କାନାଡାରେ ଆରମ୍ଭ ହୋଇଛି ଜି୭ ଗୋଷ୍ଠୀର ନେତାମାନଙ୍କ ସମ୍ମିଳନୀ । ଏହି ସମ୍ମିଳନୀରେ ଯୋଗ ଦେଇଛନ୍ତି ବିଶ୍ଵର ତୁଙ୍ଗ ନେତାମାନେ । ଯେଉଁଥିରେ ବ୍ୟବସାୟ ବାଣିଜ୍ୟ କାରବାର ଏବଂ ଆନ୍ତର୍ଜାତିକ ସୁରକ୍ଷା ପ୍ରସଙ୍ଗ ଉପରେ ପ୍ରାଧାନ୍ୟ ଦିଆଯିବ ବୋଲି ଆଶାକରାଯାଉଛି । କାନାଡା, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ଜାପାନ, ଯୁକ୍ତରାଷ୍ଟ୍ର ଆମେରିକା ଏବଂ ବ୍ରିଟେନର ନେତାମାନେ ଏହି ସମ୍ମିଳନୀରେ ଯୋଗ ଦେଉଛନ୍ତି । ଇରାନ୍ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବା ପରେ ଏବେ ଏକ ପୂର୍ଣ୍ଣାଙ୍ଗ ଯୁଦ୍ଧର ଆଶଙ୍କା ସମସ୍ତଙ୍କ ମନରେ ଜାଗ୍ରତ କରାଇଛି । ଏହା ଭିତରେ ଡୋନାଲ୍ଡ ଟ୍ରମ୍ପଙ୍କ ସରକାର ଦ୍ଵାରା ଅନେକ ଦେଶଙ୍କ ଉପରେ ଅଧିକ ଟ୍ୟାକ୍ସ ଲାଗୁ କରିବାକୁ ଜୁଲାଇ ୯ ତାରିଖକୁ ଶେଷ ତାରିଖ ଭାବରେ ଧାର୍ଯ୍ୟ କରା ଯାଇଛି । ଟ୍ୟାକ୍ସ ଲାଗୁ କରିବାକୁ ନେଇ ଟ୍ରମ୍ପଙ୍କ ଆଭିମୁଖ୍ୟ ସ୍ପଷ୍ଟ । ୧୯୬୦ ଦଶକ ପରଠାରୁ ସର୍ବାଧିରକ ଦୁର୍ବଳ ଅର୍ଥନୀତିକ ଅଭିବୃଦ୍ଧିର ଦଶନ୍ଧି ଜନିତ ଚିନ୍ତା ଏ ଦିଗରେ ପଥ ପରିଷ୍କାର କରି ସାରିଛି ।
ଜି-୭ ସହିତ ଟ୍ରମ୍ପଙ୍କର ସମ୍ପର୍କ ସେତେ ମଧୁର ନୁହେଁ। ୨୦୧୮ରେ ତାଙ୍କର ପ୍ରଥମ ପାଳିର ରାଷ୍ଟ୍ରପତିତ୍ଵ କାଳରେ ଟ୍ରମ୍ପ ଏହି ବୈଠକରୁ ଉତ୍କ୍ଷିପ୍ତ ହୋଇ ଉଠି ଚାଲି ଯାଇଥିଲେ ଏବଂ ଏହି ସମ୍ମିଳନୀର ସିଦ୍ଧାନ୍ତମୂଳକ ବିବୃତିକୁ ସ୍ୱୀକାର କରିବାକୁ ମନା କରି ଦେଇଥିଲେ । ଏକ ସାମ୍ବାଦିକ ସମ୍ମିଳନୀରେ ସେ କାନାଡାର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ୟୁଡ୍ୟୁଙ୍କ ଦ୍ୱାରା ପ୍ରଦତ୍ତ ବିବୃତିକୁ ‘ମିଥ୍ୟା ବିବୃତି’ ବୋଲି କହିଥିଲେ ତଥା ନିର୍ଦ୍ଦିଷ୍ଟ କେତେକ ଆମେରିକୀୟ ସାମଗ୍ରୀ ଉପରେ ଜାନାଡା ଦ୍ଵାରା ଲାଗୁ କରାଯାଇଥିବା ଟ୍ୟାକ୍ସ ଗୁଡ଼ିକ ସମ୍ପର୍କରେ ଉଲ୍ଲେଖ କରିଥିଲେ।
