Cooperative Bank: ୧୭ଟି ଜିଲ୍ଲା କେନ୍ଦ୍ରୀୟ ସମବାୟ ସମିତିରେ ୩୮କୋଟି ଟଙ୍କାରୁ ଅଧିକ ଆର୍ଥିକ ଅନିୟମିତତା ହୋଇଥିବାବେଳେ ତିନିଟି ଅର୍ବାନ କୋଅପରେଟିଭ ବ୍ୟାଙ୍କରେ ୧୭କୋଟି ଟଙ୍କାରୁ ଅଧିକ ଆର୍ଥିକ ଅନିୟମିତତା ପରିଲକ୍ଷିତ ହୋଇଛି।
ବିଗତ ଦଶବର୍ଷ ମଧ୍ୟରେ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ୍ ସମେତ ୧୭ଟି ଜିଲ୍ଲା କେନ୍ଦ୍ରୀୟ ସମବାୟ ସମିତିରେ ୩୮କୋଟି ଟଙ୍କାରୁ ଅଧିକ ଆର୍ଥିକ ଅନିୟମିତତା ହୋଇଥିବାବେଳେ ତିନିଟି ଅର୍ବାନ କୋଅପରେଟିଭ ବ୍ୟାଙ୍କରେ ୧୭କୋଟି ଟଙ୍କାରୁ ଅଧିକ ଆର୍ଥିକ ଅନିୟମିତତା ପରିଲକ୍ଷିତ ହୋଇଛି।
ଜିଲ୍ଲା କେନ୍ଦ୍ରୀୟ ସମବ୍ୟାଙ୍କ୍ ମଧ୍ୟରେ ସବୁଠାରୁ ଅଧିକ ୧୦.୭୫ କୋଟି ଟଙ୍କାର ଆର୍ଥିକ ଅନିୟମିତତା ହୋଇଛି ସୁନ୍ଦରଗଡ଼ ଜିଲ୍ଲାରେ। ଏହି ଘଟଣାରେ ଛଅଜଣ କର୍ମଚାରୀ ନିଲମ୍ବିତ ହୋଇଥିବାବେଳେ ସେମାନଙ୍କ ମଧ୍ୟରେ ଦୁଇଜଣଙ୍କୁ ଚାକିରିରୁ ବହିଷ୍କାର କରାଯିବା ସହିତ ସେମାନଙ୍କୁ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ଏହା ପଛକୁ ରହିଛି ନୟାଗଡ଼ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ। ଏଠାରେ ୬.୪୨ କୋଟି ଟଙ୍କାର ଅନିୟମିତତା ହୋଇଥିବାବେଳେ ଏହିମାମଲା ପୁରୀ ଡିଆରସିଏସରେ ଚାଲିଛି।
ସମ୍ବଲପୁରର କେନ୍ଦ୍ରୀୟ ବ୍ୟାଙ୍କରେ ୬.୬ କୋଟି ଟଙ୍କାର ଆର୍ଥିକ ଅନିୟମିତତା ହୋଇଥିବାବେଳେ ଏଥିରେ ଜଡ଼ିତ ଥିବା ୨୪ଜଣ କର୍ମଚାରୀଙ୍କ ବିରୁଦ୍ଧରେ ଭିଜିଲାନ୍ସ ମାମଲା ହୋଇଥିବାବେଳେ ୫ଜଣ କର୍ମଚାରୀଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି। ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କରେ ଆର୍ଥିକ ଅନିୟମିତତାର ପରିମାଣ ୫.୪୯ କୋଟି ଟଙ୍କା। ଏହି ଘଟଣାରେ ଜଡ଼ିତ କର୍ମଚାରୀଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସହିତ ଭିଜିଲାନ୍ସ ମାମଲା ରୁଜୁ ହୋଇଛି।
ସେହଭଳି କୋରାପୁଟ କେନ୍ଦ୍ରୀୟ ସମବାୟ ବ୍ୟାଙ୍କରେ ୩.୬୮ କୋଟି ଟଙ୍କାର ଆର୍ଥିକ ଅନିୟମିତତା ହୋଇଥିଲା। ଏହି ଘଟଣାରେ ୩ଜଣ କର୍ମଚାରୀ ନିଲମ୍ବିତ ହୋଇଥିବାବେଳେ ସେମାନଙ୍କ ବିରୁଦ୍ଧରେ ଅପରାଧ ଅର୍ଥନୈତିକ ଶାଖାରେ ମାମଲା ରୁଜୁ ହୋଇଛି। ଅନୁଗୁଳ କେନ୍ଦ୍ରୀୟ ସମବାୟ ବ୍ୟାଙ୍କରେ ୩କୋଟି ଟଙ୍କାର ଆର୍ଥିକ ଅନିୟମିତତା ହୋଇଥିବାବେଳେ ଏଥିରେ ଜଡ଼ିତ ଜଣେ କର୍ମଚାରୀ ନିଲମ୍ବିତ ହୋଇଥିବାବେଳେ ୧୧ଜଣଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସମେତ ଅର୍ଥନୈତିକ ଅପରାଧିକ ଶାଖାରେ ମାମଲା ରୁଜୁ ସହିତ ଡିଆରସିଏସ ଅଦାଲତରେ ମାମଲା ଚାଲିଛି। ଅନ୍ୟ ସମସ୍ତ ଜିଲ୍ଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କରେ ହୋଇଥିବା ଆର୍ଥିକ ଅନିୟମିତତାର ପରିମାଣ ଏକ କୋଟି ଟଙ୍କାରୁ କମ୍ ରହିଛି।
ଅନ୍ୟ ପକ୍ଷରେ ରାଜ୍ୟର ତିନିଟି ଅର୍ବାନ କୋଅପରେଟିଭ ବ୍ୟାଙ୍କରେ ୧୭ କୋଟି ଟଙ୍କାରୁ ଅଧିକ ପରିମାଣର ଆର୍ଥିକ ଅନିୟମିତତା ହୋଇଛି। ଏଥିରେ ସର୍ବାଧିକ ୧୨.୨୨ କୋଟି ଟଙ୍କାର ଅନିୟମିତତା ହୋଇଛି ରାଉରକେଲା ଅର୍ବାନ କୋଅପରେଟିଭ ବ୍ୟାଙ୍କରେ। ଏହି ଘଟଣାରେ ବ୍ୟାଙ୍କ୍ କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହୋଇଛି। ସେହିଭଳି କଟକ ଅର୍ବାନ କୋଅପରେଟିଭ ବ୍ୟାଙ୍କରେ ୪.୭ କୋଟି ଟଙ୍କାର ଅନିୟମିତତା ହୋଇଥିବାବେଳେ ଏହି ଘଟଣାରେ ୧୦ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଛି। ପାରଳାଖେମୁଣ୍ଡି ଅର୍ବାନ କୋଅପରେଟିଭ ବ୍ୟାଙ୍କରେ ୯୧ଲକ୍ଷ ଟଙ୍କାର ଆର୍ଥିକ ଅନିୟମିତତା ହୋଇଥିବାବେଳେ ଏହି ଘଟଣାରେ ଗୋଟି ଜାଲ୍ କମ୍ପାନୀ ବିରୁଦ୍ଧରେ ମାମଲା ରୁଜୁ ହୋଇଥିବାବେଳେ ବ୍ୟାଙ୍କର ପୂର୍ବତନ ସମ୍ପାଦକଙ୍କୁ ନିଲମ୍ବିତ କରାଯିବା ସହିତ ତାଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଚଳାଯାଇଛି।
Also readhttps://purvapaksa.com/exceptions-to-tribal-fair-tradition/
