ଭିିକେ ପାଣ୍ଡିଆନ, ରାଜ୍ୟରେ ନାଁ ହି କାଫି । କିଛି ଦିନ ତଳେ ମହାରାଷ୍ଟ୍ରର ଶିବସେନାର ମାଲିକାନା ବା କମାଣ୍ଡ କେମିତି ଠାକରେ ପରିବାର ହାତରୁ ଯ।।ଇ ଏକନାଥ ସନ୍ଧେଙ୍କ ପାଖକୁ ଗଲା । କେମିତି ଦଳ ଭିିତରେ ବିଦ୍ରୋହ ପାଇଁ ବାଲା ସାହେବ ଠାକରେଙ୍କ ଦ୍ୱାରା ପ୍ରତିଷ୍ଠିତ ଶିବସେନା । ତାଙ୍କ ପୁଅ ଉଦ୍ଧବ ଠାକରେଙ୍କ ହାତରୁ ଚାଲିଗଲା । ନା ରହିଲା ଦଳ, ନା ରହିଲା ଚିହ୍ନ । ବାଧ୍ୟ ହୋଇ ପରବର୍ତ୍ତୀ ସମୟରେ ସେ ଶିବସେନା ୟୁବିଟି ଅର୍ଥାତ ଶିବସେନା ଉଦ୍ଧବ ବାଲା ସାହେବ ଠାକରେ ନାଁ ରେ ଦଳ କଲେ ଏବଂ ଅରିଜିନାଲ ଶିବସେନାର ଚିହ୍ନ ଧନୁତୀର ପରିବର୍ତ୍ତେ ମଶାଲ ଚିହ୍ନ ତାଙ୍କୁ ମିଳିଛି । ଏବେ ଚିନ୍ତା କରନ୍ତୁ ଏ ସବୁ କାହିଁକି ହେଲା । ଗୋଟିଏ ରାଜନୈତିକ ଦଳ ଭିତରେ ଯେତେବେଳେ ଅସନ୍ତୋଷ ଚରମ ସିମାରେ ପହଁଚେ ସେତେବେଳେ ଦଳ ଭିିତରେ ବିଦ୍ରୋହ ହୁଏ । ଦଳ ଯେତେବେଳେ ନିଜ ନୀତି ନୈତିକତାକୁ ଭୁଲେ ସେତେବଳେ ଦଳ ଭିିତରେ ଥିବା ନେତା ଯେତେବେଳେ ନିଜକୁ ସର୍ବେସର୍ବା ଭାବନ୍ତି ସେତେବେଳେ ମହାରାଷ୍ଟ୍ରର ଏକନାଥ ସିନ୍ଧେଙ୍କ ଭଳି ନେତା ଆଗକୁ ଆସନ୍ତିି ।
ଠିକ ସେମିତିି ଏବେ ବିିଜୁ ଜନତା ଦଳର ଅବସ୍ଥା । ଦଳ ଭିତରେ ଥିବା ବରିଷ୍ଠ କନିଷ୍ଠ ନେତାଙ୍କ କଥା ଏବେ ଆଉ କାମରେ ଲାଗୁନି । ବରିଷ୍ଠଙ୍କୁ ପଚରା ଯାଉନି କି କନିଷ୍ଠଙ୍କ ସହେଯାଗ ଲୋଡା ହେଉନିି। ଯିଏ ଚାପୁଲାସି କରିପ।ରିଲା । ଜି ହାଁ ଜି ହାଁ ମାରି ପାରିଲା ସେ ହିଁ ରହିଲା । ଅର୍ଥର୍ାତ ନିଷ୍ପତ୍ତି ନେବାର କ୍ଷମତା କେବଳ ଜଣକ ପାଖରେ ରହିଲା । ଯାହା ପୂର୍ବରୁ ଚାଲି ଆସୁଥିଲା ।ା କିନ୍ତୁୁ ସେ ସବୁ ଏ ଯାବତ ଠିକ ଥିଲା । କାହିଁକି ନାଁ ସେ ନିଷ୍ପତ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କର ଥିଲା ।