ରାଜ୍ୟରେ ପରିବର୍ତ୍ତନ ହେବ ପାଗ, କମିବ ଖରା ବଢିବ ବର୍ଷା । ଆଗାମୀ ୨୪ଘଣ୍ଟାରେ ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ରହିଛି । ଯାହାର ପ୍ରଭାବରେ ପରବର୍ତ୍ତୀ ୪୮ଘଣ୍ଟାରେ ଏହା ଲଘୁଚାପ କ୍ଷେତ୍ର ରୂପ ନେବ । ଲଘୁଚାପ ଏବଂ ଅବପାତ କାରଣରୁ ରାଜ୍ୟରେ ୨୩ ତାରିଖରୁ ବର୍ଷା ଆରମ୍ଭ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହାର ପ୍ରଭାବରେ ୨୮ତାରିଖ ପର୍ଯ୍ୟନ୍ତ ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଆଜି କୋରାପୁଟ ଓ ମାଲକାନଗିରି ଜିଲାରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଏସବୁ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। କଟକ ଓ ନୟାଗଡ଼ରେ ପ୍ରବଳରୁ ଅତିପ୍ରବଳ ବର୍ଷା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି।
ସେହିପରି କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, ଢେଙ୍କାନାଳ, ଅନୁଗୁଳ, କନ୍ଧମାଳ, ଗଞ୍ଜାମ, ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜ, କେନ୍ଦୁଝର, ଖୋର୍ଦ୍ଧା ଓ ବୌଦ୍ଧରେ ପ୍ରବଳ ବର୍ଷା ହୋଇପାରେ। ୨୪ ତାରିଖରେ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଯାଜପୁର, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ବରଗଡ଼, ଅନୁଗୁଳ, ଢେଙ୍କାନାଳ ଓ ସୁନ୍ଦରଗଡ଼ରେ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରାଯାଇଛି। ୨୫ ତାରିଖରେ ଝାରସୁଗୁଡ଼ା, ସୁନ୍ଦରଗଡ଼, ବରଗଡ଼, ସମ୍ବଲପୁର, ମୟୂରଭଞ୍ଜ, ସୋନପୁର, ବୌଦ୍ଧ, ବଲାଙ୍ଗିର, କନ୍ଧମାଳ, କଳାହାଣ୍ଡି, ଦେବଗଡ଼ ଗଡ଼, ଅନୁଗୁଳ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଯାଜପୁରରେ ଓ କେନ୍ଦୁଝରରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ ବୋଲି ଜଣାପଡ଼ିଛି। ଗତ ୨୪ ଘଣ୍ଟାରେ କେନ୍ଦୁଝରର ହାଟଡିହିରେ ସର୍ବାଧିକ ୧୨ ସେମି, ତେଲକୋଇରେ ୯, ବାଣପୁରରେ ୯, ପାଲଲହଡ଼ାରେ ୮, ନବରଙ୍ଗପୁରରେ ୮, ଖରିଆରରେ ୮ ସେମି, ଉମରକୋଟରେ ୭, ବୋଡେନରେ ୭ ସେମି ବର୍ଷା ହୋଇଛି। ଅପରାହ୍ଣ ସୁଦ୍ଧା କଟକରେ ୧୫.୨ ଏବଂ ଭୁବନେଶ୍ବରରେ ୯.୫ ମି.ମି ବର୍ଷା ହୋଇଥିଲା। ୨୩ରେ କଟକ ଓ ନୟାଗଡ଼ରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ।
Also Readhttps://purvapaksa.com/8th-pay-commission-centre-breaks-silence-on-delay/
8th Pay Commission: Centre breaks silence on delay ।। ଏହି ମାସରୁ ଲାଗୁ ହେବ ଅଷ୍ଟମ ବେତନ କମିଶନ


