JNU Report: ଏହି ରିପୋର୍ଟରେ ବାଂଲାଦେଶୀ ଅନୁପ୍ରବେଶକାରୀମାନେ ଦେଶ ଏବଂ ବିଶେଷକରି ରାଜଧାନୀ ଦିଲ୍ଲୀକୁ କିପରି ପ୍ରଭାବିତ କରୁଛନ୍ତି ତାହା ବ୍ୟାଖ୍ୟା କରାଯାଇଛି।
ଭାରତ ମଧ୍ୟକୁ ବେଆଇନଭାବେ ପ୍ରବେଶ କରୁଥିବା ବାଂଲାଦେଶୀ ଅନୁପ୍ରବେଶକାରୀ କେବଳ ଭାରତର ଧର୍ମୀୟ ଜନସଂଖ୍ୟାକୁ ପ୍ରଭାବିତ କରୁନାହାନ୍ତି ସେମାନେ ମଧ୍ୟ ଭାରତୀୟଙ୍କ ରୋଜଗାର ଖାଉଛନ୍ତି । ଏଭଳି ତଥ୍ୟ ଆସିଛି ଜେଏନୟୁର ଏକ ଗବେଷଣା ରିପୋର୍ଟରୁ। ଦିଲ୍ଲୀର ଜନସଂଖ୍ୟା ଓ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଉପରେ ଜେଏନୟୁ ପ୍ରସ୍ତୁତ କରିଥିବା ଏହି ରିପୋର୍ଟ ଉଣାଅଧିକେ ପୁରା ଭାରତ ପାଇଁ ପ୍ରଯୁଜ୍ୟ। ତେଣିକି ତାହା ଓଡ଼ିଶା ହେଉ କି ବିହାର କିମ୍ବା ଦିଲ୍ଲୀ।
ସାମାଜିକ ଓ ରାଜନୈତିକ ସଂରଚନା ପ୍ରଭାବିତ
ବାଂଲାଦେଶୀ ଅନୁପ୍ରବେଶକାରୀମାନେ ଦିଲ୍ଲୀର ସାମାଜିକ-ଆର୍ଥିକ ଏବଂ ରାଜନୈତିକ ସଂରଚନାକୁ ମଧ୍ୟ କ୍ଷତି ପହଞ୍ଚାଉଛନ୍ତି। ଏହା ଯୋଗୁଁ ସ୍ଥାନୀୟ ଲୋକମାନେ ଚାକିରି ହରାଉଛନ୍ତି ଏବଂ ସରକାରୀ ସୁବିଧା ଉପରେ ମଧ୍ୟ ଚାପ ପଡ଼ୁଛି। ଏହି ଅନୁପ୍ରବେଶ ଯୋଗୁଁ, ଦିଲ୍ଲୀର ସୀଲମପୁର, ଜାମିଆ ନଗର, ସୁଲତାନପୁରୀ ଏବଂ ଜାଫରାବାଦ ଭଳି ଅଞ୍ଚଳର ଜନସଂଖ୍ୟା ପରିବର୍ତ୍ତନ ହୋଇଛି। ବାଂଲାଦେଶୀ ଅନୁପ୍ରବେଶକାରୀମାନଙ୍କୁ କିଛି ଧାର୍ମିକ ଗୋଷ୍ଠୀ ଏବଂ ରାଜନୈତିକ ଲୋକଙ୍କ ସମର୍ଥନ ମଧ୍ୟ ମିଳୁଛି। ଏହି ସମସ୍ତ କଥା ଜେଏନୟୁ ରିପୋର୍ଟରେ ଦାବି କରାଯାଇଛି।
ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (JNU) ଦ୍ୱାରା ପ୍ରକାଶିତ ଏହି ରିପୋର୍ଟର ନାମ ‘ଦିଲ୍ଲୀରେ ଅବୈଧ ପ୍ରବାସୀ: ସାମାଜିକ-ଅର୍ଥନୈତିକ ଏବଂ ରାଜନୈତିକ ପରିଣାମର ବିଶ୍ଳେଷଣ’। ୧୧୪ ପୃଷ୍ଠାର ଏହି ରିପୋର୍ଟରେ ବାଂଲାଦେଶୀ ଅନୁପ୍ରବେଶକାରୀମାନେ ଦେଶ ଏବଂ ବିଶେଷକରି ରାଜଧାନୀ ଦିଲ୍ଲୀକୁ କିପରି ପ୍ରଭାବିତ କରୁଛନ୍ତି ତାହା ବ୍ୟାଖ୍ୟା କରାଯାଇଛି। ଟାଟା ଇନଷ୍ଟିଚ୍ୟୁଟ୍ ଫର୍ ସୋସିଆଲ ସାଇନ୍ସେସର ମଧ୍ୟ ରିପୋର୍ଟରେ ଅବଦାନ ରହିଛି।