ା ଏବେ କିନ୍ତୁ ସ୍ଥିତି ବଦଳି ଯାଇଛି ଏବେ ନବୀନଙ୍କର ସବୁ ନିଷ୍ପତ୍ତି ନବୀନ ନେଲା ଭଳି ଆଉ ଲାଗୁନି । ସବୁୁ ନିଷ୍ପତ୍ତି ଭିକେ ପାଣ୍ଡିଆନଙ୍କ ବୋଲି ଚର୍ଚ୍ଚା ହେଉଛି । ଯାହାକୁ ହଜମ କରିପାରୁନାହାନ୍ତି ବିଜେଡିର ବହୁ ବରିଷ୍ଠ ଏବଂ ଯୁବ ନେତାମାନେ । ଏ ସବୁ ଭିତରେ ଏବେ ବିଜ ନବୀନଙ୍କ ନାଁ ତିଆରି ହୋଇଥିବା ଟ୍ରଷ୍ଟକୁ ନେଇ ମଧ୍ୟ କିଛି କମ ଚର୍ଚ୍ଚା ନାହିଁ । ଆଉ ଏହି ଚର୍ଚ୍ଚା ପାଇଈ ହିଁ ଆମର ଏହି ବିଷୟଟି । ଆମେ ଏତେ ସବୁ କଥା କହିବାର କାରଣ ହେଉଛି ଆପଣ ଥରେ ଚିନ୍ତା କରନ୍ତୁ ଗୋଟିଏ ଦଳକୁ କେମିତି ନିୟନ୍ତ୍ରଣ କରାଯାଏ ? କେମିତି ଦଳର କମାଣ୍ଡ ନିଜ ହାତକୁ ଆଣାଯାଏ ? ଏବଂ ସବୁଠୁ ବଡ କଥା — ମେଜୋରିଟି ଥିଲେ ବି ସବୁବେଳେ ଦଳ ଉପରେ ଦାବି କରିହେବ?
ରାଜନୀତିରେ “ହାଇଜାକ” ଶବ୍ଦଟି କଠୋର ଲାଗିପାରେ, କିନ୍ତୁ ଆମେ ଏହାକୁ ସରଳ ଭାବେ କହିପାରିବା — ଦଳର ନିୟନ୍ତ୍ରଣ ନିଜ ହାତକୁ ନେବା। ଏହା ସାଧାରଣତଃ କେମିତି ହୁଏ? ଯେତେବେଳେ ଦଳର ବହୁତ ନେତା, ବିଧାୟକ ଓ ପଦାଧିକାରୀ ଏକଠା ହୋଇ ନୂତନ ନେତୃତ୍ୱକୁ ସମର୍ଥନ କରନ୍ତି, ସେଠାରୁ ଆରମ୍ଭ ହୁଏ ଏହି ପ୍ରକ୍ରିୟା।
ଏହାର ସବୁଠୁ ବଡ ଉଦାହରଣ ହେଉଛି ଶିବସେନା ର ଘଟଣା। ଯେଉଁଠାରେ ଏକନାଥ ସିନ୍ଧ ନିଜ ସହ ଅଧିକାଂଶ ବିଧାୟକଙ୍କୁ ନେଇ ଦଳର ମୂଳ ନେତୃତ୍ୱକୁ ଚ୍ୟାଲେଞ୍ଜ କରିଥିଲେ। ଏବଂ ଶେଷରେ ସେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ବି ହେଲେ। ଏଠାରେ ମେଜୋରିଟି ଶକ୍ତି ସବୁକିଛି ନିର୍ଣ୍ଣୟ କରିଥିଲା।
ତେଣୁ ପ୍ରଶ୍ନ ଉଠୁଛି — ଏହି ଫର୍ମୁଲା କଣ ସମସ୍ତ ଦଳରେ ଲାଗୁ ହୁଏ? ଯଦି ଦଳର ଅଧିକାଂଶ ନେତା ବିଦ୍ରୋହ କରନ୍ତି, ସେମାନେ କଣ ସବୁବେଳେ ଦଳକୁ ନିଜ ଅକ୍ତିଆରକୁ ନେଇପାରିବେ?
