Gulab Jamun: ବଜାରରେ ବିକ୍ରି ହେଉଥିବା ଅନେକ ମିଠା ମଧ୍ୟରୁ ଗୁଲାବ ଜାମୁନର ବେଶ ଅନ୍ୟତମ ।
ଗରମ ଗରମ ସିରାରୁ ବାହାରିଥିବା ନରମ ଗୁଲାବ ଜାମୁନର ସ୍ଥାନ ବେଶ୍ ସ୍ୱତନ୍ତ୍ର। ଛୋଟ ପିଲାଠୁ ବୁଢା ପର୍ଯ୍ୟନ୍ତ, ସମସ୍ତଙ୍କର ଭାରି ପସନ୍ଦର ମିଠା । ତେବେ ଆପଣ ବି ନିଜ ଘରେ ଏମିତି ସୁସ୍ୱାଦୁ ଗୁଲାବ ଜାମୁନ ବନାଇ ପାରିବେ ଅତି ସହଜରେ । ଅନେକ ଥର ଲୋକମାନେ ଅଭିଯୋଗ କରନ୍ତି ଯେ ଘରେ ବଜାରରେ ବିକ୍ରି ହେଉଥିବା ଗୁଲାବ ଜାମୁନ ତିଆରି ହୋଇପାରେ ନାହିଁ । ସେଥିପାଇଁ ଆଜି, ଗୁଲାବ ଜାମୁନ ରସିପି ସହିତ, ଆମେ ଆପଣଙ୍କୁ କିଛି କୌଶଳ ମଧ୍ୟ କହୁଛୁ, ଯାହା ଆପଣଙ୍କ ଗୁଲାବ ଜାମୁନ ବହୁତ ନରମ ଏବଂ ସ୍ୱାଦିଷ୍ଟ ବନେଇବ।
ଆବଶ୍ୟକ ସାମଗ୍ରୀ:
କ୍ଷୀର
ଖୁଆ
ମଇଦା
ସୁଜି
ଚିନି
ଗୁଜୁରାତି
ଛାଣିବା ପାଇଁ ତେଲ କିମ୍ବା ଘିଅ
ପ୍ରସ୍ତୁତି ପ୍ରଣାଳୀ:
ଗୁଲାବ ଜାମୁନ ବନାଇବା ପାଇଁ ପ୍ରଥମେ ସିରା ପ୍ରସ୍ତୁତ କରିବା ଦରକାର । ଏଥିପାଇଁ କଡେଇରେ ଚିନି ଢାଳି ଏଥିରେ ୨ କପ୍ ପାଣି ମିଶାଇ ମେଲ୍ଟ ହେବା ପର୍ଯ୍ୟନ୍ତ ଗୋଳାନ୍ତୁ । ଏହାପରେ ଗ୍ୟାସ୍ର ଫ୍ଲେମ ୨-୩ ମିନିଟ୍ ପାଇଁ କମ୍ କରି ସେଥିରେ ଚିମୁଟାଏ ଗୁଜୁରାତି ପାଉଡର ପକାନ୍ତୁ । ଏଥିରେ ହାଲ୍କା ଲେମ୍ବୁ ରସ୍ ମଧ୍ୟ ମିଶାଇପାରିବେ । ସିରାକୁ ପତଳା କରିବା ପାଇଁ ଅଳ୍ପ ପାଣି ମିଶାଇପାରିବେ ।
ଖୁଆ ଓ ଛେନାରୁ ଗୁଲାବ ଜାମୁନ ପ୍ରସ୍ତୁତ ହୋଇଥାଏ । ଆପଣ ଘରେ ଛେନା ଛିଡାଇ ପାରିବେ । ଏଥିପାଇଁ କିଛି ସମୟ କ୍ଷୀର ଫୁଟାଇ ଏଥିରେ ଲେମ୍ବୁ ରସ ମିଶାନ୍ତୁ । ଛେନା ଛିଡାଗଲା ପରେ ଏକ ପାତ୍ର ଉପରେ ସଫା ସୂତା କପଡା ରଖି ଛେନାକୁ ଛାଣନ୍ତୁ। ଛାଣିବା ସମୟରେ ଟିକିଏ ପାଣି ମିଶାନ୍ତୁ ।
ଏବେ କପଡାରେ ଛେନାକୁ ଭଲ ଭାବେ ଚୁପୁଡି କିଛି ସମୟ ହାତରେ ଚକଟି ଦିଅନ୍ତୁ । ସେହିପରି ଖୁଆ ନେଇ କିଛି ସମୟ ହାତରେ ଚକଟନ୍ତୁ । ଏବେ ଛେନା ସହ ଖୁଆ ଓ ଅଳ୍ପ ମଇଦା, ସୁଜା ମିଶାନ୍ତୁ । ଯେତିକି ଖୁଆ ନେଇଛନ୍ତି ତା’ଠୁ ଅଧା ମଇଦା ନେବେ । ଏଥିରେ ଅଳ୍ପ ଗୁଜୁରାତି ପାଉଡର ମିଶାନ୍ତୁ । ବର୍ତ୍ତମାନ ହାତରେ ଛୋଟ ଛୋଟ ଗୁଳା କରନ୍ତୁ ।
ଏବେ ଏକ କଡେଇରେ ତେଲ କିମ୍ବା ଘିଅ ଗରମ କରନ୍ତୁ । ଗୁଲାବ ଜାମୁନ ଛାଣିବା ପୂର୍ବରୁ ଜାଲିରେ ତେଲକୁ ଟିକେ ଏପଟ ସେପଟ କରନ୍ତୁ । ଏହାପରେ ତେଲରେ ଗୁଲାବ ଜାମୁନ ଗୁଳା ପକାଇ ଛାଣନ୍ତୁ । ଟିକେ ଅଧିକ ଆଞ୍ଚରେ ଛାଣନ୍ତୁ । ଗୁଲାବ ଜାମୁନ ଗୋଲ୍ଡେନ ବ୍ରାଉନ ରଙ୍ଗର ହୋଇଗଲା ପରେ ତେଲରୁ ବାହାର କରି ସିରାରେ ମିଶାନ୍ତୁ । ଧ୍ୟାନ ରଖିବେ ଯେମିତି ଗୁଲାବ ଜାମୁନ ପକାଇବା ବେଳେ ସିରା ଅଧିକ ଗରମ କିମ୍ବା ଅଧିକ ଥଣ୍ଡା ହୋଇନଥାଏ । ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ଟେଷ୍ଟି ଗୁଲାବ ଜାମୁନ ।
ALSO READ: https://purvapaksa.com/benefits-of-fasting/