- ‘ଭାଷିନୀ’ ୧୧ଟି ଭାଷାରେ ବହୁଭାଷୀ ସହାୟତା ପ୍ରଦାନ କରୁଛି
- ସହାୟତା ପାଇଁ ୧୧୨ ହେଲ୍ପଲାଇନ ଭାଷିନୀର ‘ବାର୍ତ୍ତାଳାପ‘ ଫିଚର ଲାଗୁ
- ‘ଡିଜିଟାଲ ହଜିବା ଓ ମିଳିବା ସମାଧାନ‘
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିବା ‘କୁମ୍ଭ ସହାୟକ’ ଏକ ଏଆଇ ପରିଚାଳିତ ବହୁଭାଷୀ, ଭଏସ-ସକ୍ଷମ ଚାଟବଟ୍ ଯାହାକି କୁମ୍ଭମେଳା ୨୦୨୫କୁ ଆସୁଥିବା ଲକ୍ଷ ଲକ୍ଷ ଯାତ୍ରୀଙ୍କ ସହାୟତା ପାଇଁ ପ୍ରସ୍ତୁତ କରାଯାଇଛି । ଏହି ବଟ୍ ଅତ୍ୟାଧୁନିକ ଏଆଇ ଟେକ୍ନୋଲୋଜି (ଯେପରିକି ଲାମା ଏଲଏଲଏମ) ଦ୍ୱାରା ପରିଚାଳିତ । କୁମ୍ଭ ସହାୟକର ଉଦ୍ଦେଶ୍ୟ ହେଉଛି ମହାକୁମ୍ଭ ୨୦୨୫ର ଅନୁଭୂତିରେ ଉନ୍ନତି ଆଣିବା ସହିତ ତୀର୍ଥଯାତ୍ରୀଙ୍କ ସୂଚନା ଏବଂ ନାଭିଗେସନ (ପଥପ୍ରଦର୍ଶନ) ଆବଶ୍ୟକତାକୁ ମଧ୍ୟ ପୂରଣ କରିବା ।
କୁମ୍ଭ ସହାୟକ ଚାଟବଟ୍ ସମସ୍ତଙ୍କୁ ସହଜ, ରିୟଲ-ଟାଇମ୍ ସୂଚନା ଏବଂ ନାଭିଗେସନ ସହାୟତା ପ୍ରଦାନ କରି ପର୍ଯ୍ୟଟକଙ୍କ ଅଭିଜ୍ଞତାକୁ ଉନ୍ନତ କରିବା ପାଇଁ ଡିଜାଇନ୍ କରାଯାଇଛି। ଭାଷିନୀର ଭାଷା ଅନୁବାଦ ହିନ୍ଦୀ, ଇଂରାଜୀ ଏବଂ ଅନ୍ୟ ୯ଟି ଭାରତୀୟ ଭାଷା ସମେତ ମୋଟ ୧୧ଟି ଭାଷାରେ ଏହି ଚାଟବଟକୁ ସମର୍ଥନ କରେ ।
ୟୁପି ୧୧୨ ଜରୁରୀକାଳୀନ ହେଲ୍ପଲାଇନ
ମହାକୁମ୍ଭକୁ ଦେଶ ବିଦେଶରୁ ଆସୁଥିବା ଶ୍ରଦ୍ଧାଳୁଙ୍କୁ ପ୍ରୟାଗରାଜ ଏବଂ ଆଖପାଖ ଅଂଚଳରେ କୁହାଯାଉଥିବା ଭାଷା ବୁଝିବା ପାଇଁ ସହାୟତାର ଆବଶ୍ୟକତା ପଡିପାରେ । ଭାଷିନୀ ମୋବାଇଲ ଆପ୍ଲିକେସନର ‘କନଭର୍ସ(ବାର୍ତ୍ତାଳାପ)‘ ଫିଚର ଏହି ମେଗା ଇଭେଣ୍ଟରେ ଉତ୍ତରପ୍ରଦେଶ ପୁଲିସର ୧୧୨ ଜରୁରୀକାଳୀନ ହେଲ୍ପଲାଇନ୍ ୟୁନିଟ୍ ସହ ନିରବଚ୍ଛିନ୍ନ ଯୋଗାଯୋଗକୁ ସହଜ କରିବ। ଉତ୍ତରପ୍ରଦେଶ ପୁଲିସ ବିଭାଗ ଭାଷିନୀ ଆପ୍ ସହଯୋଗରେ ଫିଲ୍ଡ ଅଫିସରମାନଙ୍କୁ ପ୍ରଶିକ୍ଷଣ ଦେଇଛି, ଯଦ୍ୱାରା ସେମାନେ ଆପ୍ର ବାର୍ତ୍ତାଳାପ ଫିଚର ବ୍ୟବହାର କରି ଭାଷା ବୁଝୁନଥିବା ଓ ସମସ୍ୟାରେ ପଡ଼ିଥିବା ଶ୍ରଦ୍ଧାଳୁଙ୍କ ସମସ୍ୟା ବୁଝି ସହାୟତା କରିପାରିବେ ।
ଏହିପରି ଭାବେ ଭାଷିନୀ ମହାକୁମ୍ଭ ୨୦୨୫ରେ ପର୍ଯ୍ୟଟକଙ୍କୁ ପ୍ରଶ୍ନ ଓ ପଥପ୍ରଦର୍ଶନ ନିମନ୍ତେ ବହୁଭାଷୀ ସହାୟତା ପ୍ରଦାନ କରି ସେମାନଙ୍କ ଅନୁଭୂତିକୁ ଆହୁରି ସୁଖଦ କରିବ । ମୋଟାମୋଟି ଭାବରେ, ବୈଷୟିକ ଉଦ୍ଭାବନ ଏବଂ ଉପଲବ୍ଧତା ଦିଗରେ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟର ପ୍ରତିବଦ୍ଧତାକୁ ପ୍ରତିଫଳିତ କରି, ଭାଷିନୀର ଭାଷା ଅନୁବାଦ ଇକୋସିଷ୍ଟମ ସମସ୍ତ ଶ୍ରଦ୍ଧାଳୁଙ୍କ ପାଇଁ ଏକ ନିରବଚ୍ଛିନ୍ନ ଏବଂ ସମାବେଶୀ ଅନୁଭୂତି ସୁନିଶ୍ଚିତ କରୁଛି ।
previous article:https://purvapaksa.com/another-milestone-achieved-in-the-construction-of-tunnels-on-khurda-road-balangir-railway-line/
