ଭୁବନେଶ୍ୱରରେ ଏଲପିଜି ବଣ୍ଟନ କେନ୍ଦ୍ର ବାହାରେ ଡେଲିଭରି ବିଳମ୍ବ ହେବାରୁ ବଢ଼ିଲା ଧାଡ଼ିର ଲମ୍ବ | ଡେଲିଭରି ବିଳମ୍ବ ହେବାରୁ ବାସିନ୍ଦାମାନେ ଗ୍ୟାସ ସିଲିଣ୍ଡର ସଂଗ୍ରହ କରିବାକୁ ପହଂଚିଥିଲେ | ଧୀରେ ଧୀରେ ବଢିଥିଲା ଭିଡ ଏବଂ ଏକାଠି ହୋଇଥିଲେ ଲୋକ | ଅନେକ ଗ୍ରାହକ ଦାବି କରିଥିଲେ ଯେ ସେମାନେ ରିଫିଲ୍ ବୁକ୍ କରିବା ସତ୍ତ୍ୱେବି ସପ୍ତାହ ଧରି ଅପେକ୍ଷା କରିଥିଲେ।
ଖଣ୍ଡଗିରିର ଲିଙ୍ଗରାଜ ଏଚ୍ପି ଗ୍ୟାସ ଷ୍ଟେସନ ବାହାରେ ସୋମବାର ରାତିରୁ ଲାଗିଛି ଗ୍ରାହକଙ୍କ ଲାଇନ | ଅନେକ ଲୋକ ସେମାନଙ୍କର ଗ୍ୟାସ ପାସବୁକ୍ ଧରି ସିଲିଣ୍ଡର ପାଇବା ପାଇଁ ଅପେକ୍ଷା କରିଥିବା ଦେଖାଯାଇଥିଲା।
ଡେଲିଭରି ପାଇଁ ଲମ୍ବା ଅପେକ୍ଷା
ଅନେକ ହିତାଧିକାରୀଙ୍କ ଅନୁଯାୟୀ, ସେମାନେ ପ୍ରାୟ ୨୦-୨୫ଦିନ ପୂର୍ବରୁ ଏଲପିଜି ସିଲିଣ୍ଡର ବୁକ୍ କରିଥିଲେ କିନ୍ତୁ ଏପର୍ଯ୍ୟନ୍ତ ଡେଲିଭରି ପାଇ ନଥିଲେ । ସେମାନେ ଏହା ମଧ୍ୟ ଅଭିଯୋଗ କରିଥିଲେ ଯେ ହୋମ୍ ଡେଲିଭରି ସେବା ସବୁ ବନ୍ଦ ହୋଇଯାଇଛି | ତେଣୁ ଅନେକ ଗ୍ରାହକ ବ୍ୟକ୍ତିଗତ ଭାବରେ ସିଲିଣ୍ଡର ସଂଗ୍ରହ କରିବା ପାଇଁ ବଣ୍ଟନ କେନ୍ଦ୍ରକୁ ଯିବାକୁ ବାଧ୍ୟ ହୋଇଥିଲେ।
କିଛି ଗ୍ରାହକ କହିଛନ୍ତି ଏଲପିଜିର ପାଇଁ ନେବାଆଣିବା ପରିସ୍ଥିତିରେ ଅସୁବିଧା ଏବଂ ହତାଶା ସୃଷ୍ଟି କରିଛି | କିଛି ଲୋକ କହିଛନ୍ତି ଯେ ବିଳମ୍ବ ଯୋଗୁଁ ସେମାନେ କଳା ବଜାରରେ ସିଲିଣ୍ଡର କିଣିବାକୁ ବାଧ୍ୟ ହୋଇଛନ୍ତି । ସେଠାରେ ଉପସ୍ଥିତ ଜଣେ ଗ୍ରାହକ କହିଛନ୍ତି, “ମୁଁ ୧୫ ଦିନ ପୂର୍ବରୁ ଏକ ସିଲିଣ୍ଡର ବୁକ୍ କରିଥିଲି ଏବଂ ଏକ ସପ୍ତାହ ପୂର୍ବରୁ ବିତରଣ କରାଯିବା କଥା ଥିଲା। କିନ୍ତୁ, ଯେତେବେଳେ ତାହା ହୋଇନଥିଲା, ଆମେ ଏହାକୁ ନିଜେ ନେବା ପାଇଁ ଏଠାକୁ ଆସିଛୁ।”
ଗ୍ରାହକଙ୍କ ମିଶ୍ରିତ ପ୍ରତିକ୍ରିୟା