ପ୍ରଥମେ ସେମାନେ ଏକା ଆସନ୍ତି, ତାପରେ ଆସନ୍ତି ଭାଇ-ବନ୍ଧୁ-କୁଟୁମ୍ବ
ରିପୋର୍ଟରେ କୁହାଯାଇଛି ଯେ ଅଧିକାଂଶ ବାଂଲାଦେଶୀ ଅନୁପ୍ରବେଶକାରୀ ‘ପରିବାର ପ୍ରଥମ’ ନୀତି ଅନୁସରଣ କରନ୍ତି। ପ୍ରଥମେ, ପରିବାରର ଜଣେ ବ୍ୟକ୍ତି ଦିଲ୍ଲୀରେ ଆସି ବସବାସ କରନ୍ତି, ଟଙ୍କା ରୋଜଗାର କରନ୍ତି ଏବଂ ରହିବା ପାଇଁ ଏକ ସ୍ଥାନ ଖୋଜନ୍ତି। ଏହାପରେ, ସେ ବାଂଲାଦେଶରୁ ତାଙ୍କ ସମ୍ପର୍କୀୟମାନଙ୍କୁ ଜଣ ଜଣ କରି ଆଣିବା ଆରମ୍ଭ କରନ୍ତି। ଦେଶର ଅନ୍ୟଭାଗରେ ମଧ୍ୟ ବାଂଲାଦେଶୀ ସମାନ ରଣନୀତି ଅବଲମ୍ବନ କରିଥାନ୍ତି। ରିପୋର୍ଟରୁ ଜଣାପଡ଼ିଛି ଯେ ଏହି ଅନୁପ୍ରବେଶକାରୀମାନେ ପ୍ରଥମେ ସୀମାନ୍ତ ରାଜ୍ୟଗୁଡ଼ିକରେ କିଛିଦିନ ରହନ୍ତି ଏବଂ ତା’ପରେ ଦିଲ୍ଲୀ ଅଭିମୁଖେ ଚାଲିଯାଆନ୍ତି। ଗତ କିଛିଦିନ ମଧ୍ୟରେ ବେଆଇନ ମହିଳାଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି। ଦିଲ୍ଲୀ ଆସୁଥିବା ୪୩% ରୁ ଅଧିକ ଅନୁପ୍ରବେଶକାରୀ ପଶ୍ଚିମବଙ୍ଗରେ ରୁହନ୍ତି।
ରିପୋର୍ଟରେ ଏହା ମଧ୍ୟ ଦାବି କରାଯାଇଛି ଯେ ୧୦ ବର୍ଷରୁ ଅଧିକ ସମୟ ଧରି ଦିଲ୍ଲୀରେ ରହୁଥିବା ଅନୁପ୍ରବେଶକାରୀମାନେ ନୂତନ ଅନୁପ୍ରବେଶକାରୀଙ୍କୁ ଭାରତକୁ ଆଣିବା ଏବଂ ଏଠାରେ ବସତି ସ୍ଥାପନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି। ରିପୋର୍ଟରେ କୁହାଯାଇଛି ଯେ ଦିଲ୍ଲୀରେ ଏହି ଅନୁପ୍ରବେଶକାରୀଙ୍କୁ ସାହାଯ୍ୟ କରିବାରେ ସେମାନଙ୍କ ନିଜସ୍ୱ କିଛି ଗୋଷ୍ଠୀ ଏବଂ ଧାର୍ମିକ ଗୋଷ୍ଠୀର ବଡ଼ ଭୂମିକା ଅଛି।
