ଶୁଣିବାକୁ ମିଳୁଛି ଯେ ଅମିତାଭ ବଚ୍ଚନ ଖୁବ ଶୀଘ୍ର ‘କୌନ ବନେଗା କରୋଡପତି’ରୁ ଅଲଗା ହେବାକୁ ବିଚାର କରୁଛନ୍ତି । ଏଭଳି ସ୍ଥିତିରେ ପ୍ରଶ୍ନ ଉଠୁଛି ତାଙ୍କ ପରେ ରିୟାଲିଟି ସୋ’କୁ କିଏ ହୋଷ୍ଟ କରିବ?
ଅମିତାଭ ବଚ୍ଚନ ନିଜର ଚମତ୍କାର ଅଭିନୟ ସହ ଟିଭି ଇଣ୍ଡଷ୍ଟ୍ରିରେ ନିଜର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି। ସେ ବର୍ଷ ବର୍ଷ ଧରି ଟିଭି ରିଆଲିଟି ସୋ’ ‘କୌନ ବନେଗା କରୋଡପତି’କୁ ହୋଷ୍ଟ କରି ଆସୁଛନ୍ତି। ୨୦୦୦ ମସିହାରୁ ସେ ଆୟୋଜକ ଆସନରେ ଅଛନ୍ତି। ତେବେ ଏବେ ବିଗ୍ ବି ଏହି ଦାୟିତ୍ୱରୁ ମୁକ୍ତ ହେବାକୁ ଚାହୁଁଛନ୍ତି। ଯଦି ଏପରି ହୁଏ ତେବେ ‘କୌନ ବନେଗା କରୋଡପତି’ର ସିଂହାସନ କିଏ ନେବ?
ମନିକଣ୍ଟ୍ରୋଲ ଅନୁଯାୟୀ, ୮୨ ବର୍ଷୀୟ ଅମିତାଭ ବଚ୍ଚନ ନିଜର କାର୍ଯ୍ୟଭାର କମାଇବା ପାଇଁ ‘କୌନ ବନେଗା କରୋଡପତି’ରୁ ଦୂରେଇ ଯିବାକୁ ଚିନ୍ତା କରୁଛନ୍ତି। ବିଗ୍ ବି ‘କେବିସି ୧୫’ ସମୟରେ ସୋନି ଟିଭିକୁ ଜଣାଇଥିଲେ ଯେ ସେ ଶେଷ ଥର ପାଇଁ ସୋ’କୁ ହୋଷ୍ଟ କରୁଛନ୍ତି। ତେବେ ଉପଯୁକ୍ତ ହୋଷ୍ଟ ଅଭାବରୁ ବିଗ୍ ବି ‘କୌନ ବନେଗା କରୋଡ଼ପତି’ର ୧୬ତମ ସିଜିନ୍ କୁ ମଧ୍ୟ ହୋଷ୍ଟ କରୁଥିବା ଦେଖିବାକୁ ମିଳୁଛି।
ଅମିତାଭ ବଚ୍ଚନଙ୍କ ସ୍ଥାନରେ ଏହି ସୁପରଷ୍ଟାରଙ୍କୁ ଦେଖିବାକୁ ଚାହୁଁଛନ୍ତି ଦର୍ଶକ
ଅମିତାଭ ବଚ୍ଚନ ଶେଷ ଥର ପାଇଁ ‘କୌନ ବନେଗା କରୋଡପତି’ର ହୋଷ୍ଟ ଭାବେ ନଜର ଆସିପାରନ୍ତି । ସୋ’ ପାଇଁ ନୂଆ ହୋଷ୍ଟଖୋଜି ଆରମ୍ଭ ହୋଇଯାଇଛି। ନିକଟରେ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ହ୍ୟୁମାନ ବ୍ରାଣ୍ଡସ୍ (ଆଇଆଇଏଚ୍ବି) ଏବଂ ଏକ ବିଜ୍ଞାପନ ଏଜେନ୍ସି ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରେ ୪୦୮ ଜଣ ପୁରୁଷ ଏବଂ ୩୬୦ ଜଣ ମହିଳାଙ୍କ ସମେତ ୭୬୮ ଜଣଙ୍କ ଉପରେ ସର୍ଭେ କରାଯାଇଥିଲା। ଏହି ସମୟରେ ଶାହାରୁଖ ଖାନଙ୍କୁ ‘କେବିସି’ର ପରବର୍ତ୍ତୀ ହୋଷ୍ଟ ପାଇଁ ଶ୍ରେଷ୍ଠ ପସନ୍ଦ ବୋଲି ବିବେଚନା କରାଯାଉଥିଲା। ସୂଚନାଯୋଗ୍ୟ, ୨୦୦୭ରେ ‘କେବିସି ସିଜିନ୍-୩’କୁ ହୋଷ୍ଟ କରିଥିବା ଶାହାରୁଖ ଖାନ୍ ପୂର୍ବରୁ ଏହି ରିଆଲିଟି ସୋ’କୁ ହୋଷ୍ଟ କରିସାରିଛନ୍ତି।
ଐଶ୍ୱର୍ଯ୍ୟା ରାୟ ମଧ୍ୟ ଲୋକଙ୍କ ପସନ୍ଦ
ଏହି ସର୍ଭେରେ ଶାହାରୁଖ ଖାନଙ୍କ ପରେ ପରବର୍ତ୍ତୀ ନାମ ଅମିତାଭ ବଚ୍ଚନଙ୍କ ବୋହୂ ଐଶ୍ୱର୍ଯ୍ୟା ରାୟଙ୍କ ରଖାଯାଇଥିଲା । ଅନ୍ୟପକ୍ଷରେ କ୍ରିକେଟର ମହେନ୍ଦ୍ର ସିଂହ ଧୋନି ତୃତୀୟ ସ୍ଥାନରେ ରହିଛନ୍ତି। ତେବେ ଅମିତାଭ ବଚ୍ଚନଙ୍କ ପରେ ‘କୌନ ବନେଗା କରୋଡପତି’କୁ କିଏ ହୋଷ୍ଟ କରିବ ସେ ନେଇ କୌଣସି ଆନୁଷ୍ଠାନିକ ନାମ ଘୋଷଣା କରାଯାଇନାହିଁ।
ALSO READ: https://purvapaksa.com/who-is-this-mystery-girl-in-chahals-life/