ପ୍ରିୟଙ୍କ ଓ ବିଦ୍ୟୁତ ରଞ୍ଜନ ସଦସ୍ୟ
ଜାତୀୟ ମାନବାଧିକାର କମିଶନର ନୂଆ ଅଧ୍ୟକ୍ଷ ନିଯୁକ୍ତ। ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଭି. ରାମସୁବ୍ରମଣ୍ୟମଙ୍କୁ ଜାତୀୟ ମାନବାଧିକାର କମିଶନ (NHRC)ର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି। ଜଷ୍ଟିସ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ ଓ ପ୍ରିୟଙ୍କ କାନୁନଗୋଙ୍କୁ ମଧ୍ୟ କମିଶନର ସଦସ୍ୟ ନିଯୁକ୍ତ କରାଯାଇଛି। କମିଶନ ଅଧ୍ୟକ୍ଷଙ୍କ ନିଯୁକ୍ତି ପାଇଁ ୬ ସଦସ୍ୟ ବିଶିଷ୍ଟ କମିଟି ଜଷ୍ଟିସ ଭି. ରାମସୁବ୍ରମଣ୍ୟମଙ୍କ ନାମ ସୁପାରିଶ କରିବା ପରେ ସୋମବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅବସରପ୍ରାପ୍ତ ବିଚାରପତିଙ୍କୁ ଏନଏଚଆରସିର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି। ଜଷ୍ଟିସ ରାମସୁବ୍ରମଣ୍ୟମ ୨୦୧୯ରୁ ୨୦୨୩ ପର୍ଯ୍ୟନ୍ତ ସୁପ୍ରିମକୋର୍ଟର ବିଚାରପତି ଭାବେ କାର୍ଯ୍ୟ କରିଥିଲେ। ଜୁନ ୨୦୨୩ରେ ସୁପ୍ରିମକୋର୍ଟରୁ ତାଙ୍କର କାର୍ଯ୍ୟକାଳ ସରିଥିଲା।
ଏହା ପୂର୍ବରୁ ସେ ହିମାଚଳ ପ୍ରଦେଶ ଉଚ୍ଚ ନ୍ୟାୟାଳୟରେ ମୁଖ୍ୟ ବିଚାରପତି ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି। ୨୦୦୬ରେ ସେ ମାଡ୍ରାସ ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ। ହେଲେ ଏହାପରେ ୨୦୧୬ରେ ତାଙ୍କ ନିଜ ଅନୁରୋଧକ୍ରମେ ତାଙ୍କୁ ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶର ନ୍ୟାୟପାଳିକା ଅଦାଲତକୁ ବଦଳି କରାଯାଇଥିଲା। ଦୁଇ ରାଜ୍ୟ ବିଭାଜନ ପରେ ତାଙ୍କୁ ତେଲେଙ୍ଗାନା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ କରାଯାଇଥିଲା। ଗତ ଡିସେମ୍ବର ୧୮ ତାରିଖରେ ଜାତୀୟ ମାନବାଧିକାର କମିଶନର ଅଧ୍ୟକ୍ଷ ଚୟନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଜାତୀୟ ମାନବାଧିକାର କମିଶନର ଅଧ୍ୟକ୍ଷ ଚୟନ ପାଇଁ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା।
ଅତୀତରେ ପୂର୍ବତନ ପ୍ରଧାନ ବିଚାରପତି ଏଚ୍ ଏଲ୍ ଦତ୍ତୁ ଏବଂ କେଜି ବାଲକ୍ରିଷ୍ଣନ ମଧ୍ୟ ଏହି ଅଧିକାର ସଂସ୍ଥାର ନେତୃତ୍ୱ ନେଇଛନ୍ତି। ଏନଏଚଆରସି ଏକ ପୋଷ୍ଟରେ କହିଛି ଯେ ରାଷ୍ଟ୍ରପତି ଜଷ୍ଟିସ ଭି ରାମସୁବ୍ରମଣ୍ୟମ (ଅବସରପ୍ରାପ୍ତ)ଙ୍କୁ ଅଧ୍ୟକ୍ଷ ଏବଂ ପ୍ରିୟଙ୍କ କାନୁନଗୋ ଏବଂ ଡକ୍ଟର ଜଷ୍ଟିସ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ (ଅବସରପ୍ରାପ୍ତ)ଙ୍କୁ ଜାତୀୟ ମାନବାଧିକାର ଆୟୋଗର ସଦସ୍ୟ ଭାବରେ ନିଯୁକ୍ତ କରିଛନ୍ତି। କାନୁନଗୋ ପୂର୍ବରୁ ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (ଏନସିପିସିଆର)ର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ।
ଏବେ ଏନ୍ଏଚ୍ଆରସିର ସଦସ୍ୟ ଭାବେ ମୁଁ ମୋଠାରୁ ଆଶା କରାଯାଉଥିବା ଦାୟିତ୍ୱ ପୂରଣ କରିବାକୁ ଚେଷ୍ଟା କରିବି ବୋଲି ସେ ସୋମବାର କହିଛନ୍ତି। ୨୦୧୯ରେ ମାନବାଧିକାର ସୁରକ୍ଷା ଆଇନରେ ସଂଶୋଧନ ପରେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଶ୍ରୀ ମିଶ୍ର ହେଉଛନ୍ତି ପ୍ରଥମ ଅଣ-ପ୍ରଧାନ ବିଚାରପତି ଯିଏ ଏନ୍ଏଚ୍ଆରସି ମୁଖ୍ୟ ପଦରେ ନିଯୁକ୍ତ ହୋଇଥିଲେ। ସେ ଭାରତର ପୂର୍ବତନ ପ୍ରଧାନ ବିଚାରପତି ଏଚ୍ ଏଲ୍ ଦତ୍ତୁଙ୍କ ସ୍ଥାନ ନେଇଥିଲେ। ଶ୍ରୀ ମିଶ୍ର ଇସ୍ତଫା ଦେବା ପରେ ଏନ୍ଏଚ୍ଆରସିର ସଦସ୍ୟ ବିଜୟ ଭାରତୀ ସାୟାନୀ ଜୁନ୍ ୨ତାରିଖରୁ ଏହାର କାର୍ଯ୍ୟକାରୀ ଅଧ୍ୟକ୍ଷ ହୋଇଥିଲେ।
previous article:https://purvapaksa.com/renowned-director-shyam-benegal-passes-away/
