Lingaraj Temple: ଶାନ୍ତିଶୃଙ୍ଖଳା ପାଇଁ ମୁତୟନ ହେବେ ୪୦ ପ୍ଲାଟୁନ ଫୋର୍ସ
ଭୁବନେଶ୍ୱରର ପ୍ରାଚୀନ ପାରମ୍ପାରିକ ଜାଗରଯାତ୍ରା ମହାଶିବରାତ୍ରୀ ଉତ୍ସବରେ ଚଳିତ ବର୍ଷ ମହାଦୀପ ରାତ୍ର ୧୦ଘଟିକାରେ ଉଠିବ ବୋଲି ଆଇନ ମନ୍ତ୍ରୀ ପୃଥିରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମନ୍ୱୟ କମିଟି ବୈଠକରେ ସର୍ବସମତି କ୍ରମେ ନିଷ୍ପତ୍ତି ନିଆଯାଇଛି l ବୈଠକରେ ଏକାମ୍ର ବିଧାୟକ ବାବୁ ସିଂହ, ଭୁବନେଶ୍ୱର ମେୟର ସୁଲୋଚନା ଦାସ, ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟେଟ ଚଞ୍ଚଳ ରା଼ଣା, ଅତିରିକ୍ତ ଜିଲ୍ଲାପାଳ ରୁଦ୍ର ନାରାୟଣ ମହାନ୍ତି ଯୋଗଦେଇ ସମନ୍ୱୟ କମିଟି ସହ ପୁଙ୍ଖାନୁପୁଙ୍ଖ ଭାବେ ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋଚନା କରିଥିଲେ l
ଚଳିତ ବର୍ଷ ମହାପ୍ରଭୁଙ୍କ ଜାଗର ଯାତ୍ରାକୁ ଆନନ୍ଦ, ଉଲ୍ଲାସ, ଭାଇଚାର, ଶାନ୍ତି, ମୈତ୍ରୀ, ସହ୍ୱାର୍ଦ୍ଧ ପୂର୍ଣ୍ଣ ବାତାବରଣ ଓ ଆଧ୍ୟାତ୍ମିକ ମନୋଭାବ ସହକାରେ ପାଳନ ନିମିତ୍ତ ବିଭିନ୍ନ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା l ଆସନ୍ତା ୨୬ ତାରିଖ ମହାଶିବ ରାତ୍ରୀ ଦିବସ ଦିନ ପ୍ରାତ:୩ଘଟିକା ସମୟରୁ ରାତ୍ର ୧୧ ଘଟିକା ୩୦ମିନିଟ ଏବଂ ରାତ୍ର ୧୧ଘଟିକା ୩୦ ମିନିଟ ଠାରୁ ପରଦିନ ସକାଳ ୫ଘଟିକା ୧୫ମିନିଟ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ନୀତିକାନ୍ତି ମଙ୍ଗଳା ଆଳତି ଓ ଅବକାଶ, ସାହାଣ ମେଲା ଦର୍ଶନ, ରୋଷ ହୋମ, ଛାମୁ ପରିଷ୍କର, ମହାସ୍ନାନ ଓ ବେଶ, ସୂର୍ଯ୍ୟ ପୂଜା, ଦ୍ୱାରପାଳ ପୂଜା, ଶ୍ରୀଜିଉଙ୍କ ଓ ଠାକୁରାଣୀ ବଲ୍ଲଭ ଓ ଶ୍ରୀ ଜିଉଙ୍କ ସକାଳ ଧୂପ।
ସେହିପରି ଶ୍ରୀ ଭୁବନେଶ୍ୱରୀଙ୍କ ସକାଳ ଧୂପ,ଭୋଗ ମଣ୍ଡପ, ସାହାଣ ମେଲା ଦର୍ଶନ, ଛାମୁ ପରିସ୍କାର, ଶ୍ରୀ ଜିଉଙ୍କ ବେଶ,ବୀର କିଶୋର ବଲ୍ଲଭ, ଦ୍ବିପ୍ରହର ଧୂପ, ଶ୍ରୀ ଜିଉଙ୍କ ଅହୁଡା, ଶ୍ରୀ ଜିଉଙ୍କ ସନ୍ଧ୍ୟା ଆଳତି ଓ ତେରାଫିଟା, ଶ୍ରୀ ଜିଉଙ୍କ ମାଜାନା ଓ ବେଶ, ଶ୍ରୀ ଜିଉଙ୍କ ଯାରା ବେଢ଼ା, ଶ୍ରୀ ଜିଉଙ୍କ ସନ୍ଧ୍ୟା ଧୂପ ଓ ତୀର୍ଥଜଳ ଆନୟନ, ମହାଦୀପ ଦର୍ଶନ, ସାହାଣ ମେଲା ଦର୍ଶନ,, ଭୁବନେଶ୍ୱରୀଙ୍କ ସନ୍ଧ୍ୟା ଧୂପ ଓ ପୂଜା,, ଶ୍ରୀ ଜିଉଙ୍କ ଛାମୁ ପରିସ୍କାର, ଚାରି ପ୍ରହର ପୂଜା, ହରିହର ଭେଟ, ବଡ ସିଂହାର ଓ ପହୁଡ ରୀତିନୀତି ଵିଧି ଅନୁଯାଇ ଅନୁଷ୍ଠିତ ହେବ l
