Japan Discovers Rare Earth Minerals: ଏବେ ଆଉ ଗୋଟିଏ ଖବର ଆସିଛି, ଯାହା ଚୀନର ଚିନ୍ତା ବଢାଇ ଦେଇଛି। ଜାପାନ ସମୁଦ୍ର ଗର୍ଭରୁ ବିରଳ ଖଣିଜର ଏମିତି ଭଣ୍ଡାର ପାଇଛି,ଯାହାର ଆନୁମାନିକ ମୂଲ୍ୟ ହେଉଛି ୨୧,୬୦୯୫୬୬୯୭୫୦୦ ଟଙ୍କା। ମାନେ ପାଖାପାଖି 26 ବିଲିୟନ ଡଲାର।
କିଛିଦିନ ତଳେ ଖବର ଆସିଥିଲା ଯେ, ପାକିସ୍ତାନକୁ ସୁନା ଭଣ୍ଡାର ମିଳିଛି। କୁହାଗଲା ଯେ ପାକିସ୍ତାନର ମାଟିତଳେ ଏତିକି ସୁନା ଅଛି ଯାହା ତାର ସବୁ କରଜ ଭରଣ କରିଦେବ। ଏହି ସୁନା ଭଣ୍ଡାର ଖବର ଆସିବା ପରେ ସାଉଦୀ ଆରବର ପାକିସ୍ତାନ ପ୍ରେମ ଉବୁକା ମାରିଥିଲା। ସାଉଦି ଆରବର କମ୍ପାନୀ ପାକିସ୍ତାନରେ ସୁନା ଖଣିରେ ପୁଞ୍ଜି ଖଟାଇବାକୁ ଇଛା ପ୍ରକାଶ କରିଥିଲେ। ଏବେ ସେହିଭଳି ଆଉ ଗୋଟିଏ ଖବର ଆସିଛି, ଯାହା ଚୀନର ଚିନ୍ତା ବଢାଇ ଦେଇଛି। ଜାପାନ ସମୁଦ୍ର ଗର୍ଭରୁ ବିରଳ ଖଣିଜର ଏମିତି ଭଣ୍ଡାର ପାଇଛି,ଯାହାର ଆନୁମାନିକ ମୂଲ୍ୟ ହେଉଛି ୨୧,୬୦୯୫୬୬୯୭୫୦୦ ଟଙ୍କା। ମାନେ ପାଖାପାଖି 26 ବିଲିୟନ ଡଲାର।
ଜାପାନ ପ୍ରଶାନ୍ତ ମହାସାଗର ତଳେ ବିରଳ ଖଣିଜ ପଦାର୍ଥର ଅଭୂତପୂର୍ବ ଆବିଷ୍କାର କରିଛି। ଏହା ଏଭଳି ଏକ ଆବିଷ୍କାର ଯାହା ଜାପାନର ଅର୍ଥନୀତିକୁ ନୂଆ ରୂପ ଦେଇପାରିବ । ଖାଲି ସେତିକି ନୁହେଁ, ଏହି ଆବିଷ୍କାର ବିରଳ ଖଣିଜ ଦ୍ରବ୍ୟ ପାଇଁ ବିଶ୍ୱ ଯୋଗାଣ ଶୃଙ୍ଖଳାର ସନ୍ତୁଳନକୁ ପରିବର୍ତ୍ତନ କରିପାରେ । ୨୬ ବିଲିୟନ ଡଲାର (୨୧,୬୦୯୫୬୬୯୭୫୦୦ ଟଙ୍କା) ମୂଲ୍ୟର ଏହି ଭଣ୍ଡାର ଟୋକିଓଠାରୁ ପ୍ରାୟ ୧୨୦୦ ମାଇଲ ଦୂର ମିନାମି-ଟୋରି-ଶିମା ଦ୍ୱୀପ ନିକଟରେ ଆବିଷ୍କାର ହୋଇଛି। ଏହି ଆବିଷ୍କାର ବିରଳ ଖଣିଜ ବଜାର ଉପରେ ଚୀନ୍ର ଆଧିପତ୍ୟକୁ ଝଟକା ଦେଇପାରେ।
ସମୁଦ୍ରରେ ଗର୍ଭରେ ଲୁଚିଛି ବିରଳ ଖଣିଜ
ସମୁଦ୍ର ପତ୍ତନଠାରୁ ୫,୭୦୦ ମିଟର ତଳେ ପୋତି ରହିଥିବା ଏହି ବିଶାଳ ଭଣ୍ଡାରରେ ଆନୁମାନିକ ୨୩୦ ନିୟୁତ ଟନ୍ ବିରଳ ଖଣିଜ ଉପାଦାନ ରହିଥିବା ଆକଳନ କରାଯାଇଛି, ଯେଉଁଥିରେ କୋବାଲ୍ଟ ଏବଂ ନିକେଲ୍ – ଇଲେକ୍ଟ୍ରିକ୍ ଯାନ (ଇଭି) ବ୍ୟାଟେରୀ ଏବଂ ଅନ୍ୟାନ୍ୟ ଉନ୍ନତ ଜ୍ଞାନକୌଶଳ ଉତ୍ପାଦନର ପ୍ରମୁଖ ଉପାଦାନ ରହିଛି। ନିପନ୍ ଫାଉଣ୍ଡେସନ୍ ଏବଂ ଟୋକିଓ ବିଶ୍ୱବିଦ୍ୟାଳୟର ମିଳିତ ସର୍ଭେ ଜରିଆରେ ଅତ୍ୟାଧୁନିକ ରିମୋଟ୍ ପରିଚାଳିତ ଅଣ୍ଡର ୱାଟର ଯାନ ବ୍ୟବହାର କରି ଏହି ଆବିଷ୍କାର ସମ୍ଭବ ହୋଇଛି।
କେଉଁ ଖଣିଜ ପଦାର୍ଥ ଆବିଷ୍କୃତ ହୋଇଛି?
