ରାଜ୍ୟ ଭିତରକୁ ପଶିବାକୁ ଯୋଜନା କରୁଥିବା ସୂଚନା ମିଳିବା ପରେ ତୁରନ୍ତ ନକ୍ସଲ ବିରୋଧୀ ଅଭିଯାନ ଆରମ୍ଭ କରାଯାଉଛି।
ପଡ଼ୋଶୀ ରାଜ୍ୟ ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶରୁ ନକ୍ସଲଙ୍କ ଗତିବିଧି ଓ ଓଡ଼ିଶା ଭିତରକୁ ପ୍ରବେଶ ଉଦ୍ୟମ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି ବୋଲି ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ୱାଇବି ଖୁରାନିଆ କହିଛନ୍ତି।
ବୁଧବାର ରାତିରେ ଛତିଶଗଡ଼ରୁ ମାଲକାନଗିରି ଜିଲ୍ଲାରେ କିଛି ନକ୍ସଲ ପଶିବାକୁ ଉଦ୍ୟମ କରିବା ପରେ ଖୁରାନିଆ ଏଭଳି ବୟାନ ଦେଇଛନ୍ତି।
ମାଲକାନଗିରି ଜିଲ୍ଲା ଜିନାଲଗୁଡା ଜଙ୍ଗଲରେ ଗୁଳି ବିନିମୟବେଳେ ଜଣେ ନକ୍ସଲ ନିହତ ହୋଇଥିବାବେଳେ ଜିଲ୍ଲା ସ୍ୱେଚ୍ଛାସେବୀ ବାହିନୀ (ଡିଭିଏଫ)ର ଜଣେ ଯବାନ ଆହତ ହୋଇଛନ୍ତି।
ଆହତ ଯବାନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବାବେଳେ ମାଲକାନଗିରି ସମେତ ରାଜ୍ୟର ୩ଟି ଭିନ୍ନ ଭିନ୍ନ ସ୍ଥାନରେ ନକ୍ସଲ ବିରୋଧୀ ଅଭିଯାନ ଜାରି ରହିଛି ବୋଲି ଖୁରାନିଆ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ଗତ କିଛିମାସ ମଧ୍ୟରେ ଛତିଶଗଡ଼ ଆକ୍ରମଣାତ୍ମକ ଅଭିଯାନ ଆରମ୍ଭ କରିଥିବାରୁ ଅନୁପ୍ରବେଶ ଉଦ୍ୟମ ବଢ଼ିବାର ସମ୍ଭାବନା ରହିଛି କି ବୋଲି ପଚରାଯିବାରୁ ଡିଜିପି କହିଛନ୍ତି ଯେ ଅତୀତରେ ଏପରି ଅନେକ ଉଦାହରଣ ରହିଛି ଯେତେବେଳେ କୌଣସି ରାଜ୍ୟ ନିଜ ନିଜ ଅଧୀନରେ ଜୋରଦାର ଅଭିଯାନ ଆରମ୍ଭ କରନ୍ତି ସେତେବେଳେ ଲାଲ ମାଓବାଦୀମାନେ ପଳାୟନ କରିବାକୁ ଚେଷ୍ଟା କରିନ୍ତି।
ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶ ସୀମାନ୍ତ ଅଞ୍ଚଳରେ ମାଓବାଦୀଙ୍କୁ ଓଡ଼ିଶା ଭିତରକୁ ପଶିବାରୁ ରୋକିବା ପାଇଁ ଅପରେସନ୍ ଜାରି ରହିଛି। ସୂଚନା ଆଦାନ ପ୍ରଦାନ ପାଇଁ ପଡ଼ୋଶୀ ରାଜ୍ୟର ପୁଲିସ ବାହିନୀ ଓ ଅନ୍ୟାନ୍ୟ ସମ୍ପୃକ୍ତ ସୁରକ୍ଷା ଏଜେନ୍ସି ସହ ନିୟମିତ ଆଲୋଚନା କରାଯାଉଛି।
ରାଜ୍ୟକୁ ପଶିବାକୁ ଯୋଜନା କରୁଥିବା ସୂଚନା ମିଳିବା ପରେ ତୁରନ୍ତ ନକ୍ସଲ ବିରୋଧୀ ଅଭିଯାନ ଆରମ୍ଭ କରାଯାଉଛି।
ଓଡ଼ିଶା ପୁଲିସ କହିଛି ଯେ ବିଦ୍ରୋହୀମାନେ ଭଲ ଭାବରେ ଜାଣନ୍ତି ଯେ ସୁରକ୍ଷା ବାହିନୀ ସତର୍କ ଅଛି, ଯେଉଁଥିପାଇଁ ସୀମାବର୍ତ୍ତୀ ଅଞ୍ଚଳ ଦେଇ ସେମାନଙ୍କ ଗତିବିଧି ଯଥେଷ୍ଟ ହ୍ରାସ ପାଇଛି।
ଅଧିକାଂଶ ଗ୍ରାମବାସୀ ସିପିଆଇ(ମାଓବାଦୀ)କୁ ସମର୍ଥନ କରୁନଥିବାବେଳେ ଏବେ ରାଜ୍ୟର ମାତ୍ର କିଛି ଯୁବକ ଏହି ନିଷିଦ୍ଧ ସଂଗଠନର ସଦସ୍ୟ ବୋଲି ପୁଲିସ କହିଛି।
Also readhttps://purvapaksa.com/meet-man-who-made-first-mobile-call-in-india/
