ମଦ ପାଇଁ ଆଗୁଆ ମନ୍ତ୍ରୀ ମୋହଦୟ। ମନ୍ତ୍ରୀଙ୍କ କହିବା ଅନୁସାରେ ଏଣିକି ମଦ ଆଉ କାଚ ବୋତଲରେ ମିଳିବନି, ତେବେ କେମିତି ମିଳିବ? ତେବେ ଆଗକୁ ମଦ କାଗଜ ପ୍ୟାକେଟରେ ଅର୍ଥାତ ଟେଟ୍ରା ପ୍ୟାକରେ ବିକ୍ରି ହେବ। ଯେପରି ଜୁସ ବା ଫଳରସ ବିକ୍ରି ହେଉଛି। ମନ୍ତ୍ରୀ ମୋହଦୟଙ୍କ ଏହି ନଷ୍ପତିକୁ ଜନତା ସାଲୁଟ ମାରିବାକୁ ନିହାତି ଇଚ୍ଛା ପ୍ରକାଶ କରିବ। କାହିଁକି ନାଁ ମନ୍ତ୍ରୀଙ୍କ ଦୂରଦୃଷ୍ଟି ପାଇଁ ମଦ ଆଜି ରାଜ୍ୟରେ ଏତେ ଆଗକୁ ଯିବ ଯେ ସିଧା ସ୍କୁଲ, ଅଫିସ, ପବ୍ଲିକ ପ୍ଲେସରେ ଖୋଲାମେଲା ଭାବେ ଦେଖିବାକୁ ମିଳିବ।
![]()
ରାଜ୍ୟର ଅବକାରୀ ମନ୍ତ୍ରୀ ପୃଥିରାଜ ହରିଚନ୍ଦନଙ୍କ ପାଖରେ ଏବେ ତିନୋଟି ବିଭାଗ ଅଛି । ଆଇନ, ପୁର୍ତ୍ତ ଏବଂ ଅବକାରୀ । ଆଇନ ବିଭାଗ କଥା ତ ନକହିବା ଭଲ । ପୃଥ୍ୱୀରାଜ ହରିଚନ୍ଦନ ନିଜେ ଆଇନ ମନ୍ତ୍ରୀ, ଏବଂ ତାଙ୍କ ପୁଅ ସରକାରୀ ଓକିଲ। ଆଇନ ମନ୍ତ୍ରୀ ଭାବରେ ତାଙ୍କ କାର୍ଯ୍ୟକାରିତା ରାଜ୍ୟ ବାସୀଙ୍କୁ ସବୁ ଜଣା। ଏପରିକି କିଛି ଲୋକମାନେ ଅବକାରୀ ମନ୍ତ୍ରୀଙ୍କୁ ତଦନ୍ତ ମନ୍ତ୍ରୀ ବୋଲି ମଧ୍ୟ କହୁଛନ୍ତି। ଆଇନ ବିଭାଗରେ ଯାହା କିଛି ସମସ୍ୟା ହେଲେ ମନ୍ତ୍ରୀଙ୍କ ପାଟିରୁ ଗୋଟିଏ କଥା ବାହାରିଥାଏ ଆଇନ ଅନୁଯାୟୀ ତଦନ୍ତ କରାଯିବ। ସେହିପରି ପୁର୍ତ୍ତ ବିଭାଗ କଥା ନକହିବା ଭଲ। ଆଗ ରାସ୍ତା ତିଆରି ହେବ ତାପରେ ପାଇପ କି ତାର ନାଁରେ ସେ ରାସ୍ତାକୁ ଖୋଳାଯିବ ପୁଣି ତା ତାପରେ ନୂଆ ରାସ୍ତା କରାଯିବ।

କିଛି ଏପରି ଭାବେ ଚାଲିଛି ମନ୍ତ୍ରୀ ମହୋଦୟଙ୍କ କାର୍ଯ୍ୟକାରିତା। କିନ୍ତୁ ଅବକାରୀ ବିଭାଗକୁ ନେଇ ମନ୍ତ୍ରୀ ସବୁବେଳେ କର୍ତ୍ତବ୍ୟ ପରାୟଣ। କେତେବେଳେ ଡ୍ୟାନ୍ସ ବାର ଖୋଲା ଯିବ କେତେବେଳ ବନ୍ଦ କରାଯିବ ତାର ହିସାବ ମନ୍ତ୍ରୀଙ୍କୁ ବେଶ ଭଲ ଭାବରେ ଜଣା। କେବଳ ସେତିକି ନୁହେଁ ବିରୋଧି ଦଳ ଶାସନରେ ଥିବା ସମୟରେ ନବୀନ ବାବୁ କାଳେ ରାଜ୍ୟକୁ ମଦୁଆ ରାଜ୍ୟରେ ପରିଣତ କରିବା ପାଇଁ ଚେଷ୍ଟା କରୁଛନ୍ତି ବୋଲି ବିଜେପି ଦଳ ଏବଂ ମନ୍ତ୍ରୀ ପୃଥିରାଜ ହରିଚନ୍ଦନଙ୍କ ପକ୍ଷରୁ ଚର୍ଚ୍ଚା ହେଉଥିଲା। କିନ୍ତୁ ଏବେ ବିଜେପି ଶାସନକୁ ଆସିବା ପରେ ରାଜ୍ୟରେ ବନ୍ଦ ଥିବା ୭୦ରୁ ଅଧିକ ମଦ ଦୋକାନକୁ ପୁଣି ଖୋଲାଯାଇଛି। ପରିସ୍ଥିତି ଏପରି ହେଲାଣି ଯେ ଛୋଟ ପିଲା ମଧ୍ୟ ମଦ ପିଇ ସ୍କୁଲ ଯିବାକୁ ପଛଘୁଞ୍ଚା ଦେଉନାହାନ୍ତି। ଏ ସମସ୍ତ ଘଟଣା ପରେ ମଧ୍ୟ ମନ୍ତ୍ରୀ ସନ୍ତୁଷ୍ଟ ନାହାନ୍ତି ଯେ ଟେଟ୍ରା ପ୍ୟାକ କରି ସର୍ବସାଧାରଣରେ ମଦ ପିଇବାର ସୁଯୋଗ ଦେଉଛନ୍ତି।