ଏଠି ଆସୁଛି ଆଜିର ମୁଖ୍ୟ ଟ୍ୱିଷ୍ଟ।
ଓଡ଼ିଶାରେ ବିଜେଡିକୁ ନେଇ ଅନେକେ ପଚାରୁଛନ୍ତି — ବିଜେଡିର “ଏକନାଥ ସିନ୍ଧେ” କିଏ ହେବ? କିଏ ସେ ନେତା ଯିଏ ଦଳର ମଧ୍ୟରୁ ଉଠି ବିଦ୍ରୋହ କରିପାରିବ?
କିନ୍ତୁ ଏ ସବୁ ଆଲୋଚନା ମଧ୍ୟରେ ଏ କଥା ସ୍ପଷ୍ଟ ଯେ — ନିଆଁ ନଥିଲେ ଧୂଆଁ ଉଠେନି। ଅର୍ଥାତ କଉଠି ନ କଉଠି ଏହିପରି ଚିନ୍ତା ଦଳ ମଧ୍ୟରେ ହୋଇଥାଇପାରେ।
କିନ୍ତୁ ଏଠି ଆଉ ଏକ ଅନ୍ୟ ଦିଗ ରହୁଛି ।
ସାଧାରଣ ରାଜନୈତିକ ଦଳ ଓ ଏକ ଟ୍ରଷ୍ଟ ମଧ୍ୟରେ ବହୁତ ତଫାତ ଅଛି। ଦଳକୁ ମେଜୋରିଟି ଦ୍ୱାରା କଣ୍ଟ୍ରୋଲ କରାଯାଇପାରେ। କିନ୍ତୁ ଟ୍ରଷ୍ଟ? ଟ୍ରଷ୍ଟର ନିୟମ ସମ୍ପୂର୍ଣ୍ଣ ଭିନ୍ନ।
ଏବେ ଚର୍ଚ୍ଚା ଅନୁଯାୟୀ, ବିଜେଡି ସହିତ ଜଡିତ ଏକ ନୂତନ ସଂରଚନା ତିଆରି ହୋଇଛି — “ବିଜୁ ନବୀନ ଇନ୍ସପାରେସନ ଟ୍ରଷ୍ଟ”। ଏବଂ ଏହି ଟ୍ରଷ୍ଟକୁ ନେଇ ବହୁତ ବଡ ରାଜନୈତିକ ସମୀକରଣ ଗଠିତ ହେଉଛି।
ଏଠିରେ ମୁଖ୍ୟ ଭୂମିକାରେ ଅଛନ୍ତି ଭି କେ ପଣ୍ଡିଆନ । ଚର୍ଚ୍ଚା ଅନୁସାରେ ସେ ଏହି ଟ୍ରଷ୍ଟର ସର୍ବେସର୍ବା ଭୂମିକାରେ ଅଛନ୍ତି। ଲାଇଫଟାଇମ ଟ୍ରଷ୍ଟି ଭାବରେ ତାଙ୍କ ପାଖରେ ଅଛି କାଷ୍ଟିଂ ଭୋଟର ପାୱାର।
ଏହାର ଅର୍ଥ କଣ?
