Roasted Chana Benefits: ଚଣା ଏକ ସୁପରଫୁଡ୍ ଯାହା ପ୍ରୋଟିନ୍ ଏବଂ ଫାଇବରରେ ଭରପୂର ।
ଚଣାରେ ଥିବା ଏହି ଦୁଇଟି ପୋଷକ ତତ୍ତ୍ୱ ଆମ ଶରୀରପାଇଁ ସବୁଠାରୁ ଅଧିକ ଆବଶ୍ୟକ । ପ୍ରୋଟିନ୍ କୋଷଗୁଡ଼ିକୁ ମରାମତି କରିବା ସହିତ ପାଚନ ତନ୍ତ୍ରକୁ ସୁସ୍ଥ ରଖିବା ପାଇଁ ଫାଇବର ଆବଶ୍ୟକ । ଏହା ବ୍ୟତୀତ ଚଣା ଆମ ଶରୀରକୁ ଗରମ କରିଥାଏ । ବିଶେଷ କରି ଶୀତଦିନେ ଏଭଳି ଖାଦ୍ୟ ଖାଇବା ଉଚିତ।ଚଣା ଶକ୍ତିର ଏକ ବଡ଼ ଉତ୍ସ, ଯାହା ଶରୀରରେ ବିପୁଳ ପରିମାଣର ଶକ୍ତି ଯୋଗାଇଥାଏ । ଯାହାଦ୍ୱାରା ଆପଣ ଦିନସାରା ସକ୍ରିୟ ଏବଂ ସୁସ୍ଥ ଅନୁଭବ କରିପାରିବେ । ଚଣାକୁ ପ୍ରୋଟିନର ଏକ ଭଲ ଉତ୍ସ ବୋଲି ବିବେଚନା କରାଯାଏ ।
ଏଥିରେ କାର୍ବୋହାଇଡ୍ରେଟ୍, କ୍ୟାଲସିୟମ୍, ପ୍ରୋଟିନ୍, ଫାଇବର, ଫ୍ୟାଟ୍ ଭଳି ପୋଷକ ତତ୍ତ୍ୱ ପ୍ରଚୁର ମାତ୍ରାରେ ମିଳିଥାଏ। ଚଣା କେବଳ ଆମ ସ୍ୱାସ୍ଥ୍ୟ ପାଇଁ କାମ କରେ ନାହିଁ ବରଂ ଏହା କେଶ ଏବଂ ତ୍ୱଚା ପାଇଁ ମଧ୍ୟ ଭଲ ଅଟେ । ଚଣା ଖାଇବା ଦ୍ୱାରା ଅନେକ ରୋଗରେ ମଧ୍ୟ ଫାଇଦା ମିଳିଥାଏ । ମଧୁମେହକୁ ନିୟନ୍ତ୍ରଣ କରିବାଠାରୁ ଆରମ୍ଭ କରି କୋଲେଷ୍ଟ୍ରଲ କମାଇବା ପର୍ଯ୍ୟନ୍ତ ଚଣା ସେବନ କରିବା ସବୁ କିଛିରେ ଫଳପ୍ରଦ ହୋଇଥାଏ । ଆସନ୍ତୁ ଜାଣିବା, ଚଣା ଖାଇବା ଦ୍ୱାରା କ’ଣ ଫାଇଦା ମିଳିଥାଏ…
ଡାଇବେଟିସ୍ କଣ୍ଟ୍ରୋଲ୍ : ଡାଇବେଟିସ୍ ରୋଗୀଙ୍କ ପାଇଁ ଚଣା ବହୁତ ଉପକାରୀ ହୋଇଥାଏ । ଡାଇବେଟିସ୍ ରୋଗୀମାନେ ଏହାକୁ ସ୍ନାକ୍ସ ଭାବରେ ଖାଇପାରିବେ । ଏଥିରେ ମିଳୁଥିବା ପ୍ରୋଟିନ୍ ଏବଂ ଫାଇବର ବ୍ଲଡ୍ ଶୁଗାରକୁ କମ୍ ରଖିବାରେ ସାହାଯ୍ୟ କରିଥାଏ ।