ଏଠି ପ୍ରଶ୍ନ ଆସୁଛି କଣ ଚାହୁଁଛନ୍ତି ଅବକାରୀ ମନ୍ତ୍ରୀ ?
ପରିବେଶ ସୁଧାରିବା ନାଁ କହି ମଦକୁ ଆହୁରୀ ହଲୁକା କରିବାକୁ ଯୋଜନା କେଉଁ ସ୍ୱାର୍ଥରେ କରାଯାଉଛି ?
ରାଜ୍ୟର ଉତ୍ପାଦ ଶୁଳ୍କ ବ୍ୟବସ୍ଥାକୁ ଆଧୁନିକୀକରଣ ଏବଂ ସୁରକ୍ଷିତ, ଅଧିକ ସ୍ଥାୟୀ ପ୍ୟାକେଜିଂ ବିକଳ୍ପ ଗ୍ରହଣ କରିବା ପାଇଁ ଏକ ବ୍ୟାପକ ପ୍ରୟାସର ଅଂଶ। ସରକାର ବିଶ୍ୱାସ କରନ୍ତି ଯେ କାଚ ବୋତଲକୁ ଟେଟ୍ରା ପ୍ୟାକ୍ ସହିତ ବଦଳାଇବା ଦ୍ୱାରା ମଦ ପ୍ୟାକେଜିଂର ପରିବେଶଗତ ପ୍ରଭାବକୁ ଯଥେଷ୍ଟ ହ୍ରାସ କରାଯିବ ଏବଂ ରାଜ୍ୟରେ ବର୍ଜ୍ୟ ପରିଚାଳନାରେ ଉନ୍ନତି ଆସିବ। କିନ୍ତୁ ଚିନ୍ତା କଲେ ଜଣାପଡେ ପରିବେଶ ସୁରକ୍ଷା ନାଁରେ କିପରି ସାଧାରଣ ଲୋକଙ୍କ ପରିବାର ଭାଙ୍ଗିବାର ଯୋଜନା କରାଯାଉଛି।

- କାହିଁକି ଜଣେ ସାଧାରଣ ଶିଶୁର ଜୀବନକୁ ସରକାର ବରବାଦ କରୁଛନ୍ତି ?
- ଜଣେ ନୀରିହ ସ୍ତ୍ରୀ ମଦୁଆ ସ୍ୱାମୀର ଉତପାତ ପାଇଁ ଘରେ ଲୁଚି ଲୁଚି କାନ୍ଦୁଛି ?
- ମହିଳା ଏବଂ ପରିବାର ଏହି ମଦ ପାଇଁ ଆଜି ଭାଙ୍ଗୁଛି ?
- ଜନତାଙ୍କ ପାଇଁ ପ୍ରଶ୍ନ, ଏ ସବୁ ପାଇଁ ଦାୟୀ କିଏ ?
ସବୁଠାରୁ ବଡ କଥା ହେଉଛି ମନ୍ତ୍ରୀ ମୋହଦୟ ହେଉଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କ୍ୟାମ୍ପର ନେତା । ଧର୍ମେନ୍ଦ୍ରଙ୍କ ଖାସ ଅନୁଗତ ଭାବରେ ରାଜ୍ୟବାସୀ ତାଙ୍କୁ ଜାଣିଛନ୍ତି। କିନ୍ତୁ ନିଜେ ଧର୍ମେନ୍ଦ୍ର ପ୍ରଧାନ ଦେଇଥିବା ପ୍ରତିଶୃତି ମନ୍ତ୍ରୀ ମୋହଦୟ କେମିତି ଭୁଲି ଯାଉଛନ୍ତି ତାହା ମଧ୍ୟ ବଡ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ତେବେ ଆଗକୁ ସୋରିଶ ତେଲ ଭଳି ମଦ ପ୍ରତି ରୋଷେଇ ଘରେ କିପରି ପହଁଚି ଯାଉଛି ତାକୁ ହିଁ ଅପେକ୍ଷା।
AlsoRead; https://purvapaksa.com/lunar-eclipse-will-happen-on-the-dola-purnima-day-know-the-time/


