Honda Bike: ଏଥିରେ ଘରୋଇ ବଜାରରେ ବିକ୍ରି ୩,୮୩,୯୧୮ ୟୁନିଟ ଏବଂ ୩୮,୫୩୧ ୟୁନିଟ ରପ୍ତାନୀ ଅନ୍ତର୍ଭୁକ୍ତ।
ହୋଣ୍ଡା ମୋଟରସାଇକଲ ଆଣ୍ଡ ସ୍କୁଟର ଇଣ୍ଡିଆ ଫେବୃଆରି ୨୦୨୫ ନିମନ୍ତେ ତାହାର ବିକ୍ରି ସଂଖ୍ୟା ସମ୍ପର୍କରେ ଘୋଷଣା କରିଛି । ଫେବୃଆରି ୨୦୨୫ ନିମନ୍ତେ କମ୍ପାନୀର ମୋଟ ବିକ୍ରି ୪,୨୨,୪୪୯ ୟୁନିଟ ହୋଇଛି । ଏଥିରେ ଘରୋଇ ବଜାରରେ ବିକ୍ରି ୩,୮୩,୯୧୮ ୟୁନିଟ ଏବଂ ୩୮,୫୩୧ ୟୁନିଟ ରପ୍ତାନୀ ଅନ୍ତର୍ଭୁକ୍ତ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଏଚଏମଏସ୍ଆଇର ୱାଇଟିଡି ଏଫ୍ୱାଇ୨୫ (ଏପ୍ରିଲ ୨୦୨୪-ଫେବୃଆରି ୨୦୨୫)ରେ ମୋଟ ବିକ୍ରି ୫୪,୦୪,୨୧୬ ୟୁନିଟ ହୋଇଛି । ଏଥିମଧ୍ୟରେ ଘରୋଇ ବଜାରରେ ବିକ୍ରି ୪୯,୨୫,୨୪୧ ୟୁନିଟ ଏବଂ ୪,୭୮,୯୭୫ ୟୁନିଟ ରପ୍ତାନୀ ଅନ୍ତର୍ଭୁକ୍ତ ।
ଏଚଏମଏସ୍ଆଇର ଫେବୃଆରି ୨୦୨୫ ନିମନ୍ତେ ମୁଖ୍ୟ ବିଷୟ:
ଉତ୍ପାଦ: ଏଚଏମଏସ୍ଆଇ ଉନ୍ନୀତକରଣ କରାଯାଇଥିବା ଶାଇନ୍ ୧୨୫ ଏବଂ ହର୍ନେଟ ୨.୦ର ଓବିଡି୨ବି ଅନୁପାଳନକାରୀ ସଂସ୍କରଣ ବଜାରକୁ ଛାଡିଥିଲା ଯେଉଁଥିରେ ଉନ୍ନତ ନୂତନ ବୈଶିଷ୍ଟ୍ୟଗୁଡିକ ରହିଛି । ଏଥିସହିତ କମ୍ପାନୀ ମଧ୍ୟ ଓବିଡି୨ବି ଅନୁପାଳନକାରୀ ଇଞ୍ଜିନ ଏବଂ ଉନ୍ନୀତ ଉପକରଣ ସହିତ ଅଲ୍ ନିୟୁ ଏନଏକ୍ସ୨୦୦ ବଜାର ପ୍ରବେଶ କରାଇଥିଲା ।
ବ୍ୟବସାୟ: ଏଚଏମଏସ୍ଆଇ ଦକ୍ଷିଣ ଭାରତରେ ମୋଟ ୨ କୋଟି ୟୁନିଟ ବିକ୍ରିକୁ ଅତିକ୍ରମ କରିଥିବାବେଳେ ମଧ୍ୟପ୍ରଦେଶରେ ୧୦ ଲକ୍ଷ ୟୁନିଟ ଶାଇନ୍ ୧୨୫ ଏବଂ ଏସ୍ପି୧୨୫ ବିକ୍ରି କରିଛି, ଯାହା ଏହାର ନିରନ୍ତର ଅଭିବୃଦ୍ଧି ଏବଂ ଉତ୍ପାଦ ପ୍ରତି ଗ୍ରହଣୀୟତା ସମ୍ପର୍କରେ ଆଲୋକପାତ କରୁଛି ।
