ଭୁବନେଶ୍ୱର : ୧୦ ୧୦,
ଆସନ୍ତା ନଭେମ୍ବର ୭ ତାରିଖରେ କଳିଙ୍ଗସେନା ତାହାର ପ୍ରତିଷ୍ଠା ଦିବସ ପାଳନ କରିବାକୁ ଯାଉଥିବାବେଳେ ଆଜି ଏଥିପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସେନା ସୁପ୍ରିମୋ ହେମନ୍ତ ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ୨୧ ସାଂଗଠନିକ ଜିଲ୍ଲାର କର୍ମକର୍ତ୍ତାଙ୍କୁ ସହିତ ଦଳୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ ।
ବୈଠକରେ ପ୍ରତିଷ୍ଠା ଦିବସକୁ ମହାସମାରୋହରେ ପାଳନ ପାଇଁ ଏକମତ ପ୍ରକାଶ ପାଇଥିବାବେଳେ ଏହି ଅବସରରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଓଡିଶା ଓ ଓଡିଆଙ୍କ ବିକାଶ ପାଇଁ ବିଶେଷ ଅବଦାନ ରଖୁଥିବା ଜଣଙ୍କୁ କଳିଙ୍ଗ ରତ୍ନ ପୁରସ୍କାର ସହିତ ସମାଜର ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତିମାନଙ୍କୁ ଏବଂ ଗଣ ମାଧ୍ୟମର ପ୍ରତିନିଧି ମାନଙ୍କୁ ମଧି ପୁରସ୍କାର ପ୍ରଦାନ କରାଯିବ ।
ପୁରସ୍କୃତ ହେବାକୁ ଥିବା ବ୍ୟକ୍ତିବିଶେଷଙ୍କ ନାମ ସର୍ବସମ୍ମତ କ୍ରମେ ଖୁବଶୀଘ୍ର ଚୂଡାନ୍ତ କରିବାକୁ ନିଷ୍ପତ୍ତି ହୋଇଛି । ଏଥି ସହିତ ପ୍ରଧ୍ୟାପକ ଅଶୋକ ନାୟକଙ୍କୁ ଦଳର ମହାସଚିବ ତଥା ଜାତୀୟ ମୁଖପାତ୍ର ଦାୟିତ୍ୱ ପ୍ରଦାନ କରାଯାଇଛି । ଶ୍ରୀ ନାୟକ ଏଣିକି ଜାତୀୟ ଓ ରାଜ୍ୟ ସ୍ତରର ବିଭିନ୍ନ ପ୍ରସଙ୍ଗରେ ଦଳ ପକ୍ଷରୁ ଗଣମାଧ୍ୟମରେ ବ୍ୟକ୍ତବ୍ୟ ରଖିବେ ବୋଲି ସେନା ସୁପ୍ରିମୋ ଶ୍ରୀ ରଥ ସୂଚନା ଦେଇଛନ୍ତି ।
ବୈଠକରେ ରାଜ୍ୟର ବିଭିନ୍ନ ପ୍ରସଙ୍ଗ ବିଶେଷକରି ଆଗାମୀ ଦିନରେ ଦଳ ଗ୍ରହଣ କରିବାକୁ ଥିବା ରଣନୀତି ସଂକ୍ରାନ୍ତରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଏହି ବୈଠକରେ ସାଧାରଣ ସମ୍ପାଦକ ବିଜୟ ରାଜ,ବରଦାକାନ୍ତ ମହାନ୍ତି, ସଂଗଠନ ସମ୍ପାଦକ ସଞୟ ପ୍ରଧାନ, ଉମାକାନ୍ତ ଜେନା,ଲକ୍ଷ୍ମୀ ମହାପାତ୍ର, ମୋନାଲିଶା ବିଶ୍ବାଳ, ସମୀର ପ୍ରଧାନ, ବିଶ୍ବଜିତ ପାତ୍ର, ପ୍ରମୋଦ ନାୟକ ପ୍ରମୁଖ ଦଳର କାର୍ଯ୍ୟ କ୍ରମ ଉପରେ ମତତପ୍ରକାଶ କରିଥିଲେ,
you can also read https://purvapaksa.com/trump-slaps-china-with-100-tariff-starting-nov/
Trump slaps China with 100% tariff starting Nov. ।। ନଭେମ୍ବରରୁ ଚୀନକୁ ୧୦୦% ଶୁଳ୍କ ଲଗାଇବେ ଟ୍ରମ୍ପ
