Jaishankar: ସମର୍ପଣ କରିବାକୁ ଲଣ୍ଡନସ୍ଥିତ ଭାରତୀୟ ହାଇକମିଶନରେ ଆବେଦନ କରିଥିଲେ। କୁହାଯାଉଥିଲା ଯେ ଲଳିତ ମୋଦୀ ପ୍ରଶାନ୍ତ ମହାସାଗରରେ ଅବସ୍ଥିତ ଏକ ଦ୍ୱୀପଦେଶ ଭାନୁଆତୁର ନାଗରିକତ୍ୱ ହାସଲ କରିଛନ୍ତି। ସେ ଗୋଲ୍ଡେନ୍ ପାସପୋର୍ଟ ହାସଲ କରିଥିଲେ।
ତେବେ ପରଦିନ ଖବର ଆସିଥିଲା ଯେ ଭାନୁଆତୁର ପ୍ରଧାନମନ୍ତ୍ରୀ ଜୋଥାମ ନପାଟ ଲଳିତ ମୋଦିଙ୍କ ପାସପୋର୍ଟ ରଦ୍ଦ କରିବାକୁ ନାଗରିକତା ଆୟୋଗଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମୋଦି ମାର୍ଚ୍ଚ ୭ ରେ ନିଜର ଭାରତୀୟ ପାସପୋର୍ଟ ସମର୍ପଣ କରିବାକୁ ଆବେଦନ କରିଥିଲେ ଏବଂ ପରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମଧ୍ୟ ଏଭଳି ଆବେଦନ କରାଯାଇଥିବା କଥାକୁ ନିଶ୍ଚିତ କରିଥିଲା । ତେବେ ଏମିତି କ’ଣ ହେଲା ଯେ, ଭାନୁଆତୁ ତାଙ୍କୁ ନାଗରିକତା ପ୍ରଦାନ କରିବା ପରେ ମନ ପରିବର୍ତ୍ତନ କରି,ତାଙ୍କ ନାଗରିକତାକୁ ବାତିଲ କରିଦେଲା ? ଏହା ପଛରେ କ’ଣ ଭାରତ ସରକାର ଓ ବୈଦେଶିକ ମନ୍ତ୍ରୀ ଜୟଶଙ୍କରଙ୍କ ହାତ ରହିଛି କି ?
କେମିତି ମୋଦିଙ୍କ ଖେଳ ବିଗିଡ଼ିଗଲା ?
ମିଳିଥିବା ସୂଚନା ଅନୁଯାୟୀ, ନ୍ୟୁଜିଲାଣ୍ଡରେ ଅବସ୍ଥାପିତ ଭାରତୀୟ ହାଇକମିଶନର ନୀତା ଭୂଷଣଙ୍କ ସମେତ ଅନ୍ୟ କେତେକ ଦ୍ୱୀପଦେଶ ଲଳିତ ମୋଦିଙ୍କ ଭାନୁଆତୁ ପାସପୋର୍ଟ ରଦ୍ଦ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏହାବ୍ୟତୀତ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ମଧ୍ୟ ଲଣ୍ଡନ ଗସ୍ତରେ ଥିଲେ । ଏଭଳି ପରିସ୍ଥିତିରେ ଲଲିତ ମୋଦିଙ୍କ ଖେଳ ବିଗିଡିବା ପଛରେ ଭାରତୀୟ ବୈଦେଶିକ ବିଭାଗର ହାତ ଥିବା ମନେ ହେଉଛି । କାରଣ ଭାରତ ସରକାର ଚାହୁଁନାହାନ୍ତି ଯେ ଲଳିତ ମୋଦିଙ୍କୁ ସେହି ଦେଶରେ ଆଶ୍ରୟ ଦିଅନ୍ତୁ ଯେଉଁଠାରୁ ତାଙ୍କୁ ପାଇବା କଷ୍ଟକର । ଲଳିତ ମୋଦିଙ୍କ କାରନାମା ବିଷୟରେ ଜାଣିନଥିଲା ଭାନୁଆତୁ।
