Black Lips: କଳା ରଙ୍ଗର ଓଠ ଆମ ଲୁକକୁ ଖରାପ କରିଦିଏ ।
ସ୍ୱାସ୍ଥ୍ୟ ଦୃଷ୍ଟିରୁ ଏହା ଅତ୍ୟଧିକ ଧୂମପାନ, ପୋଷଣର ଅଭାବ, ହର୍ମୋନ ଅସନ୍ତୁଳନ କିମ୍ବା କେତେକ ଔଷଧର ପାର୍ଶ୍ୱ ପ୍ରତିକ୍ରିୟାର ଲକ୍ଷଣ ହୋଇପାରେ, ଯାହା ଗମ୍ଭୀର ଶାରୀରିକ ସମସ୍ୟାକୁ ସୂଚାଇଥାଏ । କିନ୍ତୁ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ, କିଛି ସୁସ୍ଥ ଜୀବନଶୈଳୀ, ସୁସ୍ଥ ଖାଦ୍ୟପେୟ ଏବଂ ଓଠର ଉପଯୁକ୍ତ ଯତ୍ନ ନେବା ଦ୍ୱାରା ଏହି ସମସ୍ୟାକୁ ରୋକାଯାଇପାରିବ ।
କଳା ରଙ୍ଗର ଓଠକୁ ଗୋଲାପୀ କରିବା ପାଇଁ କିଛି ଘରୋଇ ଉପଚାର ଆପଣାନ୍ତୁ । ଏହି ଉପଚାର ପ୍ରାକୃତିକ ଏବଂ ଘରେ ସହଜରେ କରାଯାଇପାରିବ । ତେବେ ଆସନ୍ତୁ ଜାଣିବା ସେମାନଙ୍କ ବିଷୟରେ ।
ନଡ଼ିଆ ତେଲ:
ଶୋଇବା ପୂର୍ବରୁ ବୁନ୍ଦେ ନଡ଼ିଆ ତେଲ ଓଠରେ ଲଗାନ୍ତୁ । କିଛି ଦିନ ଏମିତି କରିବା ଦ୍ୱାରା ଦେଖିବେ ଆପଣଙ୍କ ଓଠର ରଙ୍ଗ ଗୋଲାପି ହୋଇଯିବ।
ଲେମ୍ବୁ ରସ:
ଓଠରେ ଲେମ୍ବୁ ରସ ଲଗାନ୍ତୁ। ପ୍ରତି ଦିନ ଲେମ୍ବୁ ରସ ଲଗାଇବା ଦ୍ୱାରା ପିଗ୍ମେଟେସନ୍ ପାଇଁ କଳା ପଡିଯାଇଥିବା ଓଠ ଗୋଲାପି ହେବା ଆରମ୍ଭ କରିବ।
ବିଟ୍ ରସ:
ଓଠର ରଙ୍ଗ ଗୋଲାପି କରିବାରେ ବିଟ୍ ରସ ମଧ୍ୟ ବେଶ୍ ଉପକାରୀ। ପ୍ରତିଦିନ ବିଟ୍ ରସ ଲଗାଇବା ଦ୍ୱାରା ଓଠର ଚମକ ଫେରିଆସେ।
କାକୁଡ଼ି ରସ:
ନଡ଼ିଆ ତେଲ, ଲେମ୍ବୁ ରସ ସହ କାକୁଡ଼ି ରସକୁ ମିଶାଇ ଓଠରେ ଲଗାନ୍ତୁ । ଦେଖିବେ ଓଠର ରଙ୍ଗ ଗୋଲାପି ହେବ।
ହଳଦି ଗୁଣ୍ଡ:
ହଳଦି ଗୁଣ୍ଡ କେବେ ଓଠରେ ଲଗାଇବା କଥା ଆପଣ ଭାବିଛନ୍ତି । ଏହା ଓଠର କଳାଅଂଶକୁ ଦୂର କରିଥାଏ।
ALSO READ: https://purvapaksa.com/blue-eyes/