ଚଳିତ ବର୍ଷର ବଜେଟ୍ ଅଧିବେଶନ ୨୦୨୬ ଜାନୁଆରୀ ୨୮ ତାରିଖରୁ ଆରମ୍ଭ ହେବ । ଫେବୃଆରୀ ୧ (ରବିବାର) ସକାଳ ୧୧ଟାରେ କେନ୍ଦ୍ର ଅର୍ଥମନ୍ତ୍ରୀ ସଂସଦରେ ବଜେଟ୍ ଉପସ୍ଥାପନ କରିବେ। ଏହି ବଜେଟ୍କୁ ନେଇ ଦେଶବ୍ୟାପୀ ଆଶା ଓ ଉତ୍ସୁକତା ଦେଖାଦେଇଛି, କାରଣ ଏଥିରେ ଆୟକର ବ୍ୟବସ୍ଥାରେ ଏକ ବଡ଼ ଓ ଐତିହାସିକ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି ।
)
ସରକାର ଦୀର୍ଘ ୬ ଦଶକ ଧରି ଚାଲିଆସୁଥିବା ଆୟକର ଆଇନ, ୧୯୬୧କୁ ସମ୍ପୂର୍ଣ୍ଣ ରଦ୍ଦ କରି ତାହାର ସ୍ଥାନରେ ନୂଆ ଆୟକର ଆଇନ, ୨୦୨୫ ଆଣିବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏହି ନୂଆ ଆଇନ ୨୦୨୫–୨୦୨୬ ଆର୍ଥିକ ବର୍ଷରୁ କାର୍ଯ୍ୟକାରୀ ହେବାର ଆଶା କରାଯାଉଛି । ତେବେ ଫେବୃଆରୀ ୧ ତାରିଖରେ ଅର୍ଥମନ୍ତ୍ରୀଙ୍କ ବଜେଟ୍ ଭାଷଣ ପରେ ହିଁ ଏହି ବିଷୟରେ ଚୂଡ଼ାନ୍ତ ନିଷ୍ପତ୍ତି ଘୋଷଣା ହେବ।
ସୂତ୍ରରୁ ମିଳୁଥିବା ସୂଚନା ଅନୁଯାୟୀ, ନୂଆ ଆୟକର ଆଇନକୁ ଅଧିକ ସରଳ, ସ୍ପଷ୍ଟ ଏବଂ କରଦାତା-ମୈତ୍ରୀ କରାଯିବ। ବର୍ତ୍ତମାନ ଆୟକର ଆଇନରେ ବହୁ ସଂଖ୍ୟକ ଧାରା, ଉପଧାରା ଏବଂ ଜଟିଳ ନିୟମ ଥିବାକାରଣରୁ କରଦାତାମାନେ ଅନେକ ସମୟରେ ଭ୍ରମରେ ପଡ଼ୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ସରକାର ଏକ ସରଳୀକୃତ ଟିକସ ବ୍ୟବସ୍ଥା ଆଣିବାକୁ ଚାହୁଁଛନ୍ତି।
ଏପର୍ଯ୍ୟନ୍ତ ୮୦ସି, ୮୦ଡି ପରି ବିଭିନ୍ନ ଧାରା ଅଧୀନରେ କରଦାତାମାନେ ଟିକସ ଛାଡ଼ର ସୁବିଧା ପାଉଥିଲେ। କିନ୍ତୁ ନୂଆ ଆୟକର ଆଇନରେ ଏହି ସମସ୍ତ ଛାଡ଼କୁ ଏକ ସୂଚୀବଦ୍ଧ (Schedule-based) ବ୍ୟବସ୍ଥା ମାଧ୍ୟମରେ ଦେବାର ପ୍ରସ୍ତାବ ରହିଛି। ଏହା ଫଳରେ କରଦାତାଙ୍କ ପାଇଁ ନିୟମ ବୁଝିବା ଏବଂ ଆୟକର ରିଟର୍ନ (ITR) ଦାଖଲ କରିବା ଅଧିକ ସହଜ ହେବ।

ବିଶେଷଜ୍ଞମାନଙ୍କ ମତରେ, ଯଦି ପୁରୁଣା ଆୟକର ଆଇନକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରାଯାଏ, ତେବେ ଏହା ଦେଶର ଟିକସ ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ ହେବ। ଏହା ନ କେବଳ କରଦାତାଙ୍କ ଉପରେ ଭାର କମାଇବ, ବରଂ ଟିକସ ପ୍ରଶାସନକୁ ମଧ୍ୟ ଅଧିକ ପାରଦର୍ଶୀ ଏବଂ କାର୍ୟକ୍ଷମ କରିପାରିବ। ସମଗ୍ର ଦେଶର ମଧ୍ୟବର୍ଗୀୟ କରଦାତା, ବ୍ୟବସାୟୀ ଓ ଉଦ୍ୟୋଗପତିମାନେ ଏହି ବଜେଟ୍ରୁ ବଡ଼ ଆଶା ରଖିଛନ୍ତି। ଏବେ ସମସ୍ତଙ୍କ ନଜର ଫେବୃଆରୀ ୧ ଉପରେ, ଯେଉଁଦିନ ୨୦୨୬ ବଜେଟ୍ ଦେଶର ଟିକସ ଇତିହାସରେ ଏକ ନୂଆ ଅଧ୍ୟାୟ ଆରମ୍ଭ କରିପାରେ।
also read https://purvapaksa.com/nazar-dosha-upaya/
Nazar Dosha Upaya ।। ଏହି ୩ଟି ଜିନିଷ ଖରାପ ନଜର ଦୂର କରିବା ପାଇଁ ସବୁଠାରୁ ପ୍ରଭାବଶାଳୀ !


