ହିନ୍ଦୁ ଧର୍ମରେ ଶ୍ରାବଣ ମାସକୁ ସବୁଠାରୁ ପବିତ୍ର ମାସ ଭାବରେ ବିବେଚନା କରାଯାଏ । ଏହି ମାସରେ କାଉଡ଼ିଆମାନେ ଭଗବାନ ଶିବଙ୍କ ଉପରେ ଜଳାଭିଷେକ ନିମନ୍ତେ କାଉଡ଼ି ଯାତ୍ରା କରିଥାଆନ୍ତି। ବିଗତ ବର୍ଷ ମାନଙ୍କରେ କାଉଡ଼ି ଯାତ୍ରାରେ ଯାଉଥିବା ମହିଳାମାନେ ସୁରକ୍ଷିତ ମହାଦେବଙ୍କ ଉପରେ ଜଳାର୍ପଣ କରି ଆସିଛନ୍ତି। ମାତ୍ର ରାଜ୍ୟରେ କ୍ଷମତା ପରିବର୍ତ୍ତନ ପରେ ମହିଳା ହିଂସା, ଦୁଷ୍କର୍ମ, ଗଣଦୁଷ୍କର୍ମ ବଢ଼ି ଚାଲିଥିବାବେଳେ ରାସ୍ତାରେ ପାଣିଭାର ନେଇ ଯାଉଥିବା ମହିଳା କାଉଡ଼ିଆମାନଙ୍କ ମନରେ ଭୟ ସୃଷ୍ଟି ହୋଇଛି । ଗତ କିଛି ମାସରେ ଘଟିଥିବା ଘଟଣାକ୍ରମକୁ ଦେଖୁଲେ ମହିଳା କାଉଡ଼ିଆମାନେ ଭୟଙ୍କର ଅସୁରକ୍ଷିତ ହୋଇ ପଡ଼ିଛନ୍ତି । ରାସ୍ତାରେ ଆଲୋକ ଓ ପାଟ୍ରୋଲିଂର ଅଭାବ ପାଦେପାଦେ ଅଘଟଣ ଘଟିବାର ଆଶଙ୍କା ସୃଷ୍ଟି କରିଛି । ଅସୁରକ୍ଷିତ ସଡ଼କରେ ସେମାନେ କେବଳ ଭାଗ୍ୟକୁ ଆଦରି ଚାଲିଛନ୍ତି ।

ଗୋପାଳପୁର ଗଣ ବାଲେଶ୍ୱର ଏଫ୍ଏମ ଆତ୍ମହତ୍ୟା ଏବଂ ବଳଙ୍ଗ। ପୋଡ଼ିଦେବା ଘଟଣା ହିଂସା କେଉଁ ସ୍ଥିତିରେ ପହଞ୍ଚିଛି ସହଜରେ ଅନୁମାନ କରିହେବ । ଗତ କିଛିମାସ ମଧ୍ୟରେ ଗଣ ବଳାତ୍କାର ସୀମା ଟପିଛି। ଏହି
ଅବସ୍ଥାରେ ଅନ୍ଧାର କାଉଡ଼ିଆମାନଙ୍କ ପ୍ରତି ମୁହୂର୍ଭରେ ଅଘଟଣକୁ ଏଡାଇ ଦେଇ ହେଉନାହିଁ।
ନଦୀରୁ ପାଣି ଉଠାଇବା ସମୟରେ ମହିଳା କାଉଡ଼ିଆମାନେ ଏକାଠି ହୋଇ ଚାଲିଥାନ୍ତି; କିନ୍ତୁ କିଛି ବାଟ ଚାଲିବା ପରେ ଅନେକ ପଛକୁ ପଛ ରହିଯାଆନ୍ତି। ବିଶେଷ କରି କମ୍ ବୟସର ଝିଅମାନେ ଚାଲିବା ବେଳେ ଅସୁବିଧାର ସମ୍ମୁଖୀନ ହୋଇ ପଛକୁ ରହି ଯାଉଥିବା ଦେଖାଯାଉଛି ।
