୧.୯୬ ନିୟୁତ ଡଲାରରେ ବିକ୍ରି ହେଲା ଘଣ୍ଟା
୧୯୧୨ମସିହାର ଲୋମହର୍ଷକ ଘଟଣା ଥିଲା ଟାଇଟନିକ୍ ଜାହଜ ବୁଡ଼ି ଘଟଣା। ଏକ ବରଫ ଖଣ୍ଡରେ ଧକ୍କା ଖାଇ ଟାଇଟନିକ୍ ଜାହାଜର ଇଞ୍ଜିନ ଅଚଳ ହୋଇଯାଇଥିଲା। ସେ ସମୟର ସବୁଠୁ ବିଳାସପୂର୍ଣ୍ଣ ଜାହାଜ ଥିଲା ଟାଇଟନିକ୍। ଉକ୍ତ ଦୁର୍ଘଟଣାରେ ଜାହାଜ ଭାଙ୍ଗି ଦୁଇ ଫଳ ହୋଇଥିଲା ଓ ୧୫୦୦ରୁ ଉର୍ଦ୍ଧ୍ୱ ଯାତ୍ରୀ ପ୍ରାଣ ହରାଇଥିଲେ। ୧୧୨ ବର୍ଷ ତଳର ଏହି ଘଟଣା ହୁଏତ ବିଶ୍ୱବାସୀଙ୍କ ପାଇଁ ଅଛପା ନୁହେଁ। କାରଣ ଟାଇଟନିକ୍ ଉପେର ସିନେମା ନିର୍ମାଣ ହୋଇଛି ଓ ଏହି ସିନେମା ୧୧ଟି ଓସ୍କାର ଜିତିବାର ରେକର୍ଡ ରହିଛି।
କିନ୍ତୁ ପାଠକ ଏହା ଜାଣି ନଥିବେ ଯେ, ଟାଇଟନିକ୍ର ୭୦୫ ଜଣ ଯାତ୍ରୀଙ୍କୁ ଜୀବିତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଉକ୍ତ ଯାତ୍ରୀମାନଙ୍କୁ ଉଦ୍ଧାର କରିଥିବା ଏକ ବାଷ୍ପଚାଳିତ ଡଙ୍ଗାର କ୍ୟାପଟେନ୍ଙ୍କୁ ସେସମୟରେ ସମ୍ମାନ ସରୂପ ଏକ ସୁନାର ପକେଟ ଘଣ୍ଟା ପ୍ରଦାନ କରାଯାଇଥିଲା। କ୍ୟାପଟେନଙ୍କ ନାମ ଆର୍ଥର ରଷ୍ଟ୍ରନ। ଏଇ କିଛି ଦିନ ତଳେ ରଷ୍ଟ୍ରନଙ୍କୁ ମିଳିଥିବା ୧୮ କ୍ୟାରେଟର ଉକ୍ତ ଘଣ୍ଟାର ନିଲାମ ଡ଼କା ଯାଇଥିଲା ଏବଂ ଏହି ସୁନା ପକେଟ୍ ଘଣ୍ଟା ରେକର୍ଡ ୧.୯୬ ନିୟୁତ ଡଲାର ମୂଲ୍ୟରେ ନିଲାମ ହୋଇଛି।
ଟାଇଟନିକ୍ ଦୁର୍ଘଟଣା ସମୟରେ ଆରଏମଏସ କାର୍ପାଥିଆ ନାମକ ଏକ ବାଷ୍ପଚାଳିତ ଜାହାଜ ନ୍ୟୁ ୟର୍କରୁ ୟୁରୋପ ଅଭିମୂଖେ ଯାତ୍ରା କରୁଥିଲା। ହଠାତ୍ ଜାହାଜର ସାଇରନ ବାଜିଥିଲା। ଟାଇଟନିକ୍ ଜାହାଜର ନାବିକମାନେ ଉଦ୍ଧାର ପାଇଁ ଉକ୍ତ ଜାହାଜକୁ ବେତାର ବାର୍ତ୍ତା ପଠାଇଥିଲେ। ବାର୍ତ୍ତା ଥିଲା ‘ଆମ ଜାହଜ ବରଫ ଖଣ୍ଡରେ ଧକ୍କା ହୋଇଛି। ଆମକୁ ଉଦ୍ଧାର କର’। ଆରଏମଏସ କାର୍ପାଥିଆର କ୍ୟାପେଟନ ସଙ୍ଗେ ସଙ୍ଗେ ପଥ ବଦଳାଇଥିଲେ ଓ ଟାଇଟନିକ ଅଭିମୂଖେ ଯାତ୍ରା କରିଥିଲେ। ସେଠାରେ ପହଞ୍ଚିବା ପରେ ତାଙ୍କ ଜାହଜ ୭୦୫ଜଣଙ୍କୁ ଉଦ୍ଧାର କରିଥିଲା।
ମେଡେଲିନ୍ ଆଷ୍ଟର ନାମକ ଜଣେ ମହିଳା କ୍ୟାପଟେନ ରଷ୍ଟ୍ରନଙ୍କୁ ଉକ୍ତ ଘଣ୍ଟା ଉପହାର ପ୍ରଦାନ କରିଥିଲେ। ମେଡେଲିନ ଆଷ୍ଟର ଥିଲେ ପ୍ରତିଷ୍ଠିତ ବ୍ୟବସାୟୀ ଜନ ଜାକବ ଆଷ୍ଟରଙ୍କ ପତ୍ନୀ।
ଟାଇଟାନିକ୍ ସ୍ମାରକୀ ପାଇଁ ସର୍ବାଧିକ ଟଙ୍କା ଦେବାର ରେକର୍ଡ ଚଳିତ ବର୍ଷ ଏପ୍ରିଲରେ ହୋଇଥିଲା, ଯେତେବେଳେ ଜନ୍ ଜାକବ ଆଷ୍ଟରଙ୍କ ଶରୀରରୁ ମିଳିଥିବା ଆଉ ଏକ ସୁନା ପକେଟ୍ ଘଣ୍ଟା ୧.୪୬ ନିୟୁତ ଡଲାରରେ ବିକ୍ରି ହୋଇଥିଲା। ବିପର୍ଯ୍ୟୟର ଏକ ସପ୍ତାହ ପରେ ମିଳିଥିବା ଆଷ୍ଟରଙ୍କ ମରଶରୀରରୁ ଜେଜେଏରେ ଚିହ୍ନିତ ଏହି ଘଡ଼ିକୁ ଉଦ୍ଧାର କରାଯାଇଥିଲା।
ଟାଇଟାନିକ୍ ବରଫ ପାଣିରେ ଖସିପଡ଼ିବା ସମୟରେ ଜଣେ କର୍ମଚାରୀ ବଜାଉଥିବା ଭାଓଲିନ୍ର ନିଲାମ ମୂଲ୍ୟ ଏକଦା ରେକର୍ଡ କରିଥିଲା। ଏହି ଭାଓଲିନଟି ୨୦୧୩ରେ ଅନୁଷ୍ଠିତ ନିଲାମ ବେଳେ ୧.୩୮ ନିୟୁତ ଡଲାରରେ ବିକ୍ରି ହୋଇଥିଲା।
previous article: https://purvapaksa.com/omato-price-to-top-500-reports-big-reveal/