ଜୁନ୍ ୧୭ ତାରିଖରେ ଜି-୭ ସଦସ୍ୟ ରାଷ୍ଟ୍ର ସମୂହ ଏବଂ ଏହି ସମ୍ମିଳନୀରେ ଯୋଗ ଦେଇଥିେବା ଅନ୍ୟାନ୍ୟ ଦେଶ ଯଥା ଭାରତ, ଅଷ୍ଟ୍ରେଲିଆ, ବ୍ରାଜିଲ, ମେକ୍ସିକୋ, ଦକ୍ଷିଣ କୋରିଆ ଏବଂ ୟୁକ୍ରେନ୍ର ନେତାମାନେ ପରସ୍ପର ସହିତ ଭାବ ବିନିମୟ କରିଛନ୍ତି । ପରସ୍ପରଙ୍କ ସହିତ ଭାବ ବିନିମୟ ସମୟରେ ସେମାନଙ୍କ ଭିତରେ ଏଇ ଆଶାଟିଏ କେନ୍ଦ୍ରିତ ଥିଲା ଯେ ଅର୍ଥନୀତିକ ପ୍ରସଙ୍ଗଗୁଡ଼ିକୁ ନେଇ ଟ୍ରମ୍ପଙ୍କ ଚିନ୍ତାଧାରା ଉପରେ ଅଧିକ ସ୍ପଷ୍ଟୀକରଣ ପ୍ରଦାନ କରିବେ।
ଜାପାନ୍ ହେଉଛି ଏକମାତ୍ର ବ୍ୟତିକ୍ରମ ଯିଏକି ପଚାଶତମ ବର୍ଷରେ ବିଭିନ୍ନ କାରଣରୁ ପୁଣିଥରେ ବ୍ୟବସ୍ଥିତ ହେବାର ଆବଶ୍ୟକତା ରହିଛି ବୋଲି ସ୍ପଷ୍ଟ ଶବ୍ଦରେ କୁହାଯାଇପାରେ । ବିଶ୍ଵ ଅର୍ଥନୀତି ଉପରେ ଏହାର ପ୍ରାଧାନ୍ୟକୁ ଏହା ହରାଇ ସରିଛି । ଚୀନ୍ର ଅଭ୍ୟୁଦୟ ସହିତ ବିଶ୍ଵ ମୋଟ ଜିଡିପିକୁ ଦୁଇ ଦଶନ୍ଧି ପୂର୍ବେ ଏହାର ରହିଥିବା ଅଂଶ ୬୦ ପ୍ରତିଶତରୁ ବର୍ତ୍ତମାନ ୪୪ ପ୍ରତିଶତକୁ ଖସି ଆସିଛି । ଚୀନ୍ ଏବଂ ଭାରତ ଯେତେବେଳେ ବୈଷୟିକ ଅଭିବୃଦ୍ଧିର ନେତୃତ୍ୱ ନେଉଛନ୍ତି ସେତେବେଳେ ବିଶ୍ଵର ସର୍ବାଧିତକ କ୍ଷମତାଶାଳୀ ରାଷ୍ଟ୍ର ଭାବରେ ଟ୍ରମ୍ପଙ୍କ ଶାସିତ ଆମେରିକା ଘଡ଼ିକେ ଘୋଡ଼ା ଛୁଟାଉଛି । ସେତେବେଳେ ଜି-୭ ସମ୍ମୁଖରେ ଏହାର ପ୍ରାଥମିକତାଗୁଡ଼ିକର ପୁନଃସଂଯୋଜନା କରିବା କାର୍ଯ୍ୟ ଅନିବାର୍ଯ୍ୟ ହୋଇ ପଡ଼ିଛି ।
ଜି-୭ ସଦସ୍ୟ ଗୋଷ୍ଠୀର ପ୍ରତ୍ୟେକ ରାଷ୍ଟ୍ର ଟ୍ରମ୍ପଙ୍କ ସହିତ ପୃଥକ୍ ପୃଥକ୍ ବାଣିଜ୍ୟିକ ରାଜିନାମା ସମ୍ପନ୍ନ କରୁଥିବା ବେଳେ ଦ୍ଵିପାକ୍ଷିକ ବାଣିଜ୍ୟ କାରବାର ଏକ ବିକଳ୍ପହୀନ ନୀତି ପାଲଟି ଯାଇଛି ଏବଂ ଦେଖି୍ବାକୁ ବାକି ରହିଛି ଜି-୭ କେତେଦିନ ପର୍ଯ୍ୟନ୍ତ ଏହାର ସାମ୍ପ୍ରତିକ ରୂପକୁ ବଜାୟ ରଖି ପାରୁଛି । ପୁଣିଥରେ ଇସ୍ରାଏଲ ଗୋଟିଏ ପଟେ ଲଗାତର ଭାବରେ ଗାଜାରେ ଯୁଦ୍ଧ ଚଳାଇ ରଖିବା ସହିତ ନିକଟରେ ଇରାନ୍ ଉପରେ ଆକ୍ରମଣ କରି ଅନ୍ୟ ଏକ ଯୁଦ୍ଧକୁ ଆମନ୍ତ୍ରଣ କରି ଆଣିଛି, ଯାହାର ପ୍ରଭାବ ସମଗ୍ର ଏସିଆ ଭୂଖଣ୍ଡ ଉପରେ ଅନୁଭୂତ ହେବାକୁ ଆରମ୍ଭ କରିଛି । ସୂଚନାଯୋଗ୍ୟ ଯେ ଗୋଟିଏ ପଟେ ଆମେରିକା ସହିତ ବାଣିଜ୍ୟିକ କାରବାରକୁ ନେଇ ସବୁ ଦେଶ ଚିନ୍ତିତ ରହିଥିନବା ବେଳେ ଅପର ପକ୍ଷରେ ଇସ୍ରାଏଲ ପଛରେ ଆମେରିକାର ସମର୍ଥନ ରହିଛି । ଏସବୁ ମଝିରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଏହା ଯୁଦ୍ଧର ଯୁଗ ନୁହେଁ । ଇସ୍ରାଏଲର କୁଦୁମାନଙ୍କ ମୁଖ୍ୟାଳୟ ଉପରେ ଆକ୍ରମଣ କରିବାରେ ସଫଳ ହୋଇଥିବା ଦାବି କରୁଥିବା ବେଳେ ବିଶ୍ୱରେ ଆରମ୍ଭ ହୋଇଥିବା ସଦ୍ୟତମ ଯୁଦ୍ଧର ନିକଟ ଭବିଷ୍ୟତରେ ପରିସମାପ୍ତି ଘଟିବା ଆଶା ସୃଷ୍ଟି ହେଉନାହିଁ ।
ତେବେ ଏସବୁ ଭିତରେ ତୈଳର ଭଣ୍ଡାର ଭାବରେ ବିବେଚିତ ଇରାନକୁ ଏକ ଯୁଦ୍ଧ କ୍ଷେତ୍ରରେ ଇସ୍ରାଏଲ ପରିଣତ କରି ଦେଇଥିବାରୁ ଏବଂ ଏହାର ତୈଳ ଓ ଗ୍ୟାସ୍ ଭିଭିଭୂମିଗୁଡ଼ିକ ଉପରେ ଆକ୍ରମଣ ଚଳାଇ ଥିବାରୁ ସମ୍ପ୍ରତି ସମଗ୍ର ବିଶ୍ଵ ପାଇଁ ଏହା ଚିନ୍ତାର କାରଣ ପାଲଟିଛି । ବିଶେଷକରି ଭାରତ ପାଇଁ ଯାହା ଏକ ସମ୍ପ୍ରସାରିତ ଅର୍ଥନୀତିରେ ଯେତିକି ତୈଳ ଖର୍ଚ୍ଚ କରୁଛି, ସେସବୁଯାକ ପ୍ରାୟ ଏହାଠାରୁ ଆମଦାନୀ କରୁଛି । ଗତ ସପ୍ତାହରେ ଅଶୋଧିତ ତୈଳର ବ୍ୟାରେଲ ପିଛା ୭୪ ଆମେରିକୀୟ ଡଲାରରେ ରହିଥିଲା । ଏଥିରୁ ଯାହା ସୂଚନା ମିଳେ, ତାହା ୧୨ ପ୍ରତିଶତ ମୂଲ୍ୟ ବୃଦ୍ଧିକୁ ଦର୍ଶାଉ ଥି ବା ବେଳେ ତୈଳ ଦର ବର୍ତ୍ତମାନ ସ୍ଥିତିରେ କହିଲେ ଅତ୍ୟୁକ୍ତି ହେବନାହିଁ । ଇରାନ୍ ଉପରେ ଆକ୍ରମଣ ପରେ ଚେତାବନୀ ଆସିଛି ଯେ ଏହି ଦର ବ୍ୟାରେଲ ପିଛା ୧୨୦ ଡଲାରକୁ ବୃଦ୍ଧି ପାଇବା ଆଶଙ୍କା କରୁଛନ୍ତି ଯାହା ସମ୍ଭବତଃ ଗୋଟିଏ ଦଶନ୍ଧି ଭିତରେ ଦେଖାଯାଇ ନାହିଁ । ତେବେ ବର୍ତ୍ତମାନ ପାଇଁ ଏତିକି କୁହାଯାଇପାରେ ଯେ ତୈଳ ଦର ବୃଦ୍ଧି ଏକ ସୁନିଶ୍ଚିତ ଘଟଣା ପାଲଟିବାକୁ ଯାଉଛି ଯାହା ଭାରତର ତୈଳ ବିଲ ହିସାବ ଉପରେ ଆଘାତ ଦେବ ।
ଇରାକ, ସଉଦି ଆରବ ଏବଂ ୟୁଏଇରୁ ଅଣା ଯାଉଥିବା ତୈଳର ପରିବହନ କ୍ଷେତ୍ରରେ ଯଦି କିଛି ଅସୁବିଧାଜନକ ପରିସ୍ଥିତି ଉପୁଜେ ଏବଂ ଚୀନ୍ ପରେ ବିଶ୍ଵର ଦ୍ଵିତୀୟ ସର୍ବାଧିଷକ ଅଶୋଧୀତ ତୈଳ ରପ୍ତାନୀକାରୀ ରାଷ୍ଟ୍ର ରୁଷିଆରୁ କଟକଣା କାରଣରୁ କମ୍ ତୈଳ ଆମଦାନୀ କରୁଥିବାରୁ ଏହା ଭାରତର ଅର୍ଥନୀତିକୁ ପ୍ରତିକୂଳ ଭାବରେ ପ୍ରଭାବିତ କରିବ ।
