ଚୀନ ପାକିସ୍ତାନକୁ ଭାରତ ବିରୁଦ୍ଧରେ ବ୍ୟବହାର କରିବା ପାଇଁ ନିଜ ଗୋଦାମରୁ ବାହାର କରି PL-15 ମିସାଇଲ ଦେଇଥିଲା । ପାକିସ୍ତାନ ଏହି ମିସାଇଲକୁ ଭାରତ ବିରୁଦ୍ଧରେ ଆକ୍ରମଣ କରିବା ପାଇଁ ବ୍ୟବହାର କରିଥିଲା । କିନ୍ତୁ ଭାରତ ଚୀନର ଏହି ମିସାଇଲକୁ ବିଫଳ କରି ଦେଇଥିଲା । ଏସିଆ ଟାଇମ୍ସର ରିପୋର୍ଟରେ କୁହାଯାଇଛି ଯେ ଭାରତ ପାଖରେ ଅତି କମରେ ଗୋଟିଏ ଅଫୁଟା PL-15 ମିସାଇଲ ପ୍ରମାଣ ଭାବେ ରହିଛି । ଅର୍ଥାତ୍, ଚୀନ ଏଯାଏ ଯେଉଁ ମିସାଇଲକୁ ଗେମ ଚେଞ୍ଜର ବୋଲି ମାନୁଥିଲା, ତାହା ଏବେ ଅକାମୀ ହୋଇଯାଇଛି । PL-15 ହେଉଛି ଚୀନର ନୂଆ ବିୟୋଣ୍ଡ ଭିଜୁଆଲ ରେଞ୍ଜ (BVR) ମିସାଇଲ, ଯାହାକୁ ଆମେରିକାର ବର୍ତ୍ତମାନର AIM-120D ମିସାଇଲ ସହିତ ତୁଳନା କରାଯାଏ । କିନ୍ତୁ ଏବେ ପ୍ରତିରକ୍ଷା ବିଶେଷଜ୍ଞମାନେ କହୁଛନ୍ତି ଯେ ଚୀନର ଏହି ସବୁଠାରୁ ଶକ୍ତିଶାଳୀ ମିସାଇଲ ଆଉ କୌଣସି କାମର ନୁହେଁ । ଯଦିଓ ଚୀନ ଏହାର ଅପଗ୍ରେଡେସନ୍ କରୁଛି ବା ଏହାର ପରିସରକୁ ବଢ଼ାଉଛି।
ଏସିଆ ଟାଇମ୍ସର ରିପୋର୍ଟରେ ପ୍ରତିରକ୍ଷା ବିଶେଷଜ୍ଞ ସ୍ଟିଫେନ ବ୍ରାୟନ ଲେଖିଛନ୍ତି ଯେ, “ଏବେ ଯେତେବେଳେ କିଛି ଧ୍ୱଂସାବଶେଷ ଭାରତରେ ଉଦ୍ଧାର ହୋଇଛି ଏବଂ ଗୁଇନ୍ଦା ସୂତ୍ରରୁ ମିଳିଥିବା ସୂଚନା ସାମ୍ନାକୁ ଆସୁଛି, ଏହା ସ୍ପଷ୍ଟ ହେଉଛି ଯେ PL-15 ର ପ୍ରକୃତ ଶକ୍ତି ଓ ଦୁର୍ବଳତା କ’ଣ ? ।” ଭାରତଠାରୁ ଅନେକ ଦେଶ PL-15 ମିସାଇଲର ଧ୍ୱଂସାବଶେଷ ମାଗିଛନ୍ତି, ଯେଉଁମାନଙ୍କ ମଧ୍ୟରେ ଜାପାନ, ଫ୍ରାନ୍ସ, ଅଷ୍ଟ୍ରେଲିଆ ଏବଂ ତାଇୱାନ ମଧ୍ୟ ଅଛନ୍ତି। ଯଦିଓ ଭାରତ କେଉଁ ଦେଶମାନଙ୍କ ସହିତ ପ୍ରଯୁକ୍ତି ଓ ଧ୍ୱଂସାବଶେଷ ବାଣ୍ଟିବ, ତାହାର ସୂଚନା ଆମ ପାଖରେ ନାହିଁ ।
ଚୀନର ସବୁଠାରୁ ଶକ୍ତିଶାଳୀ ମିସାଇଲ ଅକାମୀ ହୋଇଗଲା
PL-15 ଏକ ଆକାଶରୁ ଆକାଶକୁ ମାର କରୁଥିବା ମିସାଇଲ, ଯାହାକୁ ପାକିସ୍ତାନ ଜେ-10ସି ଯୁଦ୍ଧବିମାନରେ ଲଗାଇ ବ୍ୟବହାର କରିଥିଲା। ଚୀନର ନର୍ଥୱେଷ୍ଟର୍ନ ପଲିଟେକ୍ନିକାଲ ବିଶ୍ୱବିଦ୍ୟାଳୟ ଏବଂ AVIC ଏହି ମିସାଇଲର ଡିଜାଇନ କରିଛି। ଏହି ମିସାଇଲ ମାକ 5 (6125 କିମି/ଘଣ୍ଟା) ଗତିରେ ଉଡ଼ାଣ କରିପାରେ, ଯାହା ଏହାକୁ “ହାଇପରସୋନିକ” ଶ୍ରେଣୀରେ ରଖେ। ଏହାର ପରିସର ପ୍ରାୟ ୨ଶହରୁ ତିନି ଶହ କିଲୋମିଟର ବୋଲି କୁହାଯାଏ । ଅନେକ ପ୍ରତିରକ୍ଷା ବିଶେଷଜ୍ଞ ଦାବି କରିଛନ୍ତି ଯେ ପିଏଲଏ ବାୟୁସେନା ନିଜ ଷ୍ଟକରୁ ଏହି ମିସାଇଲଗୁଡ଼ିକୁ ବାହାର କରି ପାକିସ୍ତାନକୁ ଦେଇଥିଲା, ଯାହାର ପରିସର ୨୦୦ କିଲୋମିଟରରୁ ଅଧିକ। ଯେତେବେଳେ କି ଚୀନ ବିକ୍ରି ପାଇଁ ଯେଉଁ PL-15 ମିସାଇଲ ତିଆରି କରିଛି, ତାହାର ପରିସର ୧୫୦ କିଲୋମିଟର ଆଖପାଖରେ। ସ୍ଟିଫେନ ବ୍ରାୟନ ଲେଖିଛନ୍ତି ଯେ, “ଏହି ମିସାଇଲର ସବୁଠାରୁ ବିଶେଷ ବିଷୟ ହେଉଛି ଏହାର ଡୁଆଲ-ପଲସ ସଲିଡ ରକେଟ ମୋଟର। ପ୍ରଥମ ଇଞ୍ଜିନ ମିସାଇଲକୁ ଲକ୍ଷ୍ୟ ଆଡ଼କୁ ଦ୍ରୁତ ଗତିରେ ନିଏ, ଯେତେବେଳେ ଦ୍ୱିତୀୟ ଇଞ୍ଜିନ ଶେଷ ପର୍ଯ୍ୟାୟରେ ସକ୍ରିୟ ହୋଇ ଏହାର ଗତିକୁ ପୁଣି ବଢ଼ାଇ ଦିଏ ।”
ସ୍ଟିଫେନ ବ୍ରାୟନଙ୍କ ଅନୁଯାୟୀ, PL-15 ମିସାଇଲରେ AESA ରାଡାର ସିକର ଅଛି, ଯାହା ଏହାକୁ ଲକ୍ଷ୍ୟର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ପିଛା କରିବାରେ ସକ୍ଷମ କରେ। ଏହାକୁ “ଲଞ୍ଚ-ଫାୟାର-ଫରଗେଟ” କ୍ଷମତା ମିଳିଛି, ଯାହା ଏହାକୁ ସ୍ୱାବଲମ୍ବୀ କରେ। ଏହି କାରଣରୁ PL-15 ବହୁତ ବିପଜ୍ଜନକ, କାରଣ ଦ୍ରୁତ ଗତି ହେତୁ ଶତ୍ରୁ ପକ୍ଷରେ ଏହାର ମାଡ଼ରୁ ରକ୍ଷା ପାଇବା କଷ୍ଟକର । ରୁଷ ଓ ଚୀନ ବିମାନଗୁଡ଼ିକୁ ଦ୍ରୁତ ଗତିରେ ମୋଡ଼ିବାର କ୍ଷମତା ଉପରେ ଗୁରୁତ୍ୱ ଦେଇଛନ୍ତି, ଯେତେବେଳେ କି ଆମେରିକାର ଅଧିକାଂଶ ବିମାନ, ଖାସକରି F-35, ଏହା କରିପାରେ ନାହିଁ । F-22 ଏହାର ବ୍ୟତିକ୍ରମ, କାରଣ ଏହା ଏକ ଏପରି ବିମାନ ଯାହା ରାଡାରକୁ ପ୍ରତାରଣା କରିପାରେ ।
ସ୍ଟିଫେନ ବ୍ରାୟନ କହିଛନ୍ତି ଯେ ଭାରତୀୟ ବାୟୁସେନା (IAF), ଯାହା ପାଖରେ ରାଫେଲ ଓ ରୁଷୀୟ Su-30 ଉଭୟ ବିମାନ ଅଛି, ତାହା ପ୍ରାୟ ଆଠ ଥର PL-15 ମିସାଇଲଗୁଡ଼ିକୁ ଚକମା ଦେଇଛି । ଭାରତରେ PL-15 ମିସାଇଲର ପ୍ରାୟ ସମ୍ପୂର୍ଣ୍ଣ ଅଂଶ ମିଳିଛି। ଅନେକ ଦେଶ ଏହି ମିସାଇଲଗୁଡ଼ିକର ତଦନ୍ତରେ ସାମିଲ ହେବାକୁ ଚାହୁଁଛନ୍ତି, ଯାହା ମଧ୍ୟରୁ ଅତି