Kaun Banega Crorepati 16: କୌନ ବନେଗା କରୋଡ଼ପତି ଟେଲିଭିଜନ ଇଣ୍ଡଷ୍ଟ୍ରିର ସବୁଠାରୁ ପ୍ରସିଦ୍ଧ କୁଇଜ୍ ସୋ’ ମଧ୍ୟରୁ ଅନ୍ୟତମ।
ସୋ‘କୁ ଅନେକ ଲୋକ ଆସିଛନ୍ତି ଯେଉଁମାନେ ନିଜ ଜ୍ଞାନ ବଳରେ ଏକ ଫ୍ଲାସ୍ ରେ କୋଟିପତି ଓ ଲକ୍ଷପତି ହୋଇ ନିଜ ସ୍ୱପ୍ନ ପୂରଣ କରିଛନ୍ତି। ଅନେକ ସମୟରେ ଏହି ସୋ’ରେ ସେଲିବ୍ରିଟି ଅତିଥି ମଧ୍ୟ ନଜର ଆସିଥାନ୍ତି। ଏଥର ୟୁଟ୍ୟୁବର ତଥା ହାସ୍ୟ ଅଭିନେତା ସମୟ ରାଇନା, ତନ୍ମୟ ଭଟ୍ଟ ଏବଂ ଭୁବନ ବାମଙ୍କୁ ‘କୌନ ବନେଗା କରୋଡ଼ପତି’ରେ ଦେଖିବାକୁ ମିଳିବ। ସେମାନେ ଅମିତାଭ ବଚ୍ଚନଙ୍କ ସହ ମସ୍ତି କରୁଥିବାର ନଜର ଆସିବେ ।
ଇତି ମଧ୍ୟରେ ସୋ’ର ପ୍ରମୋ ରିଲିଜ୍ ହୋଇଛି। ପ୍ରମୋ ରିଲିଜ ହେବା ମାତ୍ରେ ଏହା ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଏବେ ହାସ୍ୟ ଅଭିନେତାମାନେ ଉପସ୍ଥିତ ଥିବା ବେଳେ କେମିତି ଜୋକ୍ ଓ ମଜା ହୋଇପାରିବ ନାହିଁ?
ଆସନ୍ତୁ ଜାଣିବା ଅମିତାଭ ବଚ୍ଚନ କ’ଣ କହିଥିଲେ, ଯାହା ପରେ ସମୟ ରାଇନା ସର୍ବସାଧାରଣରେ ବିଗ୍ ବିଙ୍କୁ ସମ୍ପତ୍ତିରେ ଭାଗ ମାଗିଥିଲେ।
ଏହି ଶୋ’ରେ ସମୟ ରାଇନା, ତନ୍ମୟ ଭଟ୍ଟ, ଭୁବନ ବାମ ଓ କାମ୍ୟା ଜାନୀ ଅତିଥି ଭାବେ ଯୋଗଦେବେ। ସୋ’ର ପ୍ରମୋ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ହାସ୍ୟ ଅଭିନେତା ସମୟ ରାଇନା ଅମିତାଭ ବଚ୍ଚନଙ୍କ ସହ ନିଜ ହାସ୍ୟାସ୍ପଦ ଶୈଳୀରେ ମସ୍ତି କରୁଥିବାର ନଜର ଆସିଛନ୍ତି ।
ସୂଚନାଯୋଗ୍ୟ, ସମୟ ରାଇନା ସୋସିଆଲ ମିଡିଆରେ ଏକ ଜଣାଶୁଣା ନାମ। ତାଙ୍କର ‘ଦ୍ରୁତ ବୁଦ୍ଧି’ ସହ ସମସ୍ତେ ପରିଚିତ। ସୋ’ରେ ସମୟ ଅମିତାଭଙ୍କୁ ତାଙ୍କର ପ୍ରସିଦ୍ଧ ସଂଳାପ କହିବାକୁ କୁହନ୍ତି, ‘ରିସ୍ତେ ତୋ ହମ ତୁମ୍ହାରେ ବାପ ଲଗତେ ହେ, ନାମ ହେ ଶହେନଶାହ। ଯେତେବେଳେ ଅମିତାଭ ଏହା କହୁଛନ୍ତି, ସମୟଙ୍କ ଦ୍ରୁତ ପ୍ରତିକ୍ରିୟା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସମୟ କହନ୍ତି, ‘ଯେହେତୁ ତୁମେ ମୋତେ ତୁମର ପୁଅ କରିଛ, ଦୟାକରି ମୋତେ ସମ୍ପତ୍ତିରେ ଟିକିଏ ଭାଗ ଦିଅ।
ଏହା ସହ ସମୟ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ, ସେ ଜୁହୁରେ ଥିବା ଅମିତାଭଙ୍କ ବଙ୍ଗଳା ‘ଜଳସା’ରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ସୁରକ୍ଷାକର୍ମୀମାନେ ତାଙ୍କୁ ଘଉଡାଇ ଦେଇଥିଲେ।
କ୍ରିକେଟର ମହମ୍ମଦ ସିରାଜ ମାହିରା ଶର୍ମାଙ୍କୁ ଡେଟ୍ କରୁଛନ୍ତି କି? ପୂରା ସତ ସାମ୍ନାକୁ ଆଣିଲେ ଅଭିନେତ୍ରୀଙ୍କ ମା’