ଭୁବନେଶ୍ଵର କିମ୍ସ ଡାକ୍ତରଖାନା ପଛପାର୍ଶ୍ୱ ପାର୍ଲେଜି ରୋଡ଼ରେ ଖୋଲିବାକୁ ଥିବା ଅସ୍ଥାୟୀ ଭେଣ୍ଡିଂ ଜୋନ୍ରେ ଦୋକାନ ଯୋଗାଇଦେବାକୁ ଧର୍ମଗୁଳା ପକାଇବା ଘଟଣାକୁ ଭୁବନେଶ୍ବର ମହାନଗର ନିଗମ(ବିଏମ୍ସି) ଗୁରୁତ୍ୱର ସହ ନେଇଛି । ଭୁବନେଶ୍ଵର ମହାନଗର ନିଗମ ପକ୍ଷରୁ ଅଜାଣତରେ ଧର୍ମଗୁଳା ପକାଇ ଏହି ଦୋକାନ ଆବଣ୍ଟନରେ ସଂପୃକ୍ତ ବ୍ୟକ୍ତିବିଶେଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ ହୋଇଛି।
ବିଏମ୍ସି ଉତ୍ତର ଜୋନାଲ୍ ଡେପୁଟି କମିସନର୍ ମନ୍ମଥ କୁମାର ନାୟକ ଏ ସଂପର୍କରେ ଚନ୍ଦ୍ରଶେଖରପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଘଟଣାର ତଦନ୍ତ ଚାଲିଛି । ଯେଉଁମାନେ ଦୋଷୀ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଶ୍ରୀ ନାୟକ କହିଛନ୍ତି। ଯେଉଁମାନେ ଦୋଷୀ, ସେମାନଙ୍କୁ ଦୋକାନ ମିଳିବନି ବୋଲି ସେ କହିଛନ୍ତି ।
ବିଏମ୍ସି କିଟ୍ ଓ କିମ୍ ଛକ ଅଞ୍ଚଳରୁ ୨୭୮ଜଣ ଉଠାଦୋକାନୀଙ୍କୁ ବିଏମ୍ସି ପାର୍ଲେଜି ରୋଡ଼ରେ ଥଇଥାନ କରିବାର ଥିଲା। ଭିଡିଓ ସଂପର୍କରେ ବିଏମ୍ସି କିଂବା ସ୍ଥାନୀୟ କର୍ପୋରେଟର୍ କିଛି ଜାଣିନାହାନ୍ତି। ବିଏମ୍ସି ଅଜାଣତରେ ଏଭଳି ଧର୍ମଗୁଳା ପକାଇ ଦୋକାନଘର ଆବଣ୍ଟନନେଇ ବିଏମ୍ସି କମିସନର୍ ଚଞ୍ଚଳ ରାଣା ଅବଗତ ହେବା ପରେ ଆଜି ଉତ୍ତର ଜୋନାଲ୍ ଡେପୁଟି କମିସନର୍ଙ୍କୁ ଡାକି ଏ ସଂପର୍କରେ ବିସ୍ତୃତ ତଥ୍ୟ ସଂଗ୍ରହ କରିଛନ୍ତି । ଯେଉଁମାନେ ଦୋଷୀ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ପରେ ଉତ୍ତର ଜୋନାଲ୍ ଡେପୁଟି କମିସନର୍ ଚନ୍ଦ୍ରଶେଖରପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
ALSO READ https://purvapaksa.com/?p=37381