ରିପୋର୍ଟ ଅନୁଯାୟୀ, ଦିଲ୍ଲୀରେ ବସତି ସ୍ଥାପନ କରିବା ପରେ ଆଞ୍ଚଳିକ କିମ୍ବା ଧାର୍ମିକ ପରିଚୟ ଉପରେ ଗଠିତ ଗୋଷ୍ଠୀ ସେମାନଙ୍କୁ ସାହାଯ୍ୟ କରନ୍ତି। ଏଥିରେ, ପ୍ରମୁଖ କାର୍ଯ୍ୟ ଇଦ୍, ମୁହରମ୍ ଏବଂ ଅନ୍ୟାନ୍ୟ ଧାର୍ମିକ ପର୍ବରେ ଆୟୋଜିତ କାର୍ଯ୍ୟକ୍ରମଦ୍ୱାରା କରାଯାଏ। ଏଥିରେ କିଛି ରାଜନୈତିକ ବ୍ୟକ୍ତି ମଧ୍ୟ ସାମିଲ ଅଛନ୍ତି।
ବାଂଲାଦେଶୀଙ୍କ ପଛରେ ଏନଜିଓ-ଧାର୍ମିକ ଗୋଷ୍ଠୀ
ରିପୋର୍ଟରେ କୁହାଯାଇଛି ଯେ, “ଅଣପଞ୍ଜିକୃତ ଏନଜିଓ ଏବଂ ଧାର୍ମିକ ଗୋଷ୍ଠୀଗୁଡ଼ିକ ଦିଲ୍ଲୀରେ ଅନୁପ୍ରବେଶକାରୀଙ୍କୁ ସମର୍ଥନ ପ୍ରଦାନ କରିବା ଏବଂ ଆଶ୍ରୟ, ଖାଦ୍ୟ, ସ୍ୱାସ୍ଥ୍ୟସେବା, ଶିକ୍ଷା, ଆଇନଗତ ସହାୟତା ଏବଂ ବ୍ୟାଙ୍କିଙ୍ଗ ସୁବିଧା ଭଳି ସେବା ପ୍ରଦାନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି।” ସେମାନଙ୍କର ପରିସର ଆଇନଗତ ଭାବରେ ସ୍ପଷ୍ଟ ନୁହେଁ। ଏହି ଲୋକମାନେ ବେଆଇନ ପ୍ରବାସୀମାନଙ୍କୁ ନିଯୁକ୍ତି ଖୋଜିବା ଏବଂ ସ୍ଥାନୀୟ ସମ୍ପ୍ରଦାୟରେ ସାମିଲ ହେବାରେ ସାହାଯ୍ୟ କରନ୍ତି, କେତେକ ସମୟରେ ସରକାରୀ ନିୟମକୁ ମଧ୍ୟ ଏଡାଇ ଦିଅନ୍ତି।”
“ଏନଜିଓଦ୍ୱାରା ପ୍ରଦାନ କରାଯାଇଥିବା ସହାୟତା ବ୍ୟତୀତ, ଅନେକ ସ୍ଥାନୀୟ ରାଜନୈତିକ ବ୍ୟକ୍ତିବିଶେଷଙ୍କର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ସମ୍ପୃକ୍ତି ରହିଛି,” ରିପୋର୍ଟରେ ଉଲ୍ଲେଖ କରାଯାଇଛି। ସେମାନେ ପ୍ରାୟତଃ ରାଜନୈତିକ ବିଶ୍ୱସ୍ତତା ବଦଳରେ ଅବୈଧ ପ୍ରବାସୀମାନଙ୍କୁ ସାହାଯ୍ୟ କରନ୍ତି। ଏହି ରାଜନୈତିକ ବ୍ୟକ୍ତିମାନେ ସେମାନଙ୍କୁ ଘର ଖୋଜିବା ପାଇଁ ନକଲି କାଗଜପତ୍ର ମଧ୍ୟ ଯୋଗାଇ ପାରନ୍ତି। ନିର୍ବାଚନ ସମୟରେ ଏହି ଅନୁପ୍ରବେଶକାରୀଙ୍କ ଦୁର୍ବଳ ସ୍ଥିତିର ଫାଇଦା ଉଠାଇହେବ।”
ଭାରତୀୟଙ୍କ ଚାକିରି ଖାଉଛନ୍ତି ବାଂଲାଦେଶୀ
