ରାଜ୍ୟରେ ପୁଣି ଏକ ଲଭ୍ ଜିହାଦ୍ ମାମଲା ସାମ୍ନାକୁ ଆସିଛି। ଜଗତସିଂହପୁର ଜିଲ୍ଲାର ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କର ଜାଲ ବୁଣିଥିଲା କଶ୍ମୀର ଯୁବକ। ଯୁବତୀଙ୍କୁ କଶ୍ମୀର ନେବା ପାଇଁ ଭୁବନେଶ୍ୱରରେ ଆସି ପହଞ୍ଜିଥିଲା। ହେଲେ ଧରିପକାଇଥିଲା ଭୁବନେଶ୍ୱର ପୁଲିସ୍। ବର୍ତ୍ତମାନ ଅଭିଯୁକ୍ତ କଶ୍ମୀର ଯୁବକଙ୍କୁ ମହିଳା ଥାନାରେ ଅଟକ ରଖାଯାଇଛି।
ତେବେ ୨୦୨୨ରୁ ଅନ୍ଲାଇନ୍ ଗେମ୍ରୁ ହିନ୍ଦୁ ଯୁବତୀଙ୍କ ସହ କଶ୍ମରୀ ଯୁବକ ସମୀର ମନସୁରର ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା। ପରେ ସେମାନଙ୍କ ମଧ୍ୟରେ ଘନିଷ୍ଠତା ବଢ଼ିବା ପରେ ପରସ୍ପରକୁ ନିଜର ନମ୍ବର ଦେଇଥିଲେ। ପରେ ନମ୍ବର ଯୋଗେ ଉଭୟ ସମ୍ପର୍କରେ ଥିବାବେଳେ ଏହାରି ଭିତରେ ୨ରୁ ୩ ଥର ଯୁବତୀଙ୍କୁ ଦେଖା କରିବା ପାଇଁ ସମୀର ଭୁବନେଶ୍ୱର ମଧ୍ୟ ଆସିଛି।
ହେଲେ ସମୀର ଯୁବତୀଙ୍କଠାରୁ ତାଙ୍କର ଧର୍ମ ଲୁଚାଇ ତାଙ୍କୁ ଜଣେ ହିନ୍ଦୁ ଯୁବକ ବୋଲି ପରିଚୟ ଦେଇଥିଲା। ଯେତେବେଳେ ବିବାହ ପାଇଁ ଯୁବତୀଙ୍କୁ ଧର୍ମ ପରିବର୍ତ୍ତନ କରାଇବାକୁ କହିଥିଲା ସେତେବେଳେ ଯୁବତୀ ଜଣଙ୍କ ସବୁ ସତ ଜାଣିବାକୁ ପାଇଥିଲେ। ଆଉ ଧର୍ମ ପରିବର୍ତ୍ତନ କରିବାକୁ ଅମଙ୍ଗ ମଧ୍ୟ ହୋଇଥିଲେ।
କିନ୍ତୁ କଶ୍ମୀର ଯୁବକ ସମୀର ଯୁବତୀଙ୍କୁ ଆଉ ତାଙ୍କ ପରିବାରଙ୍କୁ ଯୁବତୀଙ୍କ ସହ ତାହାର ଅନ୍ତରଙ୍ଗ ଭିଡିଓ ଦେଖାଇ ବ୍ଲାକମେଲ କରିବାକୁ ଆରମ୍ଭ କରିଥିଲା। ଏମିତିକି ପରିବାରଙ୍କୁ ୫ ଲକ୍ଷ ଟଙ୍କା ମଧ୍ୟ ମାଗିଥିଲା। ନ ହେଲେ ସେ ଯୁବତୀଙ୍କ ସହ ତାହାର ଭିଡିଓ ବିଭିନ୍ନ ସାଇଟରେ ଛାଡିଦେବ ବୋଲି ଧମାକାଉଥିଲା। ଖାଲି ସେତିକି ନୁହେଁ, ଯୁବତୀ ଜଣଙ୍କୁ ଶାରୀରିକ ନିର୍ଯ୍ୟାତନା ଦେବା ସହ ଧର୍ମ ପରିବର୍ତ୍ତନ କରିବା ପାଇଁ ଗାଳିଗୁଲଜ ମଧ୍ୟ କରୁଥିଲା।
ତେବେ ଏହାକୁ ନେଇ ଯୁବତୀଙ୍କ ପରିବାର ପୋଲିସର ସହାୟତା ନେଇଥିବାବେଳେ ଯୋଜନାବଦ୍ଧ ଭାବରେ ଯୁବତୀଙ୍କୁ ନେଇ ଟ୍ରେନ୍ ଯୋଗେ ପୁଣି କାଶ୍ମୀର ଫେରାର ହେବାକୁ ବାହାରିଥିବାବେଳେ ମାଡ଼ିବସିଥିଲା ଭୁବନେଶ୍ୱର ପୁଲିସ୍। ଏଥିସହ ଯୁବତୀଙ୍କୁ ମଧ୍ୟ ଉଦ୍ଧାର କରିଥିଲା।
ବର୍ତ୍ତମାନ ଉକ୍ତ କଶ୍ମୀର ଯୁବକଙ୍କୁ ମହିଳା ଥାନାରେ ଅଟକ ରଖାଯାଇ ପଚରାଉଚରା କରାଯାଉଥିବାବେଳେ ଯୁବତୀଙ୍କୁ କାଉନସିଲିଂ ଦିଆଯାଉଛି।
Previous Articlehttps://purvapaksa.com/winter-vanished-from-odisha/