ସମ୍ପ୍ରତି ପ୍ରଚଳନରେ ଥିବା ଚାରିଆକିଆ ସାମଗ୍ରୀ ଓ ସେବା ଟିକସ (ଜିଏସ୍ଟି) ଢାଞ୍ଚାକୁ ବଦଳାଇ ଦୁଇଥାକିଆ କରିବାକୁ ଅର୍ଥ ମନ୍ତ୍ରଣାଳୟ ଦେଇଥିବା ପ୍ରସ୍ତାବରେ ରାଜ୍ୟଗୁଡ଼ିକ ସହମତ ହୋଇଛନ୍ତି। ଜିଏସ୍ଟି ହାରକୁ ନେଇ ଗଠନ କରାଯାଇଥିବା ମନ୍ତ୍ରୀଗୋଷ୍ଠୀର ଏକ ଗୁରୁତ୍ଵପୂର୍ଣ ବୈଠକରେ ଏହି ନିଷ୍ପତି ହୋଇଛି। ତେଣୁ ସୁବିଧାରେ ଏହି ପ୍ରସ୍ତାବ ଜିଏସ୍ଟି ପରିଷଦ ବୈଠକରେ ଗୃହୀତ ହେବା ଆଶା କରାଯାଉଛି। ଏବେ ୫%, ୧୨%, ୧୮% ଓ ୨୮% ଭଳି ଚାରିଟି ସ୍ଲାବ୍ରେ ବିଭିନ୍ନ ସାମଗ୍ରୀ ଓ ସେବାକୁ ଭାଗ କରାଯାଇଛି।
ଦୁଇଥାକିଆ ଢାଞ୍ଚାରେ ୧୨% ଓ ୨୮% ସୁବକୁ ଉଚ୍ଛେଦ କରାଯିବ। ସବୁ ଜିନିଷ ଓ ସେବାକୁ କେବଳ ୫% ଓ ୧୮% ସ୍ଲାବ୍ରେ ରଖାଯିବା ଏହା ଫଳରେ ଅନେକ ଜିନିଷର ଦାମ୍ କମିବା ଆଶା କରାଯାଉଛି। ୫% ସ୍ଲାବରେ ଅତ୍ୟାବଶ୍ୟକ ସାମଗ୍ରୀ ଓ ସେବାଗୁଡିକ ରହିବ ଓ ଅବଶିଷ୍ଟ ସାମଗ୍ରୀ ଓ ସେବା ଉପରେ ୧୮ ପ୍ରତିଶତ ଜିଏସ୍ଟି ଲାଗିବ। ପାର୍ବଣ ଋତୁ ପୂର୍ବରୁ ଏହା କେନ୍ଦ୍ରର ଏକ ମାଷ୍ଟରକ୍ କୁହାଯାଉଛି। କାରଣ ସେହି ସମୟରେ ଲୋକମାନଙ୍କ ପାଖରେ ବୋନସ୍ ପହଞ୍ଚିଥାଏ | ଜିନିଷର ଦାମ୍ କମିଲେ ସେମାନେ ତାହାକୁ ବିଣିବାରେ ଖର୍ଚ୍ଚ କରିବେ । ତାହା ଦେଶରେ ଅର୍ଥନୈତିକ କାର୍ଯ୍ୟକଳାପକୁ ତ୍ବରାନ୍ବିତ କରିବା ସହ ଅଭିବୃଦ୍ଧିକୁ ବଢ଼ାଇବ।
ବିହାର ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୬ ସଦସ୍ୟ ବିଶିଷ୍ଟ ମନ୍ତ୍ରୀଗୋଷ୍ଠୀ ବୈଠକରେ ଦୁଇଥାକିଆ ଜିଏସ୍ଟି ପ୍ରସ୍ତାବକୁ ଗ୍ରହଣ କରାଯାଇଛି। ଏହାର ଅନ୍ୟ ସଦସ୍ୟମାନେ ହେଉଛନ୍ତି ଉତ୍ତରପ୍ରଦେଶର ଅର୍ଥମନ୍ତ୍ରୀ ସୁରେଶ କୁମାର ଖାନ୍ନା, ରାଜସ୍ଥାନ ସ୍ଵାସ୍ଥ୍ୟମନ୍ତ୍ରୀ ଗଜେନ୍ଦ୍ର ସିଂହ, ପଶ୍ଚିମବଙ୍ଗ ଅର୍ଥମନ୍ତ୍ରୀ ଚନ୍ଦ୍ରମା ଭଟ୍ଟାଚାର୍ଯ୍ୟ, କର୍ଣାଟକ ରାଜସ୍ବ ମନ୍ତ୍ରୀ କ୍ରିଷ୍ଣା ବି ଗୌଡ଼ା ଓ କେରଳ ଅର୍ଥମନ୍ତ୍ରୀ କେ ଏନ୍ ବାଳଗୋପାଳ। ପୂର୍ବରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଥିଲେ ଯେ ଜିଏସ୍ଟି ହାର କମିଲେ ତାହା ସାଧାରଣ ଜନତା, ମଧ୍ୟବିତ୍ତ ବର୍ଗ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍ଏସ୍ଏମ୍ଇ) ପାଇଁ ବଡ଼ ଧରଣର ଆଶ୍ବସ୍ତି ପ୍ରଦାନ କରିବ।
Also Readhttps://purvapaksa.com/which-state-of-the-country-has-the-most-lakhpats/
Which state of the country has the most Lakhpat’s? ।। ଦେଶର କେଉଁ ରାଜ୍ୟରେ ସବୁଠାରୁ ଅଧିକ ଲକ୍ଷପତି ଅଛନ୍ତି?