ଏହି ଅନୁପ୍ରବେଶକାରୀମାନେ ସ୍ଥାନୀୟ ଲୋକଙ୍କ ନିଯୁକ୍ତି ଛଡ଼ାଇ ନେଉଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଅଣକୁଶଳୀ କ୍ଷେତ୍ରରେ ନିୟୋଜିତ। ରିପୋର୍ଟରେ କୁହାଯାଇଛି ଯେ ଏହି ଅନୁପ୍ରବେଶକାରୀମାନେ କମ ଟଙ୍କାରେ ମଧ୍ୟ ଦିଲ୍ଲୀରେ କାମ କରିବାକୁ ପ୍ରସ୍ତୁତ। ସେମାନେ ଦିଲ୍ଲୀ ମଧ୍ୟରେ ନିର୍ମାଣ, ଘରୋଇ କାମ, ସଫେଇ ପରି କାମରେ ନିୟୋଜିତ ଅଛନ୍ତି। ଏହି କାରଣରୁ ଦିଲ୍ଲୀ ଭିତରେ ମଧ୍ୟ ବେକାରୀ ବୃଦ୍ଧି ପାଉଛି। ଏହି ଲୋକମାନେ ଅପରାଧ ଏବଂ ବେଆଇନ କାର୍ଯ୍ୟକଳାପରେ ମଧ୍ୟ ଜଡ଼ିତ। ଏହା ଦିଲ୍ଲୀର କଳା ଅର୍ଥନୀତିକୁ ପ୍ରୋତ୍ସାହିତ କରୁଛି।
୮୦% ବାଂଲାଦେଶୀ ଘରକୁ ଟଙ୍କା ପଠାନ୍ତି
ରିପୋର୍ଟରୁ ଜଣାପଡ଼ିଛି ଯେ ଏହି ଅନୁପ୍ରବେଶକାରୀମାନେ ଭାରତରେ ଟଙ୍କା ରୋଜଗାର କରି ବାଂଲାଦେଶକୁ ଟଙ୍କା ପଠାଉଛନ୍ତି। ରିପୋର୍ଟରୁ ଜଣାପଡ଼ିଛି ଯେ ଭାରତରେ ରହୁଥିବା ୮୦% ବାଂଲାଦେଶୀ ଅନୁପ୍ରବେଶକାରୀ ନିଜ ରୋଜଗାରର ଟଙ୍କା ଘରକୁ ଫେରସ୍ତ କରନ୍ତି। ପ୍ରାୟ ୫୦% ବାଂଲାଦେଶୀ ଭାରତରେ ମଧ୍ୟ ଆକାଉଣ୍ଟ ଖୋଲିଛନ୍ତି। ୨୦% ବାଂଲାଦେଶୀ ଅନୁପ୍ରବେଶକାରୀ ମଧ୍ୟ ଜମି କିଣିଛନ୍ତି, ଯାହା ଚିନ୍ତାର ବିଷୟ। ରିପୋର୍ଟରେ କୁହାଯାଇଛି ଯେ ଏହି କାର୍ଯ୍ୟ ଦିଲ୍ଲୀର ଅର୍ଥନୀତିରେ ପରିବର୍ତ୍ତନ ଆଣୁଛି।
ସୀଲମପୁର, ଜାମିଆ ନଗର ଏବଂ ଜାଫରାବାଦ ଭଳି ଅଞ୍ଚଳରେ ବସତି ସ୍ଥାପନ
ଏହି ରିପୋର୍ଟ ଅନୁସାରେ ଦିଲ୍ଲୀରେ ରହୁଥିବା ୯୬.୩% ଅନୁପ୍ରବେଶକାରୀ ମୁସଲମାନ। ସେମାନଙ୍କ ଯୋଗୁଁ, ଦିଲ୍ଲୀର ଯେଉଁ ଅଞ୍ଚଳରେ ସେମାନେ ବସତି ସ୍ଥାପନ କରିଛନ୍ତି, ସେଗୁଡ଼ିକର ଜନସଂଖ୍ୟା ମଧ୍ୟ ପରିବର୍ତ୍ତନ ହୋଇଛି। ରିପୋର୍ଟ ଅନୁଯାୟୀ, ବାଂଲାଦେଶୀ ଅନୁପ୍ରବେଶକାରୀମାନେ ସୀଲମପୁର, ଜାମିଆ ନଗର, ଜାକିର ନଗର, ସୁଲତାନପୁରୀ, ମୁସ୍ତାଫାବାଦ, ଜାଫରାବାଦ, ଦ୍ୱାରକା, ଗୋବିନ୍ଦପୁରୀ ଇତ୍ୟାଦି ଜନଗହଳିପୂର୍ଣ୍ଣ ଅଞ୍ଚଳରେ ବସତି ସ୍ଥାପନ କରନ୍ତି। ଏହି କାରଣରୁ, ଏଠାରେ ରହୁଥିବା ବାସିନ୍ଦାଙ୍କ ପାଇଁ ଉପଲବ୍ଧ ସୁବିଧା ଉପରେ ଚାପ ପଡୁଛି।
