକାର୍ଡ଼ ଦେଖାଇ ସେ ୧୮ ବର୍ଷରୁ ଉର୍ଦ୍ଧ ହୋଇଥିବା ପ୍ରମାଣ ଦେଇଛନ୍ତି |
VIDEO | Thiruvananthapuram, Kerala: “I got married according to Hindu rituals. It is not ‘love jihad’. I respect all religions and consider every religion equal,” says Viral Mahakumbh girl Monalisa.
(Full video available on https://t.co/n147TvrpG7) pic.twitter.com/LFNk6GzGMC
— Press Trust of India (@PTI_News) March 12, 2026
ତେବେ ମୋନାଲିସା କହିଛନ୍ତି କି ତାଙ୍କ ପିତାମାତା ତାଙ୍କୁ ବିବାହ କରିବାକୁ ଚାହୁଁଥିବା ପୁରୁଷ ତାଙ୍କ ମାଉସୀଙ୍କ ପୁଅ ବୋଲି ଜାଣିଲା ପରେ ସେ ତାଙ୍କୁ ପସନ୍ଦ କରନ୍ତିନି ବୋଲି ନିଜ ବାପାମାଙ୍କୁ ବୁଝାଇଥିଲେ | ପରେ, ସେ ତାଙ୍କ ପରିବାର ସହିତ ଫରମାନଙ୍କ ସହିତ ନିଜ ବିବାହ ବିଷୟରେ ଆଲୋଚନା କରିଥିଲେ, କିନ୍ତୁ ସେମାନଙ୍କ ପରିବାର ତାଙ୍କ ସମ୍ପର୍କକୁ ନେଇ ଖୁସି ନଥିଲେ। ମୋନା ପ୍ରକାଶ କରିଥିଲେ ଯେ ତାଙ୍କ ବାପା ତାଙ୍କ ବିବାହରେ ଯୋଗ ଦେଇ ନଥିଲେ। ତଥାପି, ମୋନା ନିଶ୍ଚିତ ଯେ ଶୀଘ୍ର କିମ୍ବା ବିଳମ୍ବରେ ସେ ତାଙ୍କ ବାପା ଏବଂ ପରିବାରର ସମସ୍ତ ସଦସ୍ୟଙ୍କୁ ମନାଇନେବେ।
Viral #KumbhMela fame #Monalisa Bhosle has reportedly married her boyfriend Farman Khan at a temple in Thiruvananthapuram. The couple has sought protection from #Kerala Police amid family opposition to their relationship.
Monalisa from Indore, Madhya Pradesh, shot to fame after a… pic.twitter.com/P41vBSCLZs— Ashish (@KP_Aashish) March 11, 2026
ଫିଲ୍ମ ସମ୍ମୁଖର ପରିସ୍ଥିତି କ’ଣ?
ମୋନାଲିସା ଖୁବ୍ ଶୀଘ୍ର ନିର୍ଦ୍ଦେଶକ ସନୋଜ ମିଶ୍ରଙ୍କ ଫିଲ୍ମ “ଡାଏରିଜ୍ ଅଫ୍ ମଣିପୁର”ରେ ନଜର ଆସିବେ। ଫିଲ୍ମଟି ବର୍ତ୍ତମାନ ନିର୍ମାଣାଧୀନ ଅବସ୍ଥାରେ ଥିଲା ବେଳେ ଖୁବ୍ ଶୀଘ୍ର ଏହା ଥିଏଟରରେ ମୁକ୍ତିଲାଭ କରିବ । ମୋନା ଚଳଚିତ୍ରରେ ଅଭିନୀତ କିଛି ସଂଗୀତ ଭିଡିଓରେ ମଧ୍ୟ ଦେଖାଦେଇଛନ୍ତି। ତେବେ ବିବାହ ପରେ ସେ ଫିଲ୍ମରେ କାମ ଜାରି ରଖିବେ କି ଏଥିରୁ ବିରତି ନେବେ ତାହା ଦେଖିବାକୁ ବାକି ଅଛି ।
also read : https://purvapaksa.com/iran-gives-green-signal-to-indian-ship/
ଭାରତୀୟ ଜାହାଜକୁ ଗ୍ରୀନ ସିଗନାଲ୍ , ସୁରକ୍ଷିତ ବାଟ କଢ଼େଇଲା ଇରାନ | Iran gives green signal to Indian ship