ବାସ୍ତବରେ ଭାନୁଆତୁ ସରକାର ଲଳିତ ମୋଦିଙ୍କୁ ଦିଆଯାଇଥିବା ପାସପୋର୍ଟକୁ ବାତିଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ଭାନୁଆତୁର ପ୍ରଧାନମନ୍ତ୍ରୀ ଜୋଥାମ୍ ନାପତ ଏକ ଉଚ୍ଚସ୍ତରୀୟ ବୈଠକ କରିଥିଲେ। ଭାନୁଆତୁ ସରକାରଙ୍କ କହିବା ଅନୁଯାୟୀ, ସେମାନେ ଲଳିତ ମୋଦିଙ୍କ କାରନାମା ବିଷୟରେ ଅବଗତ ନଥିଲେ। ଏହି ଆଦେଶ ପରେ ଲଳିତ ମୋଦିଙ୍କ ଅସୁବିଧା ବଢିଛି । ବାସ୍ତବରେ ଭାନୁଆତୁର ଗୋଲ୍ଡେନ୍ ପାସପୋର୍ଟ କାର୍ଯ୍ୟକ୍ରମ ଲଳିତ ମୋଦିଙ୍କ ଦ୍ୱାରା ପ୍ରଭାବିତ ହେବ ବୋଲି ଆଶଙ୍କା କରାଯାଉଥିଲା। ୟୁରୋପ ଭଳି ଦେଶ ଭାନୁଆତୁ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଆଶଙ୍କା ଥିଲା ।
୮୨ଟି ଦ୍ୱୀପ ମଧ୍ୟରୁ ମାତ୍ର ୬୫ଟିରେ ଜନବସତି
ଭାନୁଆତୁ ଦକ୍ଷିଣ ପ୍ରଶାନ୍ତ ମହାସାଗରରେ ଅବସ୍ଥିତ ଏକ ଦ୍ୱୀପ ଦେଶ । ଏହା ୮୨ଟି ଦ୍ୱୀପକୁ ନେଇ ଗଠିତ ଏକ ଦ୍ୱୀପପୁଞ୍ଜ, ଯେଉଁଥିରେ ମାତ୍ର ୬୫ଟି ଦ୍ୱୀପରେ ଲୋକ ବସବାସ କରନ୍ତି । ଏହା ଅଷ୍ଟ୍ରେଲିଆର ପୂର୍ବ ଏବଂ ନ୍ୟୁଜିଲାଣ୍ଡର ଉତ୍ତରରେ କିମ୍ବା ଅଷ୍ଟ୍ରେଲିଆ ଏବଂ ଫିଜି ମଧ୍ୟରେ ଅବସ୍ଥିତ । ଏହାର ରାଜଧାନୀ ଏବଂ ବୃହତ୍ତମ ସହର ହେଉଛି ପୋର୍ଟ ଭିଲା, ଯାହା ଏଫେଟ୍ ଦ୍ୱୀପରେ ଅବସ୍ଥିତ । ଭିସା ଇଣ୍ଡେକ୍ସ ଅନୁଯାୟୀ, ଭାନୁଆଟୁ ପାସପୋର୍ଟ ଧାରୀମାନେ ବିନା ଭିସାରେ ୫୬ଟି ଦେଶ ଭ୍ରମଣ କରିପାରିବେ। ଏହାର ନାଗରିକତା-ଦ୍ଵାରା ନିବେଶ କାର୍ଯ୍ୟକ୍ରମ ଏକ ଅତ୍ୟନ୍ତ ଲାଭଦାୟକ ଯୋଜନା ରେ ପରିଣତ ହୋଇଛି । ଏହା ସବୁଠାରୁ ସୁଖୀ ଦେଶ ମଧ୍ୟରୁ ଅନ୍ୟତମ ।
ଭାନୁଆତୁକୁ କାହିଁକି ବାଛିଲେ ଲଳିତ ମୋଦି ?
ଭାରତୀୟ ଆଇନ ପ୍ରବର୍ତ୍ତନ କାରୀ ଏଜେନ୍ସିଗୁଡିକୁ ଏଡ଼ାଇବାକୁ ଚେଷ୍ଟା କରିବା ବ୍ୟତୀତ, ଏକ ସମ୍ଭାବ୍ୟ କାରଣ ଭାନୁଆତୁର ଗୋଲ୍ଡେନ୍ ପାସପୋର୍ଟ କାର୍ଯ୍ୟକ୍ରମ ହୋଇପାରେ । ନାଗରିକତା ବାଇ ଇନଭେଷ୍ଟମେଣ୍ଟ (ସିବିଆଇ) ବା ଗୋଲ୍ଡେନ୍ ପାସପୋର୍ଟ କାର୍ଯ୍ୟକ୍ରମ ଦେଶରେ ବେଶ୍ ଲୋକପ୍ରିୟ, ଯେଉଁଥିରେ ଧନୀ ଲୋକମାନେ ପାସପୋର୍ଟ କିଣିପାରିବେ।
ଭାନୁଆତୁ କାହିଁକି?