ସେହିପରି ନୁଆ ଚାନ୍ଦୁଆ ଲଗା, ଭାରତୀୟ ପ୍ରତ୍ନ ତତ୍ତ୍ୱ ବିଭାଗ କାର୍ଯ୍ୟ, ବାରିକେଡିଙ୍ଗ ବ୍ୟବସ୍ଥା, ବି ଏମ ସି ଓ ୱାଟକୋ ପକ୍ଷରୁ ପାନୀୟ ଜଳ ବ୍ୟବସ୍ଥା, ସୁଲଭ ଶୌଚାଳୟ, ସ୍କାଉଟ, ରେଡ଼କ୍ରସ ଓ କଲେଜ ଏନ ସି ସି କ୍ୟାଡେଟ ମାନଙ୍କୁ ସ୍ବେଛାସେବୀ ଭାବେ ସାହାୟତା ଲୋଡିବା, ମନ୍ଦିରର ଏକ କିଲୋମିଟର ପରିଧି ମଧ୍ୟରେ ପୂର୍ତ୍ତ, ଏ ଏସ ଆଇ, ପୁଲିସ ପ୍ରଶାସନ ମିଳିତ ତତ୍ତ୍ୱାବଧାନରେ ଆବଶ୍ୟକ ସ୍ଥାନରେ ସି ସି କ୍ୟାମେରା ଲଗାଇବାକୁ ମନ୍ତ୍ରୀ ନିର୍ଦେଶ ଦେଇଥିଲେl ସେହିପରି କେବୁଲ ଲାଇନ ଓ ପାନେଲ ବୋର୍ଡ ଯେତେ ସମ୍ଭବ କମ ବ୍ୟବହାର ପାଇଁ ବୈଠକରେ ନିଷ୍ପତ୍ତି ନିଆ ଯାଇଥିଲା l ଚଟାଣରେ କାରପେଟ ବିଛା, ପୁଲସ ପ୍ରଶାସନ ପକ୍ଷରୁ ୪୦ପ୍ଳାଟୁନ ଫୋର୍ସ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ନିଯୁକ୍ତ ହେବା ଉପରେ ମଧ୍ୟ ଆଲୋଚନା କରାଯାଇଥିଲା l
ମନ୍ଦିର ସେବାୟତା ଓ ଭି ଆଇ ପି ମାନଙ୍କ ନିମନ୍ତେ ପୃଥକ ଦ୍ୱାର ବ୍ୟବହାର କରାଯିବ l ପ୍ରତ୍ୟୁଷ ୩ଘଣ୍ଟା ୩୦ମି ନିଟରୁ ପୂର୍ବାହ୍ନ ୧୧ଘଟିକା ଏବଂ ସନ୍ଧ୍ୟା 6ଘଟିକାରୁ ରାତ୍ର ୧୨ ଘଟିକା ପର୍ଯ୍ୟନ୍ତ ମନ୍ଦିର ଖୋଲା ରହିବ l ଜୋତା ଷ୍ଟାଣ୍ଡ ,ଭକ୍ତ ମାନେ ଯେପରି ବିନା ଦ୍ଵିଧାରେ ଧାଡ଼ିରେ ଯାଇ ପ୍ରଭୁଙ୍କୁ ଦର୍ଶନ କରିବେ, ଅଗ୍ନିଶମ ସେବା, ଲାଇଭ ଟେଲିକାଷ୍ଟ, ଆସ୍ଥାୟୀ ସ୍ୱାସ୍ଥ୍ୟ ସେବା, ଜରୁରୀ ସ୍ୱାସ୍ଥ୍ୟ ସେବା ଆଦି ବିଭିନ୍ନ ଅତ୍ୟlବଶ୍ୟକ ସେବା ଉପରେ ଜିଲ୍ଲାପାଳ ଓ ମାନ୍ୟବର ମନ୍ତ୍ରୀ ଗୁରୁତ୍ୱାରାପ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ମନ୍ଦିର ଟ୍ରଷ୍ଟ ବୋର୍ଡ କର୍ମକର୍ତା, ସ୍ବେଛା ସେବି କର୍ମକର୍ତା, ତହସିଲଦାର, ବିଭିନ୍ନ ଲାଇନ ଡି ପାର୍ଟମେଣ୍ଟ ଯନ୍ତ୍ରୀ, ସଦଶ୍ୟ, ସାଦ୍ୟାଶା, ମନ୍ଦିର ସେବାୟତ ଯୋଗଦେଥିଲେ।
previous article:https://purvapaksa.com/prakriti-lamsal-death-odisha-minister-terms-kiit-incident-unfortunate/