Kriti Sanon: ବଲିଉଡ଼ର ସୁନ୍ଦରୀ ଅଭିନେତ୍ରୀ କ୍ରିତି ସାନନ ନିଜର ଚମତ୍କାର ଅଭିନୟ ଦ୍ୱାରା ଅନେକ ଥର ଲୋକଙ୍କ ହୃଦୟ ଜିତିଛନ୍ତି ।
ଲୋକମାନେ ତାଙ୍କୁ ବହୁତ ପସନ୍ଦ କରନ୍ତି । ଦୀର୍ଘ ଦିନ ଧରି ଏହି ଅଭିନେତ୍ରୀ ନିରନ୍ତର ଚର୍ଚ୍ଚାରେ ରହିଛନ୍ତି ଏବଂ ଏହାର କାରଣ ତାଙ୍କର ଆଗାମୀ ଫିଲ୍ମ ନୁହେଁ, ବରଂ ଏହି ଅଭିନେତ୍ରୀଙ୍କ ଲଭ୍ ଲାଇଫ୍ । ଅଭିନେତ୍ରୀ ଜଣକ କାହାକୁ ଡେଟ୍ କରୁଛନ୍ତି ତାହାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି। ବର୍ତ୍ତମାନ ଅଭିନେତ୍ରୀ ଏହି ସମ୍ପର୍କ ବିଷୟରେ କୌଣସି ଆନୁଷ୍ଠାନିକ ଘୋଷଣା କରିନାହାଁନ୍ତି, କିନ୍ତୁ ପ୍ରତିଦିନ ଭାଇରାଲ ହେଉଥିବା ତାଙ୍କର ଫଟୋ ବହୁତ କିଛି କହୁଛି।
ଏହି ଫଟୋଗୁଡ଼ିକ ଲୋକଙ୍କ ଆଖିରୁ ବର୍ତ୍ତି ପାରୁନାହିଁ ଏବଂ ଅଭିନେତ୍ରୀଙ୍କ ପ୍ରଶଂସକମାନେ ମଧ୍ୟ ଏହାକୁ ଦେଖିବା ପାଇଁ ବହୁତ ଉତ୍ସାହିତ ଅଛନ୍ତି । ଏଥର ମଧ୍ୟ ଅନେକ ନୂଆ ରୋମାଣ୍ଟିକ ଫଟୋ ସାମ୍ନାକୁ ଆସିଛି । ଆସନ୍ତୁ ଜାଣିବା ଫଟୋରେ ନଜର ଆସୁଥିବା ବ୍ୟକ୍ତି ଜଣକ କିଏ ।
ରୋମାଣ୍ଟିକ୍ ହେଲେ କ୍ରିତି ସାନନ୍
କ୍ରିତି ସାନନ କବୀର ବାହିଆଙ୍କ ସହ ସମ୍ପର୍କକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ନିଜ ସମ୍ପର୍କକୁ ଗୋପନ ରଖି ସେମାନେ ଏକାଠି ଛୁଟି ପାଳନ କରୁଛନ୍ତି। ସେମାନଙ୍କର ଅନେକ ଫଟୋ ଲିକ୍ ହୋଇଛି। ଏବେ ଦୁହିଁଙ୍କ ଫଟୋ ଇଣ୍ଟରନେଟରେ ହଇଚଇ ସୃଷ୍ଟି କରୁଛି। ଅଭିନେତ୍ରୀଙ୍କ ପ୍ରଶଂସକମାନେ ସେମାନଙ୍କ ଯୋଡ଼ିକୁ ପ୍ରଶଂସା କରୁଛନ୍ତି। କୃତି ସାନନ ଏବଂ ତାଙ୍କ କଥିତ ବୟଫ୍ରେଣ୍ଡ କବୀର ବାହିଆଙ୍କ ଏହି ଫଟୋଗୁଡ଼ିକୁ ନୂଆବର୍ଷ ପାଳନ ବିଷୟରେ କୁହାଯାଉଛି।
ଅନେକ ଫଟୋରେ କ୍ରିତି କବୀରଙ୍କୁ ଆଲିଙ୍ଗନ କରୁଥିବାର ନଜର ଆସିଛନ୍ତି । ଏହା ବ୍ୟତୀତ ଆଉ ଏକ ଫଟୋରେ ଦୁହେଁ ପୁଲରେ ନଜର ଆସିଛନ୍ତି । ଏହା ବ୍ୟତୀତ ଅନ୍ୟ ଏକ ଫଟୋରେ ଦୁହେଁ ଏକାଠି ସୋଫାରେ ବସିଥିବାର ଦେଖିବାକୁ ମିଳିଛି । ଦୁହେଁ ରାହତ ଫତେହ ଅଲ୍ଲୀ ଖାନଙ୍କ ଗୀତକୁ ଉପଭୋଗ କରୁଛନ୍ତି ।
ଏହି ଫଟୋ ପୂର୍ବରୁ ମଧ୍ୟ ଭାଇରାଲ ହୋଇଥିଲା