କମରେ ଗୋଟିଏ ମିସାଇଲ ବିସ୍ଫୋରିତ ହୋଇନଥିଲା। ଫଳରେ ଏହି ପ୍ରଶ୍ନ ଉଠୁଛି ଯେ ମିସାଇଲଗୁଡ଼ିକ ନିଜ ଲକ୍ଷ୍ୟ କାହିଁକି ଭେଦ କରିପାରିନଥିଲେ ? ଏବଂ ଗୋଟିକରେ କାହିଁକି ବିସ୍ଫୋରିଣ ହୋଇନଥିଲା ? ସେ କହିଛନ୍ତି ଯେ PL-15 ମିସାଇଲକୁ ହୟତୋ ଲଞ୍ଚ କରୁଥିବା ବିମାନର ରାଡାର ବା କୌଣସି AWACS ବିମାନରୁ ଗାଇଡ କରାଯାଇଥାଏ । ଏହା ନିଜର AESA ରାଡାର (ଯାହାର ପରିସର ସୀମିତ) କେବଳ ନିଜ ଉଡ଼ାଣର ଶେଷ ଅଂଶରେ ବ୍ୟବହାର କରେ । କିନ୍ତୁ ଭାରତ ପାଖରେ ଉତ୍ତମ ରାଡାର ଜାମିଂ ସିଷ୍ଟମ ଅଛି। ରାଫେଲରେ SPECTRA ନାମକ ନିଜସ୍ୱ ଇଲେକ୍ଟ୍ରୋନିକ ୱାରଫେୟାର ସିଷ୍ଟମ ଅଛି। ଏହି ସିଷ୍ଟମ ଶତ୍ରୁର ରାଡାରକୁ ଜାମ କରିପାରେ ।
ଭାରତ କିପରି PL-15 ମିସାଇଲକୁ ବିଫଳ କଲା?
ସେ ଏସିଆ ଟାଇମ୍ସରେ ଲେଖିଛନ୍ତି ଯେ ଭାରତୀୟ Su-30MKI ରେ ରୁଷରୁ ତିଆରି ତରଙ୍ଗ ରାଡାର ୱାର୍ନିଂ ରିସିଭର ଏବଂ ଇସ୍ରଏଲରେ ତିଆରି EL/M 8222 ଜାମର ପଡ଼ ଅଛି । ଏହି ଜାମର, ଯାହାକୁ ELTA ତିଆରି କରିଛି ଏବଂ ଯାହା ଇସ୍ରଏଲ ଏଭିଏସନ ଇଣ୍ଡଷ୍ଟ୍ରିଜର ଏକ ଅଂଶ, ଏକ୍ଟିଭ ଫେଜ୍ଡ ଆରେ ଟେକ୍ନୋଲୋଜି ବ୍ୟବହାର କରି ବିପଦଗୁଡ଼ିକୁ ଚିହ୍ନଟ କରେ ଓ ଜାମ କରିଦିଏ । ଏପରି ସ୍ଥିତିରେ ସମ୍ଭାବନା ଅଛି ଯେ ଭାରତ ଚୀନର PL-15 ମିସାଇଲଗୁଡ଼ିକୁ ଜାମ କରିଦେଇଥିବ ଏବଂ ଚୀନର ମିସାଇଲଗୁଡ଼ିକ କେବଳ ଲକ୍ଷ୍ୟକୁ ଆଘାତ କରିବାରେ ବିଫଳ ହୋଇନଥିଲେ, ବରଂ ବିସ୍ଫୋରଣ ମଧ୍ୟ ହୋଇନଥିଲା । ସେ ଏହା ମଧ୍ୟ କହିଛନ୍ତି ଯେ ଏହା ସମ୍ଭବ ଯେ ଚୀନର BVR ଆକାଶରୁ ଆକାଶକୁ ଉତକ୍ଷେପିତ ହେଉଥିବା ଅସ୍ତ୍ରଗୁଡ଼ିକରେ, ଏପରିକି PL-15 ଭଳି ନୂଆ ଅସ୍ତ୍ରରେ ମଧ୍ୟ, AESA ରାଡାର ଓ ଅନ୍ୟାନ୍ୟ ଗାଇଡାନ୍ସ ସିଷ୍ଟମରେ ପ୍ରାୟ ଏକାପରି ପ୍ରଯୁକ୍ତି ବ୍ୟବହାର କରାଯାଇଛି। ସେ ଲେଖିଛନ୍ତି ଯେ ଯଦି BVR ଅସ୍ତ୍ରଗୁଡ଼ିକର ବିପଦକୁ ହ୍ରାସ କରାଯାଇପାରେ, ତେବେ ଚୀନର ଏହି ମିସାଇଲର ଭବିଷ୍ୟତ ଏବେ ଅନିଶ୍ଚିତ ହୋଇଯାଇଛି ।
ALSO READhttps://purvapaksa.com/indore-couple-missing-case-wife-hired-hitmen-to-kill-husband/