ସ୍ଥାପତ୍ୟ ନମ୍ବର – ୧
- ଭଗବାନ ବୁଦ୍ଧଙ୍କର ବ୍ରୋଞ୍ଜ ଉପାସନା ମୂର୍ତ୍ତି । କନୌଜ ସମ୍ରାଟ ହର୍ଷବର୍ଦ୍ଧନଙ୍କ ସମସାମୟିକ ।
- ଖ୍ରୀଷ୍ଟିୟ ସପ୍ତମ ଶତାବ୍ଦୀବେଳର ।
- ଏଠାରେ ଭଗବାନ ବୁଦ୍ଧ ଧର୍ମ ପ୍ରଚାର ମୁଦ୍ରାରେ ଅଛନ୍ତି ।
- ତାଙ୍କୁ ପାରମ୍ପାରିକ ସରଳ ବେଶଭୂଷାରେ ନ ଗଢ଼ି ଏକ ରାଜକୀୟ ପରିପାଟୀରେ ନିର୍ମାଣ କରାଯାଇଛି ।
- ମସ୍ତକର ମୁକୁଟରେ ଓ ଛାତିରେ ବିଭିନ୍ନ ରାଜୋଚିତ ରତ୍ନ ଅଳଙ୍କାର ସହିତ ପୋଷାକ ଶୋଭା ପାଉଛି ।
- ସେତେବେଳେ ବୁଦ୍ଧଙ୍କର ଭଗବତ୍ତା ଲୋକପ୍ରିୟତାର ଉତ୍କର୍ଷ ହାସଲ କରିସାରିଲେଣି ।
ସ୍ଥାପତ୍ୟ ନମ୍ବର–୨
- କାମ୍ବୋଡିଆର ପ୍ରସିଦ୍ଧ ଆଙ୍ଗକର ଭଟ୍ଟ ମନ୍ଦିର କାନ୍ଥରେ ଏହି ବୃହଦାକାର ୨୦ ଫୁଟ ଉଚ୍ଚ ମୂର୍ତ୍ତି ଖୋଦେଇ ହୋଇଛି । ତ୍ରୟୋଦଶ ଶତାବ୍ଦୀରେ ରାଜା ଦ୍ଵିତୀୟ ସୂର୍ଯ୍ୟ ବର୍ମନଙ୍କ ଦ୍ୱାରା ନିର୍ମିତ ।
- ଏଠାରେ ତାଙ୍କ ଚଳଣି ଓ ବିଶ୍ୱାସ ଅନୁସାରେ ବୁଦ୍ଧ ତ୍ରିଲୋକ ଅଧୀଶ୍ଵର । ତେଣୁ ମସ୍ତକରେ ତ୍ରି ଶାଖା ମୁକୁଟ ।
- ବକ୍ଷରେ ରତ୍ନହାର ।
- ବାମ ହାତରେ ରତ୍ନ ପେଟିକା ।
- ଡାହାଣ ହାତରେ ଅଭୟ ବରଦ ମୁଦ୍ରା ।
ସ୍ଥାପତ୍ୟ ନମ୍ବର–୩
- କାମ୍ବୋଡିର ପ୍ରସିଦ୍ଧ ବୋରୁ ବୁଦଦୂର ବୁଦ୍ଧ ମନ୍ଦିର ପ୍ରାଚୀରରେ ଏହି ୧୪ ଫୁଟ ଉଚ୍ଚ ଦଣ୍ଡାୟମାନ ମୁଦ୍ରା ମୂର୍ତ୍ତିଟି ଖୋଦେଇ ହୋଇଛି ।
- ଏହା ମଧ୍ୟ ପୂର୍ଵ ମୂର୍ତ୍ତିର ଅନୁରୂପ ।
- ବୁଦ୍ଧ ତ୍ରିଲୋକ ଈଶ୍ୱର ।
- ନିର୍ମାଣ ସମୟ ଖ୍ରୀଷ୍ଟିୟ ଦଶମ ଶତାବ୍ଦୀ ।
ଏହି ଆଲୋଚନାରୁ ଜଣାଗଲା କିପରି ଜନମାନସରେ ଭଗବାନ ବୁଦ୍ଧ ସମୟ କ୍ରମେ ସମ୍ପୂର୍ଣ୍ଣ ଆଦୃତ ହୋଇ ପାରିଥିଲେ l
- ବୁଦ୍ଧଂ ଶରଣଂ ଗଛାମି ।
- ଜୟ ଶ୍ରୀ ଜଗନ୍ନାଥ ।
- ଓଁ ନମୋ ଭଗବତେ ବାସୁଦେବାୟ ।
PREVIOUS STORY: https://purvapaksa.com/mahabharat-srikhandi/