ଭୁବନେଶ୍ୱରରେ ଭାରତର ପ୍ରଥମ ସିଲିକନ୍ କାର୍ବାଇଡ୍ (ଏସ୍ଆଇସି) ସେମିକଣ୍ଡକ୍ଟର ଉତ୍ପାଦନ କାରଖାନା ପ୍ରତିଷ୍ଠା ପାଇଁ ଆରଆଇଆର ପାୱାର ଇଲେକ୍ଟ୍ରୋନିକ୍ସ ଲିମିଟେଡ୍ (ଆର୍ଆଇଆର) ପାଇଁ ଏକ କଷ୍ଟମାଇଜ୍ଡ୍ ପ୍ରୋତ୍ସାହନ ପ୍ୟାକେଜ୍କୁ ବୁଧବାର ଓଡ଼ିଶା କ୍ୟାବିନେଟ୍ ଅନୁମୋଦନ କରିଛି। ପ୍ରକଳ୍ପର ମୋଟ ବିନିଯୋଗ ଖର୍ଚ୍ଚ ପ୍ରାୟ ୬୧୮.୬୦ କୋଟି ଟଙ୍କା ଏବଂ ଏହା ଦୁଇବର୍ଷ ମଧ୍ୟରେ କାର୍ଯ୍ୟକାରୀ ହେବ।
ଦେଶରେ ପ୍ରଥମ ଥର ପାଇଁ ଆର୍ଆଇଆର ଓଡ଼ିଶାରେ ପୁଞ୍ଜି ବିନିଯୋଗ କରିବ ବୋଲି ଜଣାପଡ଼ିଛି।
ସୂଚନାଯୋଗ୍ୟ, ୨୦୨୪ ସେପ୍ଟେମ୍ବର ୭ ତାରିଖରେ ଭୁବନେଶ୍ୱର ଇନ୍ଫୋଭ୍ୟାଲିସ୍ଥିତ ଇଲେକ୍ଟ୍ରୋନିକ୍ ମ୍ୟାନୁଫାକ୍ଚରିଂ କ୍ଲଷ୍ଟର (ଇଏମସି) ପାର୍କରେ ଏହି ଉତ୍ପାଦନ କାରଖାନାର ଶିଳାନ୍ୟାସ ସମାରୋହ ଅନୁଷ୍ଠିତ ହୋଇଥିଲା।
ଆର୍ଆଇଆର କମ୍ପାନୀକୁ ୫୦ ପ୍ରତିଶତ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥିଲା। ପୂର୍ବରୁ ପ୍ରୋତ୍ସାହନ ରାଶି ୩୦ ପ୍ରତିଶତ ଦିଆଯାଉଥିଲା । ଏବେ ଅତିରିକ୍ତ ୨୦% ପ୍ରତିଶତ ପ୍ରୋତ୍ସାହନ ରାଶି ଅଧିକ ପ୍ରଦାନ କରାଯିବ । ଏହି ପ୍ରୋତ୍ସାହନ ରାଶି ପରିମାଣ ୧୧୦ କୋଟି ହେବ ବୋଲି ଜଣାପଡ଼ିଛି ।
ଏହି ସୁବିଧା ଏସଆଇସି ଭିତ୍ତିକ ଉପକରଣ, ଇଲେକ୍ଟ୍ରିକ୍ ଯାନ (ଇଭି), ଅକ୍ଷୟ ଶକ୍ତି, ରେଳବାଇ ଏବଂ ପ୍ରତିରକ୍ଷା କ୍ଷେତ୍ର ଉପରେ ଧ୍ୟାନ ଦେବ ଏବଂ ୭୫୦ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ଆଶା କରାଯାଉଛି।
ଓଡ଼ିଶା ସରକାରଙ୍କ କହିବା ଅନୁଯାୟୀ, ଏହା ଭାରତର ପ୍ରଥମ କମ୍ପାଉଣ୍ଡ ସେମିକଣ୍ଡକ୍ଟର ଫ୍ୟାବ୍ ହେବ, ଯାହା ଏପିଟାକ୍ସିଆଲ୍ ଲେୟାର ଡିପୋଜିସନ୍ ଏବଂ ପ୍ୟାକେଜିଂ ଭଳି ଉଚ୍ଚ ମୂଲ୍ୟର ପ୍ରକ୍ରିୟା ସହିତ ଘରୋଇ ଉତ୍ପାଦନ କ୍ଷମତାକୁ ଯଥେଷ୍ଟ ବୃଦ୍ଧି କରିବ।
ଆରଆଇଆର୍ ହେଉଛି ଭାରତର ଏକମାତ୍ର ସିଲିକନ୍ ଭିତ୍ତିକ ବିଦ୍ୟୁତ୍ ଉପକରଣ ଉତ୍ପାଦନକାରୀ, ଯାହା ବିଏଚ୍ଏଲ୍, ଏବିବି ଏବଂ ଭାରତୀୟ ରେଳବାଇ ଭଳି ଗ୍ରାହକଙ୍କୁ ସେବା ପ୍ରଦାନ କରୁଛି।
ଓଡ଼ିଶା ପାଖାପାଖି ପାକିସ୍ତାନୀ-ବାଂଲାଦେଶୀ ନୌସେନା କରିବେ ସମରାଭ୍ୟାସ!
