Black Cumin: କଳା ଜିରା ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ସାହାଯ୍ୟ କରେ ।
ଏହା ଥକ୍କା ଏବଂ ଦୁର୍ବଳତାକୁ ଦୂର କରିଥାଏ, ଶରୀରରେ ଶକ୍ତି ଯୋଗାଇଥାଏ । ଏହାର ଆଣ୍ଟିମାଇକ୍ରୋବାୟଲ୍ ଗୁଣ ଯୋଗୁଁ ପେଟ ସମ୍ବନ୍ଧୀୟ ଅନେକ ସମସ୍ୟାରେ କଳା ଜିରା ଉପକାରୀ ଅଟେ।
ଦାନ୍ତବିନ୍ଧା ଓ ମୁଣ୍ତବିନ୍ଧା
ଅନେକ ସମୟରେ ମାଇଗ୍ରେନ ହେଉବା ଶୋଇବାରେ ଅନିୟମିତତା କାରଣରୁ ଆମର ମୁଣ୍ଡବିନ୍ଧା ହୋଇଥାଏ । ଯଦି ଆପଣ ଏହି ଅସୁବିଧାର ସାମ୍ନା ପ୍ରତ୍ୟେକ ଦିନ କରୁଛନ୍ତି ତେବେ କଳାଜୀରା ଓ ତେଲକୁ ମିଶ୍ରଣ କରି ମୁଣ୍ତରେ ମାଲିସ କରନ୍ତୁ । ଯାହା ଆପଣଙ୍କୁ ତୁରନ୍ତ ଆରାମ ଦେବ । ଯଦି ଦାନ୍ତ ବିନ୍ଧା ହେବ କିଛି କଳା ଜୀରା ତେଲକୁ ଗରମ ପାଣିରେ ପକାନ୍ତୁ ଯନ୍ତ୍ରଣା ଦୂରେଇ ଯିବ।
ପେଟ ଯନ୍ତ୍ରଣା
ପେଟ ଯନ୍ତ୍ରଣା ହେଉଥିଲେ କଳା ଜୀରା ଏଥିରୁ ମୁକ୍ତି ଦେବ । ଯେପରି ଡାଇରିଆ, ଏସିଡିଟି, ପେଟ ଯନ୍ତ୍ରଣା, କୃମି ଇତ୍ୟାଦି। କୋଷ୍ଠକାଠିନ୍ୟ ସମୟରେ କିଛି କଳା ଜୀରା ଖାଇଦିଅନ୍ତୁ ମୁକ୍ତି ମିଳିବ।
ବ୍ରଣଦାଗ
ମୁହଁରେ ବ୍ରଣଦାଗ ଓ ଖଣ୍ଡିଆ ହୋଇଥିଲେ କଳାଜୀରାକୁ ଗୁଣ୍ଡକରି ମୁହଁରେ ଏହାର ପେଷ୍ଟ ଲଗାନ୍ତୁ । ଏହାର କିଛି ସମୟପରେ ଯନ୍ତ୍ରଣାରୁ ମୁକ୍ତି ମିଳିବ ।
ରୋଗପ୍ରତିରୋଧକ ଶକ୍ତି
କଳାଜୀରା ଖାଇବା ଦ୍ବାର ରୋଗପ୍ରତିରୋଧର ଶକ୍ତି ବଢିଥାଏ। ଏହା ଶରୀରରେ ଇମ୍ୟୁନୋ ବୋନ ମେମୋରି ଓ ରେଜିଷ୍ଟାଣ୍ଟ ସେଲକୁ ଶକ୍ତି ଯୋଗାଏ । ଏହା ଶରୀରକୁ ଦୁର୍ବଳ ହେବାକୁ ଦିଏନି ।
ପତଳା କରିବା
କଳାଜୀରା ମୋଟାପଣ ଦୂର କରିଥାଏ । ଏହାକୁ ଖାଇବା ଦ୍ବାରା ଶରୀରକୁ ଶକ୍ତି ମିଳିଥାଏ ।
ରୋଗ ଦୂର କରିଥାଏ
ଅନେକ ଦିନ ଧରି ଥଣ୍ଡା,କାଶ ଓ ଆସ୍ତମା ଲାଗିରହିଥିଲେ କଳାଜୀରା ଖାଆନ୍ତୁ । ଏହାଛଡା ସ୍ବାଇନ ଫ୍ଲୁ ହୋଇଥିଲେ କଳା ଜୀରା ଖାଆନ୍ତୁ ଆରାମ ପାଆନ୍ତୁ ।
ALSO READ: https://purvapaksa.com/benifits-of-ajwain/