ରାସ୍ତାରେ ପୁଲିସ ପାଟ୍ରୋଲିଂ ନଥିବାରୁ ସେମାନେ ସହଜରେ ଅପରାଧୀଙ୍କ ଶିକାର ହେବାର ଆଶଙ୍କା ସୃଷ୍ଟି ହୋଇଛି । ସବୁ ବର୍ଷ ମହିଳା କାଉଡ଼ିଆଙ୍କ ପାଇଁ ପୁଲିସ ପକ୍ଷରୁ ପୁଲିସ ବନ୍ଦୋବସ୍ତ କରାଯାଏ; କିନ୍ତୁ ଚଳିତ ବର୍ଷ କାଉଡ଼ିଆଙ୍କ ପାଇଁ ପୁଲିସ ବନ୍ଦୋବସ୍ତ କରାଯାଇ ନାହିଁ । ଏହାକୁ ନେଇ ଅନେକ ମହିଳା କାଉଡ଼ିଆ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। କେବଳ ମହିଳାମାନେ ନୁହନ୍ତି, ଅନ୍ୟ ପୁରୁଷ କାଉଡ଼ିଆମାନେ ମଧ୍ୟ ଅପରାଧୀଙ୍କ ଶିକାର ହେବାର ଆଶଙ୍କା ରହିଛି ।

ଅନେକ କାଉଡ଼ିଆ ନିଜ ଆବଶ୍ୟକତା ପାଇଁ ସାଥୀରେ ମୋବାଇଲ ଏବଂ ଟଙ୍କା ନେଇ ଆସିଥାଆନ୍ତି । ସେମାନେ ରାତିରେ ଆଶ୍ରୟ ନେଉଥିବା ସ୍ଥାନରେ ଚୋରିର ଶିକାର ହେଉଥିବା ଅଭିଯୋଗ ହୋଇ ଆସୁଛି । ଯେଉଁଠି ସବୁ କାଉଡ଼ିଆ ରହିବା କ୍ୟାମ୍ପ ହୋଇଛି ସେଠାରେ ମଧ୍ୟ ପୁଲିସ ସୁରକ୍ଷା ନାହିଁ । ଅନ୍ୟ ରାଜ୍ୟରେ କାଉଡ଼ିଆଙ୍କ ସୁରକ୍ଷା ପାଇଁ ପୁଲିସ ପାଟ୍ରୋଲିଂ ସହ ବାଇକ୍ ପାଟ୍ରୋଲିଂକୁ କଡ଼ାକଡ଼ି କରାଯାଇଛି। ମାତ୍ର ଚଳିତ ବର୍ଷ ପୁଲିସ ଅନ୍ୟ ମାମଲାରେ ବ୍ୟସ୍ତ ରହି କାଉଡ଼ିଆଙ୍କ ସୁରକ୍ଷାକୁ ଭୂଲି ଯାଇଛି ।
ରାସ୍ତାରେ ଚାଲି ଚାଲି ଯିବାବେଳେ କାଉଡ଼ିଆମାନେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି ଓ କିଛି କାଉଡ଼ିଆ ନଦାରୁ ପାଣି ଆଣିବା ବେଳେ ମଧ୍ୟ ବୁଡ଼ି ଯାଉଥିବାର ନଜିର ରହିଛି । କିନ୍ତୁ ପୁଲିସର ସୁରକ୍ଷା ବ୍ୟବସ୍ଥା ନଥିବାରୁ କାଉଡ଼ିଆଙ୍କ ଜୀବନ ଏବେ ବିପଦରେ ପଡ଼ିଛି ।
ALSO READ https://purvapaksa.com/the-mark-of-a-hundred-bodies-has-been-erased-now-i-demand-justice/


