ଭାରତୀୟ ବଜାରରେ Hyundai Creta Electric ଲଞ୍ଚ ହେବାକୁ ପ୍ରସ୍ତୁତ ହେଉଛି । ଅଟୋମେକର୍ସ ଏହି ଗାଡ଼ିର ଫିଚର୍ସଗୁଡିର ଲିଷ୍ଟ ପ୍ରକାଶ କରିଛନ୍ତି । ଏହା ସହିତ SUV ର ଇଣ୍ଟେରିୟର ବିଷୟରେ ମଧ୍ୟ ପ୍ରକାଶ ପାଇଛି । ଏହି ଯଦି ଏହି ନୂଆ କାର୍ ମଡେଲକୁ ଷ୍ଟାଣ୍ଡାର୍ଡ କ୍ରେଟା ସହିତ ତୁଳନା କରାଯାଏ, ତେବେ ଏହି ଦୁଇଟି ମଡେଳରେ ଡିଜାଇନ୍ ଏବଂ ଫ୍ରଣ୍ଟ ଫିଚର୍ସରେ ଅନେକ ପାର୍ଥକ୍ୟ ଦେଖିବାକୁ ମିଳିବ । Hyundai ର Electric କାରରେ ସବୁଠାରୁ ବଡ଼ ପରିବର୍ତ୍ତନ କରାଯାଇଛି । ଅଟୋମେକର୍ସମାନେ ଏହି ଗାଡ଼ିକୁ ଷ୍ଟିୟରିଂ ହୁଇଲରେ ପରିବର୍ତ୍ତନ କରିଛନ୍ତି । Creta EV ର ଷ୍ଟିୟରିଂ ହୁଇଲ୍ ଷ୍ଟାଣ୍ଡାର୍ଡ ମଡେଲଠାରୁ ସମ୍ପୂର୍ଣ୍ଣ ଭିନ୍ନ ହୋଇଛି ।
Hyundai Creta EV ମିଡ୍ ରେଞ୍ଜ ଏବଂ ଲଙ୍ଗ ରେଞ୍ଜ ଭଳି ଦୁଇଟି ବ୍ୟାଟେରୀ ପ୍ୟାକ୍ ସହିତ ଆସିବାକୁ ଯାଉଛି । ଏହି ଗାଡ଼ିରେ ଥିବା ୪୨ kWh ର ବ୍ୟାଟେରୀ ପ୍ୟାକ୍ ସହିତ ୩୯୦ କିଲୋମିଟରର ରେଞ୍ଜ ମିଳିବ । ଏହି କାର୍ ୧୩୫ PS ର ପାୱାର ମଧ୍ୟ ଜେନେରେଟ୍ କରିଥାଏ । ଏଥି ସହିତ ଏହି କାର୍ ୫୧.୪ kWh ର ବ୍ୟାଟେରୀ ପ୍ୟାକ୍ ସହିତ ୪୭୩ କିଲୋମିଟର ଦୂରତା ଅତିକ୍ରମ କରିବାକୁ ଦାବି କରିଛି । ଗାଡ଼ିରେ ଥିବା ଏହି ବ୍ୟାଟେରୀ ପ୍ୟାକ୍ ୧୭୧ PS ର ପାୱାର ମିଳିଥାଏ ।
Hyundai Creta EV ର ଟପ୍ ୫ ଫିଚର୍ସ
Hyundai ର ଏହି ଇଲେକ୍ଟ୍ରିକ୍ କାରକୁ DC ଫାଷ୍ଟ ଚାର୍ଜରରେ ଚାର୍ଜ କରିଲେ ମେବଳ ୫୮ ମିନିଟରେ ୧୦ ରୁ ୮୦% ଚାର୍ଜ ହୋଇପାରିବ । Hyundai ର ଏହି ନୂଆ କାରରେ ଅନେକ ଦମଦାର୍ ଫିଚର୍ସ ମଧ୍ୟ ସାମିଲ ଅଛି । ଆସନ୍ତୁ ଜାଣିବା ଏହି ଫିଚର୍ସ ବିଷୟରେ ।
• Hyundai Creta EV ଡିଜିଟାଲ୍ key ସହିତ ଆସୁଛି, ଯାହା ଆପଣ ଏହି କାରକୁ ନିଜ ସ୍ମାର୍ଟଫୋନରେ ଲକ୍ କିମ୍ବା ଅନ୍ ଲକ୍ କରିପାରିବେ ।
• Creta EV ରେ V2L କିମ୍ବା ହୁଇକଲ୍ ଟୁ-ଲୋଡର ଫିଚର୍ସ ମଧ୍ୟ ସାମିଲ ଅଛି । ଏଥି ସହିତ ଆହୁରି ଅନେକ ଗ୍ୟାଜେଟ୍ ଚାର୍ଜ କରିପାରିବେ ।
• ଏହି କାରରେ ADAS ସହିତ ରେଜେନେରେଟିଭ୍ ବ୍ରେକିଂ ସିଷ୍ଟମ୍ ରହିଛି । ଏହାର ବ୍ୟବହାର ଗାଡ଼ିର ରେଞ୍ଜ ବଢ଼ାଇବାରେ ସାହାଯ୍ୟ କରେ ।
• Creta EV ରେ ଗିୟର ସିଲେକ୍ଟର ସହିତ ନୂଆ ସିଫ୍ଟ-ବାଇ-ୱାୟାର୍ ସିଷ୍ଟମ୍ ଦିଆଯାଇଛି ।
• Creta ର ICE ଭ୍ୟାରିଆଣ୍ଟରେ ଡୁଆଲ ଜୋନ୍ କ୍ଳାଇମେଟ୍ କଣ୍ଟ୍ରୋଲ୍ ରହିଛି । ଏଥି ସହିତ Creta ଇଲେକ୍ଟ୍ରିକରେ ଡ୍ରାଇଭର-ଓନଲି ମୋଡ୍ ସହିତ ଟଚ ଟାଇପ୍ ଡୁଆଲ ଜୋନ୍ ଅଟୋମେଟିକ୍ ଟେମ୍ପ୍ରେଚର କଣ୍ଟ୍ରୋଲର ଫିଚର ସାମିଲ ଅଛି ।
Hyundai Creta EV ର ପ୍ରାଇସ୍ ବିଷୟରେ ଏପର୍ଯ୍ୟନ୍ତି କିଛି ସୂଚନା ଦିଆଯାଇ ନାହିଁ । ଏହି ଗାଡ଼ିର ପ୍ରାଇସ୍ କେବଳ ଲଞ୍ଚ ସମୟରେ କୁହାଯାଇପାରେ । Hyundai ର ଇଲେକ୍ଟ୍ରିକ୍ କାର୍ ଜାନୁଆରୀ ୧୭ ରେ ଭାରତ ମୋବିଲିଟି ଗ୍ଲୋବାଲ୍ ଏକ୍ସପୋରେ ଲଞ୍ଚ କରାଯାଇପାରେ ।
Also read https://purvapaksa.com/find-out-what-is-todays-gold-silver-price-in-your-city/