ତଥାପି, ସମସ୍ତ ଗ୍ରାହକ ସିଲିଣ୍ଡର ପାଇବାରେ ଅସୁବିଧାର ରିପୋର୍ଟ କରିନାହାଁନ୍ତି। ଅନ୍ୟ ଜଣେ ଗ୍ରାହକ କହିଛନ୍ତି, “ଏଠାରେ ବହୁତ ସମସ୍ୟା ନାହିଁ। ଆମେ ଗତକାଲି ଏକ ଗ୍ୟାସ ସିଲିଣ୍ଡର ବୁକ୍ କରିଥିଲୁ ଏବଂ ଆଜି ପାଇଲୁ।” ରିପୋର୍ଟର ରେକର୍ଡ ଅନୁଯାଇ ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଧ୍ୟ ସଙ୍କଟ ମଧ୍ୟରେ ଏଲପିଜିର ଉପଲବ୍ଧତା ଉପରେ ଚିନ୍ତା ଦେଖାଦେବା ଆରମ୍ଭ କରିଛି | କିଛି ଲୋକ ଭୟ କରୁଛନ୍ତି ଯେ ଆଗାମୀ ଦିନରେ ଗ୍ୟାସ ସିଲିଣ୍ଡର ସହଜରେ ହୁଏତ ଉପଲବ୍ଧ ନ ହୋଇପାରେ।
ଯୋଗାଣ ଏବଂ ବଣ୍ଟନ ସମସ୍ୟା
ଏହି ସମୟରେ, ଓଡ଼ିଶା ସରକାର ଆଶ୍ୱାସନା ଦେଇଛନ୍ତି ଯେ ରାଜ୍ୟରେ ପର୍ଯ୍ୟାପ୍ତ ଏଲପିଜି ଷ୍ଟକ୍ ଉପଲବ୍ଧ ଅଛି । ଏଚ୍ପି ଗ୍ୟାସ ଆଉଟଲେଟର ପରିଚାଳକ କହିଛନ୍ତି ଯେ ‘ଗତ କିଛି ଦିନ ମଧ୍ୟରେ କେନ୍ଦ୍ରରୁ ଯୋଗାଣ ହ୍ରାସ ପାଇଛି । ପୂର୍ବରୁ ଆସୁଥିବା ଲୋଡର ସଂଖ୍ୟା ବହୁ ପରିମାଣରେ ହ୍ରାସ ପାଇଛି । ଜଣେ ଡ୍ରାଇଭରଙ୍କ ଦୁର୍ଘଟଣା ଘଟିଥିଲା ତେଣୁ ଆମେ ପରିବହନ ସମସ୍ୟାର ମଧ୍ୟ ସମ୍ମୁଖୀନ ହେଉଛୁ’| ସେ ଆହୁରି କହିଛନ୍ତି, “ଗ୍ରାହକମାନେ ସମ୍ମୁଖୀନ ହେଉଥିବା ଆଉ ଏକ ପ୍ରମୁଖ ସମସ୍ୟା ହେଉଛି OTP ସମସ୍ୟା। ସେମାନଙ୍କ ମଧ୍ୟରୁ ଅନେକ OTP ପାଉଛନ୍ତି ଏବଂ କେତେକ ସମୟରେ ସେମାନଙ୍କର ଅନଲାଇନ୍ ପେମେଣ୍ଟ ହୋଇପାରୁନାହିଁ। ଏପଟେ ଆମକୁ ବାଣିଜ୍ୟିକ ଗ୍ୟାସ ସିଲିଣ୍ଡର ବଣ୍ଟନ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।” ସୂତ୍ର ଅନୁଯାୟୀ, କେନ୍ଦ୍ର ସରକାର ଘରୋଇ ବ୍ୟବହାର ପାଇଁ ଏଲପିଜି ସିଲିଣ୍ଡରର ଉତ୍ପାଦନକୁ ପ୍ରାଥମିକତା ଦେବା ପାଇଁ ନିର୍ଦ୍ଦେଶ ଜାରି କରିବା ସହିତ, ବାଣିଜ୍ୟିକ ପ୍ରତିଷ୍ଠାନଗୁଡ଼ିକ ପ୍ରଭାବିତ ହେବାର ସମ୍ଭାବନା ରହିଛି।
also read : https://purvapaksa.com/deadline-set-for-investigation-report/
ତଦନ୍ତ ରିପୋର୍ଟ ପାଇଁ ସମୟସୀମା ଧାର୍ଯ୍ୟ || Deadline set for investigation report


