ICC Champions Trophy 2025: କ୍ରିକେଟ ବିଷୟରେ ସାହସିକ ଦାବି କରିବାର ସିଂହଙ୍କର ଇତିହାସ ଅଛି। ଅତୀତରେ, ସେ ଭାରତର T20 ବିଶ୍ୱକପ୍ ୨୦୨୪ ବିଜୟରେ ତାଙ୍କର ହାତ ଥିବା ମଧ୍ୟ କହିଥିଲେ।
ICC ଚାମ୍ପିଅନ୍ସ ଟ୍ରଫି ୨୦୨୫ ଆରମ୍ଭ ହୋଇଯାଇଛି। ୨୩ ଫେବୃଆରୀ, ରବିବାର ଦିନ ହେବାକୁ ଥିବା ବହୁ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମୁକାବିଲାକୁ ନେଇ ଉପ-ମହାଦେଶରେ ମାହୋଲ ଗରମ ଅଛି। ତେବେ IIT ବାବା ଭାବରେ ପରିଚିତ ଅଭୟ ସିଂହଙ୍କ ଦ୍ୱାରା କରାଯାଇଥିବା ଏକ ଭବିଷ୍ୟବାଣୀ ଭାରତୀୟ ପ୍ରଶଂସକମାନଙ୍କୁ ଚିନ୍ତିତ କରିଛି।
ମହାକୁମ୍ଭ ମେଳା ୨୦୨୫ରେ ଭାଇରାଲ୍ ହୋଇଥିବା IIT ବାବା ଏକ ଭିଡିଓରେ କହିଛନ୍ତି ଯେ, “ମ୍ୟାନ୍ ଇନ୍ ବ୍ଲୁ” ପାକିସ୍ତାନ ବିପକ୍ଷରେ ବିଜୟୀ ହେବେ ନାହିଁ। ସୂଚନାଯୋଗ୍ୟ ଯେ, ଟିମ୍ ଇଣ୍ଡିଆର ଜର୍ସିର ରଙ୍ଗ ହେଉଛି ନୀଳ। ଭିଡିଓରେ ବାବା କହୁଛନ୍ତି ଯେ, ମୈଁ ତୁମକୋ ପେହଲେ ସେ ବୋଲ ରହା ହୁଁ, ଇସ୍ ବାର୍ ଇଣ୍ଡିଆ ନହିଁ ଜିତେଗି (ମୁଁ ଆପଣଙ୍କୁ ପୂର୍ବରୁ କହୁଛି, ଭାରତ ଏଥର ଜିତିବ ନାହିଁ)। ଏପରିକି ଏହି ଭିଡିଓରେ ସେ ବିରାଟଙ୍କ ସମେତ ବାକି ଭାରତୀୟ ଖେଳାଳୀଙ୍କୁ ସମ୍ବୋଧନ କରି କହୁଛନ୍ତି ଯେ, ଯେତେ ଯାହା କଲେ ବି କିଛି ମଧ୍ୟ ଅନିବାର୍ଯ୍ୟ ଫଳାଫଳକୁ ପରିବର୍ତ୍ତନ କରିପାରିବ ନାହିଁ।
ନିଜ ଦାବିକୁ ଦ୍ୱିଗୁଣିତ କରି ବାବା ଏହା ମଧ୍ୟ କହିଥିଲେ, ‘ଅବ ମୈନେ ମନା କର ଦିଆ ହୈ କେ ନହି ଜିତେଗି ତୋ ନହି ଜିତେଗି, ଅବ କ୍ୟା ଭଗବାନ ବଡ଼େ ହୋ ୟା ତୁମ ବଡ଼େ ହୋ (ଏବେ ମୁଁ କହିଦେଲି ଯେ ଭାରତ ଜିତିବ ନାହିଁ, ମାନେ ଜିତିବ ନାହିଁ । ତୁମେ କ’ଣ ଏବେ ଭଗବାନଙ୍କଠାରୁ ବଡ଼?)’।
ଭାଇରାଲ୍ କ୍ଲିପ୍
ଭିଡିଓଟି ସୋସିଆଲ ମିଡିଆ ପ୍ଲାଟଫର୍ମରେ ଘୂରି ବୁଲୁଛି। ଇନଷ୍ଟାଗ୍ରାମରେ, UNIBIT ଗେମ୍ସ ଭିଡିଓଟି ପୋଷ୍ଟ କରିଛି, ଏବଂ ଏହା ପୂର୍ବରୁ ୧୬ ନିୟୁତରୁ ଅଧିକ ଭ୍ୟୁ ହାସଲ କରିଛି। ଭବିଷ୍ୟବାଣୀର ଜବାବରେ, ଜଣେ ବ୍ୟବହାରକାରୀ କହିଛନ୍ତି, ‘ଜ୍ୟାଦା ପଢ଼ାଇ କରନା ଭି ଖତରନାକ ହୋତା ହୈ (ଅଧିକ ପାଠପଢ଼ା ମଧ୍ୟ ବିପଦପୂର୍ଣ୍ଣ।)’ ଅନ୍ୟଣେ ବ୍ୟବହାରକାରୀ ଲେଖିଛନ୍ତି, ‘ସେ କର୍ମରେ ବିଶ୍ୱାସ କରନ୍ତି, ଆମେ ଶର୍ମାରେ ବିଶ୍ୱାସ କରୁ।’
କ୍ରିକେଟ୍ ବିଷୟରେ ସାହସିକ ଦାବି କରିବାର ସିଂହଙ୍କର ଇତିହାସ ଅଛି। ଅତୀତରେ, ସେ ଭାରତର T20 ବିଶ୍ୱକପ୍ ୨୦୨୪ ବିଜୟରେ ତାଙ୍କର ହାତ ଥିବା ମଧ୍ୟ କହିଥିଲେ। ସେ ଏକ ଅଦୃଶ୍ୟ ନେଟୱାର୍କ ମାଧ୍ୟମରେ ରୋହିତ ଶର୍ମାଙ୍କ ସହ କଥା ହୋଇଥିବାର ଦାବି କରିଥିଲେ, ତାଙ୍କୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବଲ୍ ଦେବା ପାଇଁ ରାଜି କରାଇଥିଲେ।
IIT ବାବା କିଏ?
ବର୍ତ୍ତମାନ IIT ବାବା ଭାବରେ ପ୍ରସିଦ୍ଧ ଅଭୟ ସିଂହ, ଜଣେ IIT ବମ୍ବେ ସ୍ନାତକ ଯାହାଙ୍କର ଏରୋସ୍ପେସ୍ ଇଞ୍ଜିନିୟରିଂରେ ଡିଗ୍ରୀ ଅଛି। ଉଚ୍ଚ ଦରମାରେ ଚାକିରି କରି କାନାଡାରେ ସ୍ଥାପିତ ହେବା ପରେ, ସେ ସନ୍ୟାସ ଗ୍ରହଣ କରିଥିଲେ। ତାଙ୍କର ଅସାଧାରଣ ଯାତ୍ରା ତାଙ୍କୁ ସୋସିଆଲ ମିଡିଆ ସେନସେସନରେ ପରିଣତ କରିଛି।
