ବିଗତ କିଛି ଦିନ ହେବ ସିନେମା ସୈୟାରା ବକ୍ସ ଅଫିସରେ କମାଲ କରିଛି । ଯୁବପିଢ଼ିଙ୍କୁ ଏହି ସିନେମା ଖୁବ୍ ପସନ୍ଦ ଆସିଛି । କିନ୍ତୁ ବର୍ତ୍ତମାନ ସୈୟାରାକୁ ଟକ୍କର ଦେଲା ଭଳି ଏକ ଆନିମେଟେଡ୍ ଫିଲ୍ମ ବିଷୟରେ ଚର୍ଚ୍ଚ ହେଉଛି । ଯାହାର ସୈୟାରାକୁ ପଛରେ ପକାଇଦେଇଛି । ଫିଲ୍ମର ନାମ ହେଉଛି ମହାବତାର ନରସିହ୍ମା, ଯାହାର ନିର୍ଦ୍ଦେଶନା ଏବଂ ପ୍ରଯୋଜନା ଅଶ୍ୱିନ କୁମାର ଦେଇଛନ୍ତି । ସେ ଏହି ଫ୍ରାଞ୍ଚାଇଜକୁ ଭାରତର MCU ଶୈଳୀରେ ଆରମ୍ଭ କରିଛନ୍ତି । ଲୋକଙ୍କ ମଧ୍ୟରେ ଫିଲ୍ମର ଚାହିଦା ଏତେ ଅଧିକ ଯେ ଏହାର ଆରମ୍ଭର ତିନି ଦିନରେ ହିଁ ଆୟରେ ୪୦୦ ପ୍ରତିଶତ ବୃଦ୍ଧି ଘଟିଛି । ଯେଉଁ କାରଣରୁ ଏହି ଫିଲ୍ମଟି ବଜେଟଠାରୁ ୬୦୦ ଗୁଣ ଅଧିକ ଆୟ କରିଛି ।
‘ମହାବତାର ନରସିହ୍ମା’ ସିନେମାକୁ ହୋମ୍ବାଲେ ଫିଲ୍ମସ୍ ପ୍ରେଜେଣ୍ଟ କରିଛନ୍ତି । ଏହି ପ୍ରଡକ୍ସନ୍ ପୂର୍ବରୁ KGF, ‘ସଲାର’ ଏବଂ ‘କାନ୍ତାରା’ ଭଳି ଫିଲ୍ମ ପ୍ରଯୋଜନା କରିସାରିଛନ୍ତି । ଯାହା ବିଶ୍ବସ୍ତରରେ ଭଲ ଆକ୍ସନ୍ ସିନେମା ରୂପେ ଆଗକୁ ଆସିଛି । କିନ୍ତୁ କିଛି ସମୟ ପୂର୍ବରୁ ମେକର୍ସମାନେ ‘ମହାବତାର ସିନେମାଟିକ୍ ୟୁନିଭର୍ସ’ (MCU)ର ଘୋଷଣା କରିଥିଲେ । ଏହା ଅଧୀନରେ ଭଗବାନ ବିଷ୍ଣୁଙ୍କ ଦଶାବତାର ଉପରେ ସାତୋଟି ଆନିମେସନ୍ ଫିଲ୍ମ ନିର୍ମାଣ କରାଯିବ । ସିରିଜର ପ୍ରଥମ ଫିଲ୍ମ ‘ମହାବତାର ନରସିହ୍ମା’ ୨୫ ଜୁଲାଇରେ ରିଲିଜ୍ ହୋଇଥିଲା । ଓପନିଂ ଡେ’ରେ ଏହା ୧.୭୫ କୋଟି ଟଙ୍କା ଆୟ କରିଥିଲା । କିନ୍ତୁ ଏହା ପରେ ଫିଲ୍ମର ଆୟରେ ଜବରଦସ୍ତ ବୃଦ୍ଧି ଦେଖିବାକୁ ମିଳିଥିଲା ।
ୱାର୍ଲ୍ଡୱାଇଡ୍ ଆୟକୁ ଦେଖିଲେ ଏହାକୁ ବର୍ତ୍ତମାନ ସୁଦ୍ଧା ପ୍ରାୟ ୬୨୭.୨୫ ପ୍ରତିଶତ ଲାଭ ହୋଇଛି । ଫିଲ୍ମର ଚାହିଦା ଦିନକୁ ଦିନ ବଢ଼ିବାରେ ଲାଗିଛି । ଶୁକ୍ରବାର ଦିନ ଏହା ୮୦୦ ସ୍କ୍ରିନରେ ରିଲିଜ୍ ହୋଇଥିଲା । କିନ୍ତୁ ଚାହିଦାକୁ ଦେଖି ଶନିବାର ଦିନ ଏହାର ଶୋ’ ବଢ଼ି ୧୧୦୦ ହୋଇଗଲା ଏବଂ ରବିବାର ସୁଦ୍ଧା ଏହାକୁ ୨୦୦୦ ସ୍କ୍ରିନ୍ ମିଳିଗଲା। ଖାସ୍ କଥା ହେଉଛି ‘ମହାବତାର ନରସିହ୍ମା’ ଭାରତର ପ୍ରଥମ ସୁପରହିଟ୍ ଆନିମେସନ୍ ଫିଲ୍ମ ହେବାକୁ ଯାଉଛି ।
ALSO READ https://purvapaksa.com/first-photo-of-two-pahalgam-attackers-killed-in-operation-mahadev/