ମାନେ, ଯଦି କେବେ ଟ୍ରଷ୍ଟ ଭିତରେ ମତଭେଦ ହୁଏ, ଶେଷ ନିଷ୍ପତ୍ତି ପାଣ୍ଡିଆନଙ୍କ ହାତରେ ରହିବ। ଏହା ଗୋଟିଏ ଏମିତି ପାୱାର ଯାହା ସାଧାରଣ ରାଜନୈତିକ ଦଳରେ ମିଳେନି।
ଚର୍ଚ୍ଚା ଅନୁଯାୟୀ, ବିଜେଡିର ଅନେକ ସମ୍ପତ୍ତି — ସ୍ଥାବର ଓ ଅସ୍ଥାବର — ଏହି ଟ୍ରଷ୍ଟ ସହିତ ଯୋଡାଯାଇପାରେ। ଯଦି ଏହା ସତ୍ୟ ହୁଏ, ତେବେ ଦଳର ଶଙ୍ଖ ଭବନ ଠୁ ନେଇ ଆର୍ଥିକ ସମ୍ପଦ — ସବୁ ଟ୍ରଷ୍ଟର ନିୟନ୍ତ୍ରଣରେ ଯିବ।
ଧରନ୍ତୁ, ଦଳର ଅଧିକାଂଶ ବିଧାୟକ ଏକଠି ହୋଇ ବିଦ୍ରୋହ କଲେ। ସେମାନେ କହିଲେ — “ଆମେ ଏବେ ନୂତନ ନେତାକୁ ମାନୁଛୁ।” ଠିକ ଅଛି, ସେମାନେ ବିଧାନସଭାରେ ଶକ୍ତି ଦେଖାଇପାରିବେ। କିନ୍ତୁ ଦଳର ମୂଳ ସଂରଚନା, ସମ୍ପତ୍ତି ଓ ପରିଚୟ ଯଦି ଟ୍ରଷ୍ଟରେ ରହିଥାଏ, ତେବେ ସେମାନେ ସମ୍ପୂର୍ଣ୍ଣ ଦଳକୁ ନିଜ ଅକ୍ତିଆରକୁ ନେଇପାରିବେ କି?
ଉତ୍ତର ହେଉଛି — ବହୁତ କଷ୍ଟକର।
ଏହା ମାନେ ଟ୍ରଷ୍ଟ ଏକ ସୁରକ୍ଷା କବଚ ଭଳି କାମ କରେ।
ଏହି ସମସ୍ତ ପରିସ୍ଥିତିରେ ନବୀନ ବାବୁଙ୍କ ଦଳ ବିଜେଡି ଏକ ନୂତନ ମଡେଲ୍ ସୃଷ୍ଟି କରିଛି ବୋଲି କୁହାଯାଉଛି। ଯେଉଁଠାରେ ଦଳକୁ କେବଳ ରାଜନୈତିକ ଦୃଷ୍ଟିରୁ ନୁହେଁ, ପ୍ରଶାସନିକ ଓ ସଂଗଠନାତ୍ମକ ଭାବରେ ବି ସୁରକ୍ଷିତ କରାଯାଇଛି।
ତେଣୁ ଏବେ ଯଦି କେହି ବିଜେଡି ଭିତରେ ରହି “ଶିବସେନା ମଡେଲ୍” ଆପ୍ଲାଇ କରିବାକୁ ଚାହେ, ସେଠାରେ ସେମାନେ ଅନେକ ବାଧା ସାମ୍ନା କରିବେ।
ଏଠାରେ ଆଉ ଗୋଟିଏ ଦିଗ ମଧ୍ୟ ଅଛି। ରାଜନୀତି କେବଳ ସଂଖ୍ୟା ନୁହେଁ, ଏହା ଏକ ସଂରଚନା। ଯିଏ ସଂରଚନାକୁ ନିୟନ୍ତ୍ରଣ କରେ, ସେଇ ଶେଷରେ ଶକ୍ତିଶାଳୀ ହୁଏ।
ତେଣୁ ଏହି ସମଗ୍ର ଚର୍ଚ୍ଚାର ସାର କଣ?
ଯଦି ଦଳର ସମ୍ପତ୍ତି, ନିୟନ୍ତ୍ରଣ ଓ ନିଷ୍ପତ୍ତି ନେବାର ପାୱାର ଏକ ଟ୍ରଷ୍ଟ ମଧ୍ୟରେ ସୁନିୟୋଜିତ ଭାବରେ ବନ୍ଧାଯାଇଥାଏ, ତେବେ ବିଦ୍ରୋହ କରିଲେ ବି ସେଥିରୁ ବଡ ପରିବର୍ତ୍ତନ ଆଣିବା କଷ୍ଟକର।
ତେଣୁ ନେତା ଡାଲେ ଡାଲେ ଗଲେ ପଣ୍ଡିଆନ ପତ୍ରେ ପତ୍ରେ
AlsoRead; https://purvapaksa.com/bjps-master-plan-mission-2026/
ବିଜେପିର ‘ମାଷ୍ଟରପ୍ଲାନ୍’ – ମିଶନ ୨୦୨୬! || BJP’s ‘Master Plan’ – Mission 2026!


