ଏହି ବର୍ଷ ମହାଶିବରାତ୍ରୀ ପରଦିନ ଫେବୃଆରୀ ୧୬ ତାରିଖରେ ଉପବାସ ଭଙ୍ଗ କରାଯିବ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମହାଶିବରାତ୍ରି ବିଶେଷ ମହତ୍ତ୍ୱ ଧାରଣ କରିଛି। କାରଣ ଫେବୃଆରୀ ୧୬ରେ ଚନ୍ଦ୍ର ମକର ରାଶିରେ ପ୍ରବେଶ କରିବେ, ଯେଉଁଠାରେ ମଙ୍ଗଳ ପୂର୍ବରୁ ବିରାଜମାନ ଅଛନ୍ତି। ପ୍ରାୟ ୧୮ ମାସ ପରେ ମକରରେ ମଙ୍ଗଳଙ୍କ ଉପସ୍ଥିତି ଏବଂ ଚନ୍ଦ୍ରଙ୍କ ସଂଯୋଗ ଏକ ଶୁଭ ସଂଯୋଗ ତିଆରି କରୁଛି, ଯାହାକୁ ଜ୍ୟୋତିଷୀମାନେ “ମହାଲକ୍ଷ୍ମୀ ରାଜଯୋଗ” ଭାବେ ବର୍ଣ୍ଣନା କରୁଛନ୍ତି। ଏହି ରାଜଯୋଗ ଧନ, ପ୍ରଗତି ଓ ସମୃଦ୍ଧି ସହିତ ସମ୍ପୃକ୍ତ ବୋଲି ବିଶ୍ୱାସ କରାଯାଏ। ଜ୍ୟୋତିଷ ମତାନୁସାରେ, ଏହି ବିଶେଷ ସଂଯୋଗ କିଛି ରାଶିର ଜୀବନରେ ନୂତନ ସୁଯୋଗ ଏବଂ ସଫଳତାର ଦ୍ୱାର ଖୋଲିପାରେ। ବିଶେଷତଃ ମେଷ, ବୃଷ ଏବଂ ମକର ରାଶିରେ ଏହାର ସକାରାତ୍ମକ ପ୍ରଭାବ ଦେଖିବାକୁ ମିଳିପାରେ।
![]()
ମେଷ ରାଶି ପାଇଁ ଉନ୍ନତିର ସଙ୍କେତ
ମେଷ ରାଶିର ଜନ୍ମଜାତକମାନଙ୍କ ପାଇଁ ଏହି ରାଜଯୋଗ କର୍ମକ୍ଷେତ୍ରରେ ଉଲ୍ଲେଖନୀୟ ପରିବର୍ତ୍ତନ ଆଣିପାରେ। ବେକାର ଯୁବକ-ଯୁବତୀମାନେ ନୂଆ ଚାକିରିର ସୁଯୋଗ ପାଇପାରନ୍ତି। ଯେଉଁମାନେ ଚାକିରିରେ ଅଛନ୍ତି ସେମାନେ ପଦୋନ୍ନତି କିମ୍ବା ନୂଆ ଦାୟିତ୍ୱ ପାଇପାରନ୍ତି। ବ୍ୟବସାୟୀମାନଙ୍କ ପାଇଁ ନୂଆ ପ୍ରକଳ୍ପ ଆରମ୍ଭ କରିବାର ସମୟ ଶୁଭ ରହିବ। ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହିତ ସମ୍ପର୍କ ବୃଦ୍ଧି ହେବାର ଆଶା ରହିଛି, ଯାହା ଆଗାମୀ ଦିନରେ ଲାଭଦାୟକ ସାବିତ ହେବ। ପୈତୃକ ସମ୍ପତ୍ତି କିମ୍ବା ପରିବାରିକ ମାମଲାରେ ମଧ୍ୟ ସୁଖଦ ସମ୍ବାଦ ମିଳିପାରେ। ବିଶେଷକରି ପିତାଙ୍କ ସହିତ ସମ୍ପର୍କ ଅଧିକ ମଧୁର ହେବ।
ବୃଷ ରାଶିର ଭାଗ୍ୟରେ ପରିବର୍ତ୍ତନ