ଭାନୁଆତୁ ଏହାର ନାଗରିକଙ୍କ ଉପରେ କୌଣସି ବ୍ୟକ୍ତିଗତ ଟିକସ ଲାଗୁ କରେ ନାହିଁ । ଅର୍ଥାତ୍ ଆପଣ ଯାହା ରୋଜଗାର କରନ୍ତି, ତାହା ସ୍ଥାନୀୟ ହେଉ କି ଅନ୍ତର୍ଜାତୀୟ, ଭାନୁଆତୁ ସରକାରଙ୍କ ଆପଣଙ୍କଠାରୁ ଟିକସ ନେବେ ନାହିଁ । ଦେଶରେ ନା ଉତ୍ତରାଧିକାର ଟିକସ ଅଛି ନା କର୍ପୋରେଟ ଟିକସ । ଅର୍ଥାତ୍ ଯଦି କୌଣସି ବ୍ୟକ୍ତିଙ୍କ ବ୍ୟବସାୟ ଭାନୁଆତୁରେ ପଞ୍ଜୀକୃତ ହୋଇଛି କିନ୍ତୁ ଦେଶ ବାହାରୁ ଆୟ କରୁଛନ୍ତି, ତେବେ ସେହି ଆୟ ଉପରେ କର୍ପୋରେଟ୍ ଟିକସ ଲାଗୁ କରିବାକୁ ପଡ଼ିବ ନାହିଁ।
ଏହି ପ୍ରସଙ୍ଗରେ କ’ଣ କହିଲା ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ?
ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି, ଲଳିତ ମୋଦୀ ଲଣ୍ଡନରେ ଥିବା ଭାରତୀୟ ହାଇକମିଶନରେ ପାସପୋର୍ଟ ସମର୍ପଣ ପାଇଁ ଆବେଦନ କରିଛନ୍ତି। ପ୍ରଚଳିତ ନିୟମ ଓ ପ୍ରଣାଳୀ ଅନୁଯାୟୀ ଏହାର ଯାଞ୍ଚ କରାଯିବ। ସେ ଭାନୁଆତୁ ନାଗରିକତ୍ବ ହାସଲ କରିଥିବା ନେଇ ମଧ୍ୟ ସୂଚନା ମିଳିଛି। ଆମେ ତାଙ୍କ ବିରୋଧରେ ଆଇନ ଅନୁଯାୟୀ ମାମଲା ଜାରି ରଖିବୁ ବୋଲି ସେ କହିଛନ୍ତି। ଲଳିତ ମୋଦି ୨୦୧୦ରେ ଭାରତ ଛାଡ଼ି ପଳାଇ ଥିଲେ ଏବଂ ସେବେଠାରୁ ଲଣ୍ଡନରେ ରହୁଛନ୍ତି।
୧ କୋଟି ଟଙ୍କାରେ ଭାନୁଆତୁ ନାଗରିକତା
ଏକ ନିବେଶ କାର୍ଯ୍ୟକ୍ରମ ଅଧୀନରେ ଭାନୁଆତୁ ଏହାର ନାଗରିକତା ବିକ୍ରି କରେ । ପାଖାପାଖି ୧ କୋଟି ଟଙ୍କା ଖର୍ଚ୍ଚ କରି ଏହି ଦେଶର ନାଗରିକତା ହାସଲ କରାଯାଇପାରିବ । ଏହି କାର୍ଯ୍ୟକ୍ରମ ଅଧୀନରେ ୧ ସପ୍ତାହ ମଧ୍ୟରେ ଟଙ୍କା ଜମା କରିବା ପରେ ଆପଣ ସେଠାକାର ନାଗରିକ ହୋଇପାରିବେ । ଏହାବ୍ୟତୀତ ଏଠାରେ ଦ୍ୱୈତ ନାଗରିକତା ମଧ୍ୟ ହାସଲ କରାଯାଇପାରିବ।
ଭାନୁଆତୁ ପାସପୋର୍ଟରେ ଭିସା ମୁକ୍ତ ଯାତ୍ରା
