ମୃତ ବ୍ୟକ୍ତିମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ପଡ଼ି ରହିଥିବା ଦାବିହୀନ ପାଣ୍ଠି ସମ୍ପର୍କରେ ତଥ୍ୟ ମାଗିଲେ ମାନ୍ୟବର ସୁପ୍ରିମକୋର୍ଟ | ସମ୍ଭାବ୍ୟ ଠକେଇ ଉପରେ ଚିନ୍ତା ପ୍ରକାଶ କଲେ କୋର୍ଟ | ମଙ୍ଗଳବାର ଦିନ କେନ୍ଦ୍ର ସରକାର ଏବଂ ଆରବିଆଇ ସାମ୍ନାରେ କିଛି ପ୍ରଶ୍ନ ରଖିଛନ୍ତି ସୁପ୍ରିମକୋର୍ଟ |”ମୃତ ବ୍ୟକ୍ତିମାନଙ୍କ ବ୍ୟାଙ୍କ ଆକାଉଣ୍ଟ ସମ୍ପର୍କିତ ବିବରଣୀ ସେମାନଙ୍କ ଉତ୍ତରାଧିକାରୀଙ୍କୁ କାହିଁକି ପ୍ରଦାନ କରାଯାଇପାରିବ ନାହିଁ ? ଯାହା ଦ୍ୱାରା ସେମାନେ ଦାବିହୀନ ପାଣ୍ଠିକୁ ପ୍ରବେଶ କରିପାରିବେ।” ବିଚାରପତି ବିକ୍ରମ ନାଥଙ୍କ ନେତୃତ୍ୱରେ ଏକ ଖଣ୍ଡପୀଠ ୨୦୨୨ରେ ଦାୟର ହୋଇଥିବା ଏକ ଜନସ୍ୱାର୍ଥ ମାମଲା (ପିଆଇଏଲ)ର ଶୁଣାଣି କରୁଥିଲେ | ଯାହା ନିବେଶକ ଏବଂ ଜମାକାରୀଙ୍କ ଦାବିହୀନ ପାଣ୍ଠି ସହିତ ଜଡିତ | ଯାହା ଆଜିବି ସେମାନଙ୍କର ପ୍ରକୃତ ଉତ୍ତରାଧିକାରୀଙ୍କ ପାଇଁ ଅପହଞ୍ଚ।
ଆବେଦନକାରୀଙ୍କ ପକ୍ଷରୁ ଉପସ୍ଥିତ ଓକିଲ ପ୍ରଶାନ୍ତ ଭୂଷଣ କହିଛନ୍ତି ଯେ ସମସ୍ୟା ସେତେବେଳେ ଉପୁଜେ ଯେତେବେଳେ ଜଣେ ମୃତ ବ୍ୟକ୍ତିଙ୍କ ଉତ୍ତରାଧିକାରୀମାନେ ଦାବିହୀନ ପଡ଼ି ରହିଥିବା ପାଣ୍ଠିର ସଠିକ ପରିମାଣ ବିଷୟରେ ଅଜ୍ଞ ଥାଆନ୍ତି । ଏହି ଆବେଦନରେ ଏପରି ଆକାଉଣ୍ଟଗୁଡ଼ିକର ବିବରଣୀ ସାର୍ବଜନୀନ ପାଇଁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରାଯାଇଛି ।
ଏହାର ଜବାବରେ, ଜଷ୍ଟିସ୍ ମେହେଟା ଚିନ୍ତା ପ୍ରକାଶ କରିଛନ୍ତି ଯେ ଯଦି ଏପରି ଆକାଉଣ୍ଟଗୁଡ଼ିକର ବିବରଣୀ ସାର୍ବଜନୀନ କରାଯାଏ, ତେବେ ଅନଲାଇନ୍ ଠକମାନେ ପ୍ରକୃତ ଉତ୍ତରାଧିକାରୀ ବୋଲି ମିଥ୍ୟା ଦାବି କରି ପାଣ୍ଠି ହଡ଼ପ କରିବାକୁ ଚେଷ୍ଟା କରିପାରିବେ।
ସୁପ୍ରିମକୋର୍ଟ ଚାରି ସପ୍ତାହ ମଧ୍ୟରେ ଜବାବ ମାଗିଛନ୍ତି

କେନ୍ଦ୍ର ‘ଜମାକାରୀ ଶିକ୍ଷା ଏବଂ ସଚେତନତା ପାଣ୍ଠି’ ସମ୍ପର୍କରେ ବିବରଣୀ ପ୍ରଦାନ କରିଛି | ଯେଉଁଥିରେ ୧୦ବର୍ଷ ଧରି ଦାବି ନ ଥିବା ପାଣ୍ଠି ସବୁକୁ ସ୍ଥାନାନ୍ତରିତ କରାଯାଏ | ଏହି ପାଣ୍ଠିକୁ ପରବର୍ତ୍ତୀ ସମୟରେ ଜନସଚେତନତା ଏବଂ ଆର୍ଥିକ ସାକ୍ଷରତା ପଦକ୍ଷେପ ପାଇଁ ବ୍ୟବହାର କରାଯାଏ । କେନ୍ଦ୍ର ଉଲ୍ଲେଖ କରିଛି ଯେ ଆବେଦନ ଏହି ସ୍ଥାନାନ୍ତର ପଦ୍ଧତିକୁ ଚ୍ୟାଲେଞ୍ଜ କରେ ନାହିଁ।
ପରବର୍ତ୍ତୀ ଶୁଣାଣି ମେ ୫ରେ ସ୍ଥିର

ଯଦି ପ୍ରକୃତ ଉତ୍ତରାଧିକାରୀ ଆଗକୁ ଆସେ, ତେବେ ପାଣ୍ଠିରୁ ସେମାନଙ୍କୁ ଟଙ୍କା ଫେରସ୍ତ କରାଯିବ । ତେବେ ଚାରି ସପ୍ତାହ ମଧ୍ୟରେ କେନ୍ଦ୍ର ଏବଂ ଆରବିଆଇକୁ ନିଜ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ତେଣୁ ଏହି ମାମଲାରେ ପରବର୍ତ୍ତୀ ଶୁଣାଣି ମେ ୫କୁ ଧାର୍ଯ୍ୟ କରାଯାଇଛି |
also read : https://purvapaksa.com/unknown-facts-about-sophia-firdous/
ସୋଫିଆ ଫିରଦୌସଙ୍କର ଅଜଣା କଥା;ଜାଣନ୍ତୁ କେତେ ସମ୍ପତ୍ତିର ମଳିକିଆଣି | Unknown facts about Sophia Firdous