ରିପୋର୍ଟ ଅନୁଯାୟୀ, ୨୦୧୬ମସିହାରେ ପ୍ରଥମେ ମାଙ୍ଗାନିଜ୍ ନୋଡ୍ୟୁଲ୍ସ ଅଞ୍ଚଳ ଚିହ୍ନଟ ହୋଇଥିଲେ ହେଁ ନିକଟରେ ଏହାର ବିସ୍ତୃତ ମାନଚିତ୍ର ପ୍ରସ୍ତୁତ କରାଯାଇଛି। ୬,୧୦,୦ ମେଟ୍ରିକ୍ ଟନ୍ କୋବାଲ୍ଟ ଏବଂ ୭୪୦,୦ ମେଟ୍ରିକ୍ ଟନ୍ ସେଠାରେ ଥିବା ଅନୁମାନ କରାଯାଉଛି। ଏହି ଖଣିଜ ପଦାର୍ଥ କେବଳ ଇଭି ବ୍ୟାଟେରୀ ପାଇଁ ନୁହେଁ ବରଂ ଜେଟ୍ ଇଞ୍ଜିନ, ଗ୍ୟାସ ଟର୍ବାଇନ୍ ଏବଂ ବିଭିନ୍ନ ହାଇଟେକ୍ ଉତ୍ପାଦନ ପ୍ରକ୍ରିୟା ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଅଟେ । ସେଠାରେ ତମ୍ବା ମଧ୍ୟ ରହିଥିବା ବୈଜ୍ଞାନିକ ଅନୁମାନ କରୁଛନ୍ତି।
ବିରଳ ଖଣିଜ ପଦାର୍ଥ ଏବଂ ଜାପାନର ଭବିଷ୍ୟତ
ଆଧୁନିକ ଶିଳ୍ପ ପାଇଁ କୋବାଲ୍ଟ ଏବଂ ନିକେଲ ଅତ୍ୟନ୍ତ ଜରୁରୀ ଉପାଦାନ । ବିଶେଷ କରି ଶକ୍ତି ସଂରକ୍ଷଣ ବ୍ୟବସ୍ଥା ଓ ସବୁଜ ଜ୍ଞାନକୌଶଳକ୍ଷେତ୍ରରେ ସେମାନଙ୍କ ଭୂମିକା ଅତୁଳନୀୟ। ବିଶ୍ୱର ବିଭିନ୍ନ ଦେଶ ଏକ ସ୍ଥାୟୀ ଶକ୍ତି ଭବିଷ୍ୟତ ଆଡ଼କୁ ଅଗ୍ରସର ହେଉଥିବା ବେଳେ ଏହି ଧାତୁଗୁଡ଼ିକର ଚାହିଦା ଆକାଶଛୁଆଁ ହେବାରେ ଲାଗିଛି। ନୂତନ ଭାବେ ମିଳିଥିବା ଭଣ୍ଡାର ବିଦେଶୀ ଆମଦାନୀ ଉପରେ ଜାପାନର ନିର୍ଭରଶୀଳତାକୁ ଯଥେଷ୍ଟ ହ୍ରାସ କରିପାରିବ । ଏହି ଭଣ୍ଡାରକୁ ଉପଯୋଗ କରି ଜାପାନ ଏକ ଆତ୍ମନିର୍ଭରଶୀଳ ଯୋଗାଣ ଶୃଙ୍ଖଳା ପ୍ରତିଷ୍ଠା କରିବ, ଏହାର ଘରୋଇ ଶିଳ୍ପଗୁଡ଼ିକୁ ସୁଦୃଢ଼ କରିବା ସହିତ ପ୍ରଯୁକ୍ତି ବିଦ୍ୟା ଏବଂ ଉତ୍ପାଦନ କ୍ଷେତ୍ରରେ ନିଜକୁ ବିଶ୍ୱସ୍ତରରେ ଅଗ୍ରଣୀ ଭାବରେ ପ୍ରତିଷ୍ଠିତ କରି ପାରିବ।
ଜାପାନର ଅର୍ଥନୀତିକୁ ବଡ଼ ଫାଇଦା
ବିଶେଷଜ୍ଞମାନେ ଏହି ଆବିଷ୍କାରକୁ ଜାପାନର ଅର୍ଥନୀତି ପାଇଁ ଏକ ବଡ଼ ପରିବର୍ତ୍ତନ ବୋଲି କହୁଛନ୍ତି ଏବଂ କଞ୍ଚାମାଲ ଉତ୍ତୋଳନ ଠାରୁ ବହୁ ଦୂରରେ ଏହାର ଦୀର୍ଘମିଆଦୀ ଲାଭ ରହିଛି। ଟୋକିଓ ବିଶ୍ୱବିଦ୍ୟାଳୟର ରିସୋର୍ସ ଜିଓଲୋଜି ର ପ୍ରଫେସର ୟାସୁହିରୋ କାଟୋଙ୍କ କହିବା ଅନୁଯାୟୀ, ଖନନ ପ୍ରକ୍ରିୟା ପରିବେଶ ରକ୍ଷଣାବେକ୍ଷଣକୁ ପ୍ରାଥମିକତା ଦେବ । ଦୈନିକ ହଜାର ହଜାର ଟନ୍ ନୋଡୁଲ୍ ଉତ୍ତୋଳନ କରିବାରେ ସକ୍ଷମ ବିଦେଶୀ ଖଣି ଜାହାଜ ବ୍ୟବହାର କରି ୨୦୨୫ରେ ଏହାର ଖନନ ଆରମ୍ଭ କରିବାକୁ ଯୋଜନା ରହିଛି।