ବୃଷ ରାଶି ପାଇଁ ଏହି ସମୟ ଭାଗ୍ୟ ପରିବର୍ତ୍ତନର ସୂଚନା ଦେଉଛି । କ୍ୟାରିୟରରେ ସକାରାତ୍ମକ ପରିବର୍ତ୍ତନ ସମ୍ଭବ। ଚାକିରି ଜୀବୀମାନେ ଉପରିସ୍ଥ ଅଧିକାରୀଙ୍କ ସମର୍ଥନ ପାଇପାରନ୍ତି, ଯାହା ପଦୋନ୍ନତି କିମ୍ବା ଦରମା ବୃଦ୍ଧିରେ ସାହାଯ୍ୟ କରିବ। ଛାତ୍ରମାନଙ୍କ ପାଇଁ ଏହି ସମୟ ଅନୁକୂଳ ରହିବ; ପରୀକ୍ଷା କିମ୍ବା ପ୍ରତିଯୋଗୀତାରେ ସଫଳତା ମିଳିପାରେ। ଧାର୍ମିକ କାର୍ଯ୍ୟକଳାପ କିମ୍ବା ତୀର୍ଥ ଯାତ୍ରାର ସୁଯୋଗ ମଧ୍ୟ ଆସିପାରେ। ଦୀର୍ଘଦିନ ଧରି ଅପୂର୍ଣ୍ଣ ଇଚ୍ଛାଗୁଡ଼ିକ ପୂରଣ ହେବାର ସମ୍ଭାବନା ରହିଛି।
ମକର ରାଶି ପାଇଁ ସର୍ବାଧିକ ପ୍ରଭାବ
ମକର ରାଶିରେ ଏହି ରାଜଯୋଗ ଗଠିତ ହେଉଥିବାରୁ ଏହାର ପ୍ରଭାବ ସର୍ବାଧିକ ଦେଖିବାକୁ ମିଳିପାରେ । ଏହି ସମୟରେ ଆତ୍ମବିଶ୍ୱାସ ବୃଦ୍ଧି ପାଇବ ଏବଂ ବ୍ୟକ୍ତିତ୍ୱରେ ନୂତନ ଆକର୍ଷଣ ଦେଖାଯିବ । କ୍ୟାରିୟରରେ ଆଗକୁ ବଢ଼ିବାକୁ ଇଚ୍ଛୁକ ଲୋକମାନେ ନୂଆ ସୁଯୋଗ ଲାଭ କରିପାରନ୍ତି । ସହଭାଗୀତା ଭିତ୍ତିକ ବ୍ୟବସାୟ କିମ୍ବା ନୂଆ ଚୁକ୍ତିରେ ଲାଭ ମିଳିପାରେ । ବୈବାହିକ ଜୀବନରେ ସମନ୍ୱୟ ବୃଦ୍ଧି ହେବ। ଅବିବାହିତମାନଙ୍କ ପାଇଁ ବିବାହ ଆଲୋଚନା ଆଗକୁ ବଢ଼ିପାରେ । ନିଜ ବୁଦ୍ଧି ଓ କଠିନ ପରିଶ୍ରମ ଦ୍ୱାରା ମହତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ସଫଳତା ଲାଭ କରିପାରିବେ। ସମଗ୍ର ଭାବେ, ଏହି ବର୍ଷର ମହାଶିବରାତ୍ରି କେବଳ ଧାର୍ମିକ ଦୃଷ୍ଟିକୋଣରୁ ନୁହେଁ, ଜ୍ୟୋତିଷ ଦୃଷ୍ଟିରୁ ମଧ୍ୟ ବିଶେଷ ମନେ କରାଯାଉଛି। ଚନ୍ଦ୍ର ଓ ମଙ୍ଗଳଙ୍କ ସଂଯୋଗ ଗଠିତ ମହାଲକ୍ଷ୍ମୀ ରାଜଯୋଗ କିଛି ରାଶି ପାଇଁ ସମୃଦ୍ଧି ଓ ପ୍ରଗତିର ନୂତନ ଅଧ୍ୟାୟ ଆଣିପାରେ।
Tamil Nadu Election: ତାମିଲନାଡୁ ନିର୍ବାଚନ ପୂର୍ବରୁ, ଡିଏମକେ-କଂଗ୍ରେସ ମେଣ୍ଟରେ ବିବାଦ


