ପାକିସ୍ତାନ ଭାରତର ଏକାଧିକ ସ୍ଥାନରେ କ୍ଷେପଣାସ୍ତ୍ର ଓ ଡ୍ରୋନ୍ ଆକ୍ରମଣ କରିଥିଲା, ଯାହାକୁ ଏୟାର ଡିଫେନ୍ସ ସିଷ୍ଟମ ତୁରନ୍ତ ଅଟକାଇଥିଲା। ପାକିସ୍ତାନର ଏଫ-୧୬ ବିମାନକୁ ଖସାଇ ଦେଲା ଭାରତ।
ଜମ୍ମୁ ଓ ପଞ୍ଜାବର ଏକାଧିକ ସ୍ଥାନରେ ଇସଲାମାବାଦ ଆକ୍ରମଣ କରିବା ପରେ ଭାରତର ଏୟାର ଡିଫେନ୍ସ ସିଷ୍ଟମ ପାକିସ୍ତାନର ଏଫ୍ -୧୬ ଏବଂ ୨ଟି ଜେଏଫ -୧୭ ବିମାନକୁ ଖସାଇ ଦେଇଥିଲା।
ସେପଟେ ଜମ୍ମୁ-କଶ୍ମୀରର ଉଧମପୁର ଓ ରାଜସ୍ଥାନର ଜୈସଲମେରରେ ମଧ୍ୟ ଡ୍ରୋନ ଆକ୍ରମଣକୁ ବିଫଳ କରାଯାଇଥିବା ବେଳେ ଅଖନୁରରେ ଏକ ଡ୍ରୋନକୁ ଖସାଇ ଦିଆଯାଇଛି।
ପୁଞ୍ଚରେ ଦୁଇଟି କାମିକାଜେ ଡ୍ରୋନକୁ ମଧ୍ୟ ଖସାଇ ଦିଆଯାଇଛି।
ଜୟଶଙ୍କର ଓ ଶେହବାଜ ସରିଫଙ୍କ ସହ ଉତ୍ତେଜନା ହ୍ରାସ ପାଇଁ ଆମେରିକାର ମାର୍କୋ ରୁବିଓଙ୍କ ଆହ୍ୱାନ

ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଏବଂ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ସହ ଆଲୋଚନା କରି ଭାରତ-ପାକିସ୍ତାନ ଉତ୍ତେଜନା କୁ ତୁରନ୍ତ ହ୍ରାସ କରିବାକୁ ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ ଆହ୍ୱାନ ଦେଇଛନ୍ତି। ଜମ୍ମୁ-କଶ୍ମୀର, ପଞ୍ଜାବ ଓ ରାଜସ୍ଥାନ ସମେତ ସୀମାନ୍ତରେ ଥିବା ଅନେକ ଭାରତୀୟ ସହରକୁ ଟାର୍ଗେଟ କରି ପାକିସ୍ତାନ ଡ୍ରୋନ୍ ଓ କ୍ଷେପଣାସ୍ତ୍ର ନିକ୍ଷେପ କରୁଥିବା ବେଳେ ଏହି ଆହ୍ୱାନ ଆସିଛି।
ଆମେରିକା ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଟାମି ବ୍ରୁସ୍ କହିଛନ୍ତି, ସଚିବ ମାର୍କୋ ରୁବିଓ ଆଜି ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁବ୍ରମଣ୍ୟମ ଜୟଶଙ୍କରଙ୍କ ସହ କଥା ହୋଇଛନ୍ତି। ତୁରନ୍ତ ଉତ୍ତେଜନା ହ୍ରାସ କରିବା ଉପରେ ସଚିବ ଗୁରୁତ୍ବାରୋପ କରିଛନ୍ତି।
ରୁବିଓ ଭାରତ ଓ ପାକିସ୍ତାନ ମଧ୍ୟରେ ସିଧାସଳଖ ଆଲୋଚନା ପାଇଁ ଆମେରିକାର ସମର୍ଥନ ପ୍ରକାଶ କରିବା ସହ ଯୋଗାଯୋଗରେ ଉନ୍ନତି ଆଣିବା ପାଇଁ ନିରନ୍ତର ପ୍ରୟାସକୁ ପ୍ରୋତ୍ସାହିତ କରିଥିଲେ।
ପହଲଗାମରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣ ପାଇଁ ସଚିବ ସମବେଦନା ଜଣାଇବା ସହ ଆତଙ୍କବାଦ ବିରୋଧରେ ଲଢ଼େଇରେ ଭାରତ ସହ କାମ କରିବାକୁ ଆମେରିକାର ପ୍ରତିବଦ୍ଧତାକୁ ଦୋହରାଇଥିଲେ।
ଗୁରୁବାର ସନ୍ଧ୍ୟାରେ ଭାରତୀୟ ସହରଗୁଡ଼ିକୁ କ୍ଷେପଣାସ୍ତ୍ର ଓ ଡ୍ରୋନ୍ ରେ ଟାର୍ଗେଟ କରିଥିବା ପାକିସ୍ତାନ ପକ୍ଷରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପରିଣତ ହୋଇଥିବା ବେଳେ ଏହି ଆହ୍ୱାନ ଦିଆଯାଇଛି। ନିୟନ୍ତ୍ରଣ ରେଖା (ଏଲଓସି) ଏବଂ ଅନ୍ତର୍ଜାତୀୟ ସୀମା, ଆରଏସ ପୁରା, ଅର୍ନିଆ, ସାମ୍ବା, ହୀରାନଗର ସୀମାନ୍ତ ଅଞ୍ଚଳରେ ପ୍ରବଳ ଗୁଳିବିନିମୟ ହୋଇଥିଲା।
ଆର୍ଏସ୍ ପୁରା, ଅର୍ନିଆ, ସାମ୍ବା, ହୀରାନଗରରେ ୮ଟି କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇଥିଲା, ଯାହାକୁ ଏୟାର ଡିଫେନ୍ସ ୟୁନିଟ୍ ଅଟକାଇଥିଲା। ଭାରତୀୟ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ସମସ୍ତ କ୍ଷେପଣାସ୍ତ୍ର ଏବଂ ଡ୍ରୋନକୁ ଖସାଇ ଦେଇଥିଲା ଏବଂ ଏପର୍ୟ୍ୟନ୍ତ କୌଣସି କ୍ଷୟକ୍ଷତି ର ଖବର ମିଳିନାହିଁ ।
https://purvapaksa.com/the-s-400-defence-system-used-by-india-to-eliminate-pakistan/