ଭାଇରାଲ ଫଟୋଉପରେ ପ୍ରତିକ୍ରିୟା ପ୍ରକାଶ କରି ଅନେକ ନେଟିଜେନ୍ ତାଙ୍କୁ ‘ପର୍ଫେକ୍ଟ’ ବୋଲି କହିଥିବା ବେଳେ ଅନେକ ପ୍ରଶଂସକ କମେଣ୍ଟ ସେକ୍ସନରେ ରେଡ୍ ହାର୍ଟ ଇମୋଜି ପୋଷ୍ଟ କରିଛନ୍ତି। ଯଦିଓ କ୍ରିତି ଏବଂ କବୀର ଏହାକୁ ଆନୁଷ୍ଠାନିକ ଭାବେ ପ୍ରକାଶ କରିନାହାଁନ୍ତି, କିନ୍ତୁ ନିକଟରେ ସେମାନଙ୍କ ଖ୍ରୀଷ୍ଟମାସ ଉତ୍ସବର ଝଲକ ଦେଖିବାକୁ ମିଳିଥିଲା । ଗତ ମାସରେ ଦୁହେଁ ଏକାଠି ଖ୍ରୀଷ୍ଟମାସ ପାଳନ କରିଥିଲେ, ଯେଉଁଥିରେ ପୂର୍ବତନ ଭାରତୀୟ କ୍ରିକେଟର ଏମଏସ ଧୋନି ଏବଂ ତାଙ୍କ ପତ୍ନୀ ସାକ୍ଷୀ ଧୋନି ମଧ୍ୟ ଯୋଗ ଦେଇଥିଲେ । କୁହାଯାଉଛି ଯେ କ୍ରିତି ତାଙ୍କ କଥିତ ବୟଫ୍ରେଣ୍ଡଙ୍କ ସହ ଧୋନିଙ୍କ ପାର୍ଟିରେ ପହଞ୍ଚିଥିଲେ।
କିଏ କବୀର ବାହିଆ?
ଆପଣଙ୍କୁ କହିରଖୁଛୁ, କବୀର ବହିଆଙ୍କ ବୟସ ୨୫ ବର୍ଷ । ସେ ୧୯ ମସିହା ନଭେମ୍ବର ୨୦ ତାରିଖରେ ଜନ୍ମଗ୍ରହଣ କରିଥିଲେ । ସେ କ୍ରିତି ତାଙ୍କଠାରୁ ୯ ବର୍ଷ ବଡ଼। ତାଙ୍କ ବୟସ ୩୪ ବର୍ଷ। କବୀରଙ୍କ ପିଲାଦିନ ଇଂଲଣ୍ଡରେ କଟିଥିଲା । ସେଠାରେ ସେ ପାଠ ପଢ଼ିଥିଲେ। ସୋସିଆଲ ମିଡିଆରେ ମଧ୍ୟ କବୀରଙ୍କ ଉପସ୍ଥିତି ରହିଛି । କବୀର ଏକ ଜଣାଶୁଣା ପରିବାରରୁ ଆସିଛନ୍ତି । ତାଙ୍କ ପିତା କୁଲଜିନ୍ଦର ବାହିଆ ବ୍ରିଟେନରେ ମୁଖ୍ୟାଳୟ ଥିବା ଏକ ଜଣାଶୁଣା ଟ୍ରାଭେଲ କମ୍ପାନୀ ସାଉଥଲ ଟ୍ରାଭେଲ ପ୍ରତିଷ୍ଠା କରିଥିଲେ ।
ତାଙ୍କ ପରିବାର ଲଣ୍ଡନରେ ରହୁଛନ୍ତି। ୨୦୧୯ ରେ ବହିଆଙ୍କ ନାମ ସନ୍ଡେ ଟାଇମ୍ସ ରିଚ ଲିଷ୍ଟରେ ସାମିଲ ହୋଇଥିଲା । କବୀର ଧୋନିଙ୍କ ପତ୍ନୀ ସାକ୍ଷୀଙ୍କ ମଧ୍ୟ ଘନିଷ୍ଠ। କୁହାଯାଉଛି ଯେ ସେ ତାଙ୍କର ସମ୍ପର୍କୀୟ ଏବଂ ସାକ୍ଷୀ ଏହି ସମ୍ପର୍କରେ ତାଙ୍କ ଭଉଣୀ ବୋଲି ଜଣାପଡିଛି । ସେ ଧୋନିଙ୍କ ପରିବାର ସହ ବହୁତ ସମୟ ବିତାଉଛନ୍ତି। ସେମାନେ ଏକାଠି ଛୁଟି କାଟିବାକୁ ଯାଉଥିବା ମଧ୍ୟ ଦେଖିବାକୁ ମିଳିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉଦୟପୁର ବିବାହରେ କବୀର ମଧ୍ୟ ସାମିଲ ହୋଇଥିଲେ। ସେ କ୍ରିକେଟ୍ ର ପ୍ରଶିକ୍ଷଣ ମଧ୍ୟ ନେଇଛନ୍ତି ।
ମକର ସଂକ୍ରାନ୍ତି ଅବସରରେ ପ୍ରଭାସଙ୍କ ଫିଲ୍ମ ‘ଦ ରାଜା ସାବ’ର ନୂଆ ପୋଷ୍ଟର ରିଲିଜ ହୋଇଛି