ସଡ଼କ ନିରାପତ୍ତା: ଭାରତରେ ସଡ଼କ ନିରାପତ୍ତା ସଚେତନତାକୁ ସମ୍ପ୍ରସାରିତ କରି, ଏଚଏମଏସ୍ଆଇ ଭାରତର ୧୦ଟି ସ୍ଥାନ ଯଥା- ମଥୁରା (ଉତ୍ତର ପ୍ରଦେଶ), ସପୁତରା (ଗୁଜରାଟ), ଅମରାବତୀ (ମହାରାଷ୍ଟ୍ର), ଅମୃତସର (ପଞ୍ଜାବ), ଅନୁଗୁଳ (ଓଡ଼ିଶା), ବଲ୍ଲାରୀ (କର୍ଣ୍ଣାଟକ), ଜବଲପୁର (ମଧ୍ୟପ୍ରଦେଶ), କାକିନାଡା (ଆନ୍ଧ୍ରପ୍ରଦେଶ), ଦରଭଙ୍ଗା (ବିହାର) ଏବଂ ଗୋଆରେ ଏ ସମ୍ପର୍କିତ ଅଭିଯାନକୁ ପ୍ରୋତ୍ସାହିତ କରିଥିଲା ।
ଏହାର ପ୍ରଚଳିତ ପ୍ରକଳ୍ପ ‘ମାଇଣ୍ଡସେଟ୍ ଡେଭଲପମେଣ୍ଟ ଫର ଆୱାର ଫ୍ୟୁଚର ଜେନେରେସନ’ (ଆମର ଭବିଷ୍ୟତ ପିଢି ପାଇଁ ମାନସିକତାର ବିକାଶ)ର ଅଂଶଭାବରେ ଏଚଏମଏସ୍ଆଇ ମଧ୍ୟ ମୁମ୍ବାଇ (ମହାରାଷ୍ଟ୍ର)ରେ ସ୍କୁଲ ପ୍ରିନସିପାଲମାନଙ୍କ ସହିତ ଏକ ସଡ଼କ ନିରାପତ୍ତା ସମ୍ମିଳନୀ ଆୟୋଜନ କରିଥିଲା । ଏଥିସହିତ ଏଚଏମଏସ୍ଆଇ ଚେନ୍ନାଇରେ ତାହାର ଟ୍ରାଫିକ ଟ୍ରେନିଂ ପାର୍କର ୬ଷ୍ଠ ବର୍ଷ ପୂର୍ତ୍ତି ପାଳନ କରି ଦାୟିତ୍ୱସମ୍ପନ୍ନ ସଡ଼କ ବ୍ୟବହାର ଅଭ୍ୟାସ ଦିଗରେ ନିଜର ପ୍ରୟାସକୁ ଆଗେଇ ନେଇଛି ।
ସିଏସ୍ଆର: ଉତ୍ତର ପ୍ରଦେଶରେ କୃଷକ ଉତ୍ପାଦନ ସଂଗଠନସମୂହ (ଏଫପିଓ)ଗୁଡିକୁ ସମର୍ଥନ କରିବା ଏବଂ ସେଗୁଡିକୁ ସୁଦୃଢ କରିବା ଲକ୍ଷ୍ୟରେ ହୋଣ୍ଡା ଇଣ୍ଡିଆ ଫାଉଣ୍ଡେସନ ଉତ୍ତର ପ୍ରଦେଶ ସରକାରଙ୍କ ସହିତ ‘ପ୍ରୋଜେକ୍ଟ ଅନ୍ନଦାତା- ସଶକ୍ତ କିଷାନ, ସମୃଦ୍ଧ ରାଷ୍ଟ୍ର’ ନିମନ୍ତେ ଏକ ସହଯୋଗ ଭିତ୍ତିକ ବୁଝାମଣା (ଏମଓସି)ରେ ସ୍ୱାକ୍ଷର କରିଛି ।
previous article:https://purvapaksa.com/namit-malhotras-doon-part-two-wins-7th-oscar-award-for-india/
ଭାରତ ପାଇଁ ୭ମ ଓସ୍କାର ପୁରସ୍କାର ଜିତିଲା ନମିତ ମାଲହୋତ୍ରାଙ୍କ ଡୁନ: ପାର୍ଟ ଟୁ