କୋଲେଷ୍ଟ୍ରଲ ହ୍ରାସ କରେ : ହାଇ କୋଲେଷ୍ଟ୍ରଲ ରୋଗୀମାନେ ଚଣା ଖାଇବା ଜରୁରୀ । ଏହା ଶରୀରରେ ବଢୁଥିବା କୋଲେଷ୍ଟ୍ରଲକୁ ନିୟନ୍ତ୍ରଣରେ ରଖେ । ଯାହା ହାର୍ଟ ପାଇଁ ଅତ୍ୟନ୍ତ ଲାଭ ଦାୟକ ହୋଇଥାଏ । ଭଜା ଚଣା ଖାଇବା ଦ୍ୱାରା ହାର୍ଟ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ ।
କୋଷ୍ଠକାଠିନ୍ୟରୁ ମିଳିବ ମୁକ୍ତି : ଚଣା ଖାଇବା ଦ୍ୱାରା ପେଟ ଏବଂ ପାଚନ ତନ୍ତ୍ର ମଜବୁତ୍ ରହିଥାଏ । ଏଥିରେ ମିଳୁଥିବା ଫାଇବାର ହଜମ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ କାମ କରେ । ଯଦି ଆପଣ ଦୈନିକ ଚଣା ଖାଆନ୍ତି ତେବେ ଆପଣଙ୍କର କୋଷ୍ଠକାଠିନ୍ୟ, ଗ୍ୟାସ୍ ଏବଂ ପେଟ ଯନ୍ତ୍ରଣା ଭଳି ସମସ୍ୟା ଦୂର ହେବ ।
ଓଜନ କମ୍ ହେବ : ମେଦବହୁଳ ଲୋକମାନେ ଚଣା ଖାଇବା ନିହାତି ଆବଶ୍ୟକ ହୋଇଥାଏ । ଏହା ଓଜନ କମ୍ କରିବାକୁ ସହଜ କରିଥାଏ । ଭଜା ଚଣା ଖାଇବା ଦ୍ୱାରା ପ୍ରୋଟିନ୍ ଯୋଗାଇଥାଏ, ଯାହା ପେଟକୁ ଦୀର୍ଘ ସମୟ ଯର୍ପ୍ୟନ୍ତ ଫୁଲ ରଖିଥାଏ । ଆପଣ ଅସ୍ୱାସ୍ଥ୍ୟ ଖାଦ୍ୟରୁ ଦୂରେଇ ରୁହନ୍ତୁ ।
ଆଇରନ୍ ଅଭାବରୁ ଆରେଗ୍ୟ ହୋଇପାରିବ : ଯେଉଁମାନଙ୍କ ଶରୀରରେ ରକ୍ତହୀନତା ଥାଏ, ସେହିମାନେ ଚଣା ଖାଇବା ନିହାତି ଆବଶ୍ୟକ । ଚଣା ଖାଇବା ଦ୍ୱାରା ଆଇରନ୍ ଅଭାବ ଦୂର ହୋଇଥାଏ । ରକ୍ତହୀନତାର ଶିକାର ହୋଇଥିବା ଲୋକମାନେ ଚଣା ଖାଇବା ଅଭ୍ୟାସ କରନ୍ତୁ । ଏହା ସହ ଗର୍ଭବତୀ ମହିଳାମାନେ ମଧ୍ୟ ଚଣା ଖାଇପାରିବେ । ଏହା ହିମୋଗ୍ଲୋବିନ୍କୁ ଉନ୍ନତ କରିଥାଏ ।
ଯଦି ଆପଣ ସୁସ୍ଥ ରହିବା ପାଇଁ ଚାହୁଁଛନ୍ତି, ତେବେ ପେତ୍ୟେକ ଦିନ ଚଣା ଖାଇବା ଅଭ୍ୟାସ୍ କରନ୍ତୁ । ଦେଖିବେ ଅନେକ ସମସ୍ୟା ଦୂର ହେବା ସହ ଆପଣ ଫିଟ୍ ମଧ୍ୟ ରହିପାରିବେ ।
ପିଜୁଳି ରସ ମୁହଁରେ ଆଣିଥାଏ ପ୍ରାକୃତିକ ଚମକ, ଶୀତଦିନେ ପ୍ରତିଦିନ ପିଇବା ଦ୍ୱାରା ମିଳିବ ଫାଇଦା