Sprouts: ଗଜାମୁଗ ଏକ ପୁଷ୍ଟିକର ଏବଂ ସୁସ୍ଥ ଖାଦ୍ୟ ବୋଲି ଜଣାଶୁଣା ।
ଯେତେବେଳେ ଏହି ଛୋଟ ମଞ୍ଜିଗୁଡ଼ିକ ଅଙ୍କୁରିତ ହୁଏ, ସେଥିରେ ଥିବା ପୁଷ୍ଟିକର ପରିମାଣ ବଢ଼ିଯାଏ । ଯାହା ସେମାନଙ୍କୁ ଏକ ସଂପୂର୍ଣ୍ଣ ଏବଂ ସନ୍ତୁଳିତ ଖାଦ୍ୟର ଅଂଶ କରିଥାଏ । ଏହା ପ୍ରୋଟିନ୍, ଭିଟାମିନ୍, ମିନେରାଲ୍ସ ଏବଂ ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ଅଟେ । କିନ୍ତୁ ସଠିକ୍ ସମୟରେ ଏବଂ ସଠିକ୍ ଉପାୟରେ ଯେକୌଣସି ଜିନିଷ ଖାଇବା ସ୍ୱାସ୍ଥ୍ୟ ପାଇଁ ଅଧିକ ଲାଭଦାୟକ ହୋଇପାରେ ।

ଏହାକୁ ଯେକୌଣସି ସମୟରେ ଖାଇ ପାରିବେ, କିନ୍ତୁ କିଛି ବିଶେଷ ସମୟ ଅଛି ଯେତେବେଳେ ସେମାନଙ୍କର ବ୍ୟବହାର ଅଧିକ ଲାଭଦାୟକ ହୋଇଥାଏ । ଗଜାମୁଗରେ ପ୍ରୋଟିନ, ଭିଟାମିନ, ମିନେରାଲ୍ସ, ଓ ଆଣ୍ଟିଅକ୍ସିଡେଣ୍ଟ ରହିଥାଏ। ତେଣୁ ଗଜାମୁଗକୁ ସୁପର ଫୁଡ୍ ବୋଲି ମଧ୍ୟ କୁହାଯାଇଥାଏ।
ଗଜାମୁଗ ଖାଇବା ଦ୍ଵାରା ଶରୀରକୁ ବହୁତ ଲାଭ ମିଳିଥାଏ। ଏହା ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବଢାଇଥାଏ। ଯାହା ଦ୍ଵାରା ବ୍ୟକ୍ତିକୁ ବାରମ୍ବାର ରୋଗ ଜୀବାଣୁ ସଂକ୍ରମଣ କରିପାରିନଥାଏ।

ଏହା ଆମ ଶରୀରରେ ନୂଆ ୱାଇଟ୍ ବ୍ଲଡ଼ସେଲ୍ସ ତିଆରି କରିବାରେ ହେଲ୍ପ କରିଥାଏ। ଗଜାମୁଗରେ ବହୁତ ସାରା ଏମିନୋ ଏସିଡ୍ ରହିଥାଏ। ଯେଉଁ ପିଲାଙ୍କର ଶାରୀରିକ ବିକାଶ ହୋଇପାରୁନଥାଏ। ଏହାକୁ ସେମାନେ ନିହାତି ଭାବେ ନିଜ ଖାଦ୍ୟରେ ସାମିଲ କରିବା ଉଚିତ୍। ଗଜାମୁଗ ହଜମ ପ୍ରକ୍ରିୟାକୁ ତ୍ବରାନିତ କରିଥାଏ। ଯାହାଫଳରେ ଆମେ ଯାହା ଖାଇଥାଉ, ତାହା ଶରୀରରେ ଠିକ ଭାବେ ହଜମ ହୋଇପାରିଥାଏ।

ଏଥିସହ କୋଷ୍ଠକାଠିନ୍ୟ ଭଳି ସମସ୍ୟା ମଧ୍ୟ ଦୂରେଇ ଯାଇଥାଏ। ଗଜାମୁଗରେ କିଛି ଆକ୍ଟିଭ ଏନଜାଇମ୍ ରହିଥାଏ। ଯାହା ମେଟାବେଲିଜିମକୁ ତ୍ବରାନିତ କରିଥାଏ। ତେବେ ଆପଣ ଶରୀରରେ ଯଦି ଡାଇଜେସନ୍ ପ୍ରକ୍ରିୟା ଠିକ ଭାବେ ହେଉଥାଏ।ତେବେ ଆପଣ ବହୁତ ବଡ଼ ମାରାତ୍ମକ କୋଲୋନ କ୍ୟାନ୍ସରରୁ ନିଜ ଶରୀରକୁ ବଞ୍ଚାଇ ରଖିପାରିବେ।
ତେବେ ପ୍ରଥମେ କିଛି ମୁଗକୁ ପାଣିରେ ୬ ରୁ ୮ ଘଣ୍ଟା ପର୍ଯ୍ୟନ୍ତ ଭେଦାଇ ରଖନ୍ତୁ। ତାପରେ ଏହାକୁ ଏକ ସଫା କପଡା କିମ୍ବା କୌଣସି ଡବାରେ ଭଲ ଭାବେ ଷ୍ଟୋର କରି ରଖିଦିଅନ୍ତୁ।

ଗୋଟିଏ ଦିନ ପରେ ମୁଗ ଗଜା ହୋଇଯାଇଥିବ। ଅଳ୍ପ ଗରମ ସ୍ଥାନରେ ରଖିଲେ, ସେଥିରୁ ବହୁତ ଶୀଘ୍ର ଗଜା ବାହାରି ଆସିଥାଏ। ତେବେ ସକାଳ ବ୍ରେକଫାଷ୍ଟରେ ଆପଣ ଗଯାମୁଗକୁ ଖାଆନ୍ତୁ। କାରଣ ସକାଳ ସମୟ ଗଜାମୁଗ ଖାଇବାର ସବୁଠାରୁ ବେଷ୍ଟ ସମୟ ହୋଇଥାଏ। ଗର୍ଭବତୀ ମହିଳାମାନେ ମଧ୍ୟ ଗଜାମୁଗ ଖାଇପାରିବେ।
ALSO READ: https://purvapaksa.com/keep-these-6-tips-to-keep-your-tulips-from-drying-up-in-winter/