ଦିଲ୍ଲୀରେ ହିନ୍ଦୁଙ୍କ ସଂଖ୍ୟା ହ୍ରାସ ପାଇଛି
ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ନିରନ୍ତର ପ୍ରବେଶ ଯୋଗୁଁ ଦିଲ୍ଲୀର ଜନସଂଖ୍ୟା ପ୍ରଭାବିତ ହୋଇଛି। ରିପୋର୍ଟ ଅନୁଯାୟୀ, ୧୯୫୧ ମସିହାରେ ଦିଲ୍ଲୀର ଜନସଂଖ୍ୟାର ୮୪% ହିନ୍ଦୁ ଥିଲେ, ଯାହା ୨୦୧୧ ସୁଦ୍ଧା ୮୧%କୁ ହ୍ରାସ ପାଇଥିଲା। କିନ୍ତୁ ଏହି ସମୟ ମଧ୍ୟରେ ମୁସଲିମ ଜନସଂଖ୍ୟା ୫.୭%ରୁ ପ୍ରାୟ ୧୨.୮% କୁ ବୃଦ୍ଧି ପାଇଲା।
ଏହାର ଅର୍ଥ ହେଉଛି ଅନ୍ୟାନ୍ୟ କାରଣ ସହିତ ଅବୈଧ ଅନୁପ୍ରବେଶ ଯୋଗୁଁ, ଦିଲ୍ଲୀରେ ମୁସଲମାନଙ୍କ ସଂଖ୍ୟା ଦ୍ୱିଗୁଣିତ ହୋଇଛି। ରିପୋର୍ଟରେ କୁହାଯାଇଛି ଯେ ଦିଲ୍ଲୀରେ ରହୁଥିବା ୭୫% ଅବୈଧ ବାଂଲାଦେଶୀ ଅନୁପ୍ରବେଶକାରୀ ମଧ୍ୟ ସ୍ୱାସ୍ଥ୍ୟ ସୁବିଧାର ସୁଯୋଗ ନେଉଛନ୍ତି, ଯାହା କାରଣରୁ ସ୍ଥାନୀୟ ଲୋକମାନେ ଚିକିତ୍ସା ପାଉ ନାହାଁନ୍ତି।
ଅପରାଧରେ ବି ସାମିଲ ବାଂଲାଦେଶୀ
ଅପରାଧ ଏବଂ ଜାଲସାଜିରେ ବାଂଲାଦେଶୀଙ୍କ ସମ୍ପୃକ୍ତିକୁ ନେଇ ରିପୋର୍ଟରେ ଦାବି କରାଯାଇଛି। ରିପୋର୍ଟରେ କୁହାଯାଇଛି ଯେ, “ଦିଲ୍ଲୀରେ ଅନୁପ୍ରବେଶକାରୀଙ୍କ ମୁକାବିଲା କରିବାରେ ଏକ ପ୍ରମୁଖ ଚ୍ୟାଲେଞ୍ଜ ହେଉଛି ନକଲି ପରିଚୟ ପତ୍ରର ବ୍ୟବହାର।” ସେମାନେ ପ୍ରାୟତଃ ନକଲି ଆଧାର କାର୍ଡ, ଭୋଟର ପରିଚୟପତ୍ର ଏବଂ ରାସନ କାର୍ଡ ତିଆରି କରନ୍ତି, ଯାହା ସେମାନଙ୍କୁ ସହରର ସାମାଜିକ ଏବଂ ଅର୍ଥନୈତିକ ବ୍ୟବସ୍ଥାରେ ସାମିଲ କରିବାକୁ ଅନୁମତି ଦିଏ।
Also readhttps://purvapaksa.com/pm-modi-to-visit-maha-kumbh-on-wednesday-to-take-dip-at-holy-sangam/
ବୁଧବାର ପ୍ରଧାନମନ୍ତ୍ରୀଙ୍କ ମହାକୁମ୍ଭ ଗସ୍ତ; ବୁଡ଼ ପକାଇବେ, ପ୍ରାର୍ଥନା କରିବେ