ଭାନୁଆତୁ ପାସପୋର୍ଟକୁ ୫୫ଟି ଦେଶ ଭିସା ମୁକ୍ତ ସୁବିଧା ପ୍ରଦାନ କରିଥାନ୍ତି। ସେହିପରି ୩୪ଟି ଦେଶରେ ଭିସା ଅନ ଆରାଇଭାଲ୍ ସୁବିଧା ରହିଛି। ଏହାବ୍ୟତୀତ ଏହି ଦେଶ ଟିକସ ଆଶ୍ରୟସ୍ଥଳୀ ମଧ୍ୟ ହୋଇଥିବାରୁ ସେଠାରେ ନାଗରିକତା ନେବାର ଧାରା କିଛି ଦିନ ହେବ ବୃଦ୍ଧି ପାଇଛି। ଭାନୁଆତୁର ନାଗରିକ ହେବା ପାଇଁ ଏହି ଦେଶରେ ରହିବା ମଧ୍ୟ ଜରୁରୀ ନୁହେଁ ।
ଭାନୁଆତୁରେ ପର୍ଯ୍ୟଟନ ମୁଖ୍ୟ ବ୍ୟବସାୟ
ଭାନୁଆତୁର ୬୦ ପ୍ରତିଶତରୁ ଅଧିକ ଲୋକ କୃଷି କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଏଠାକାର ମୁଖ୍ୟ ବ୍ୟବସାୟ ହେଉଛି ପର୍ଯ୍ୟଟନ। ଆବଶ୍ୟକ ବୈଦେଶିକ ମୁଦ୍ରା ପର୍ଯ୍ୟଟନ ମାଧ୍ୟମରେ ଆସିଥାଏ । ଦକ୍ଷିଣ ପ୍ରଶାନ୍ତ ମହାସାଗରର କୋରାଲ ରିଫ୍ ଅନୁସନ୍ଧାନ କରିବାକୁ ଚାହୁଁଥିବା ଡାଇଭରମାନଙ୍କ ପାଇଁ ଭାନୁଆତୁ ଏକ ପ୍ରମୁଖ ଛୁଟି ସ୍ଥାନ ଭାବରେ ବିବେଚନା କରାଯାଏ । ଦେଶରେ ପେଟ୍ରୋଲିୟମ ଭଣ୍ଡାର ନାହିଁ।
୪,୦୦୦ ବର୍ଷ ପୂର୍ବେ ମଣିଷ ବସବାସ କରିବା ଆରମ୍ଭ କରିଥିଲା
ଭାନୁଆତୁରେ ମଣିଷର କାହାଣୀ ୪,୦୦୦ ବର୍ଷ ପୂର୍ବେ ଆରମ୍ଭ ହୋଇଥିଲା । ମେଲାନେସିଆନ୍ମାନେ ପ୍ରଥମେ ଭାନୁଆତୁରେ ବସବାସ କରିଥିଲେ। ୧୬୦୫ ମସିହାରେ କ୍ୱେରୋସ୍ଙ୍କ ନେତୃତ୍ୱରେ ସ୍ପେନିଶ ଅଭିଯାନ ଏସ୍ପିରିଟୁ ସାଣ୍ଟୋରେ ପହଞ୍ଚିବା ପରେ ୟୁରୋପୀୟମାନେ ଏହି ଦ୍ୱୀପଗୁଡ଼ିକୁ ଅନୁସନ୍ଧାନ କରିଥିଲେ। ୧୮୮୦ ଦଶକରେ ଫ୍ରାନ୍ସ ଏବଂ ଇଂଲଣ୍ଡ ଦ୍ୱୀପପୁଞ୍ଜର କିଛି ଅଂଶକୁ ଦାବି କରିଥିଲେ ଏବଂ ୧୯୦୬ ମସିହାରେ ସେମାନେ ବ୍ରିଟିଶ-ଫ୍ରାନ୍ସ କଣ୍ଡୋମିନିୟମ ମାଧ୍ୟମରେ ଦ୍ୱୀପପୁଞ୍ଜର ମିଳିତ ପରିଚାଳନା ପାଇଁ ଏକ ଢାଞ୍ଚା ଉପରେ ରାଜି ହୋଇଥିଲେ । ୧୯୭୦ ଦଶକରେ ସ୍ୱାଧୀନତା ଆନ୍ଦୋଳନର ଜନ୍ମ ହୋଇଥିଲା ଏବଂ ୧୯୮୦ ମସିହାରେ ଭାନୁଆତୁ ଗଣତନ୍ତ୍ର ସୃଷ୍ଟି ହୋଇଥିଲା।
ALSO READ: https://purvapaksa.com/stalin-hits-back-at-pradhan-for-acting-like-a-supreme-ruler-insulting-tn-mps/