Gold Rate: ରେକର୍ଡ ଉପରେ ରେକର୍ଡ ଭାଙ୍ଗୁଛି ସୁନା ଦର । ଗ୍ରାହକମାନଙ୍କୁ ହତାଶ କରିଛି ଏହି ସୁନା ଦର । ଦିନକୁ ଦିନ ହୁ ହୁ ହୋଇ ବଢୁଛି ଦର । ୩ ଦିନରେ ମହଙ୍ଗା ହେଲାଣି ୫ ହଜାରରୁ ଅଧିକ ଟଙ୍କା । ତେବେ ଟ୍ରମ୍ପଙ୍କ ଟାରିଫ ନୀତି ପରେ ଦର କମି ୫୬ ହଜାର ହୋଇଯିବ ବୋଲି କୁହାଯାଉଥିଲା ।
ହେଲେ ବର୍ତ୍ତମାନ ସୁନା ଦ୍ୱାରାରେ ଆସିଛି ବଡ଼ ପରିବର୍ତ୍ତନ। ହଠାତ ଏପରି ଦର ବଢିବା ଚିନ୍ତା ବଢ଼ାଇଛି ସାଧାରଣ ଜନତାଙ୍କର ।
ବିବାହ ବ୍ରତ ଠାରୁ ଆରମ୍ଭ କରି ଅନେକ ପର୍ବ ପର୍ବାଣିରେ ସୁନା କିଣାଯାଏ । ହେଲେ ବର୍ତ୍ତମାନ ସୁନାର ଦର ଦେଖି ଡରି ଯାଇଛନ୍ତି ଗ୍ରାହକ ।
ଆଜି ବି ସୁନା ଦର ବୃଦ୍ଧି ପାଇଛି । ୯୫ ହଜାର ଟଙ୍କା ଡେଇଁଛି ସୁନା । ୧୦ ଗ୍ରାମ ପିଛା ୨୪ କ୍ୟାରେଟ୍ ସୁନା ଦର ୨,୦୨୦ ଟଙ୍କା ବୃଦ୍ଧି ପାଇ ୯୫ ହଜାର ୪୦୦ ଟଙ୍କାରେ ପହଞ୍ଚି ସର୍ବକାଳୀନ ରେକର୍ଡ କରିଛି । ୨୨ କ୍ୟାରେଟ୍ ସୁନା ମୂଲ୍ୟ ୧,୮୫୦ ଟଙ୍କା ବଢ଼ି ୮୭ ହଜାର ୪୫୦ ଟଙ୍କା ହୋଇଛି ।
ସେହିପରି ଗତକାଲି ଭୁବନେଶ୍ୱରରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୮୫ ହଜାର ୬୦୦ ଥିଲା । ୨୪ କ୍ୟାରେଟ୍ ସୁନା ୯୩,୩୮୦ ଟଙ୍କା ରହିଥିଲା । ହେଲେ ୩ ଦିନ ହେଲା ଲଗାତାର ଦାମ୍ ବଢିବା ସହ ଲକ୍ଷେ ମୁହାଁ ହୋଇଛି ଏହି ହଳଦିଆ ଧାତୁ ଦର । ୨୪ କ୍ୟାରେଟ୍ ସୁନା ୯୫ ହଜାର ଟଙ୍କା ଅତିକ୍ରମ କରିଛି । ସେହିପରି ରୁପା କିଲୋ ୧ ଲକ୍ଷ ୮ ହଜାର ଟଙ୍କା ରହିଛି।
ALSO READ: https://purvapaksa.com/odisha-celebrates-chhenapoda-dibasa/
ପ୍ରତି ଓଡ଼ିଆଙ୍କ ପ୍ରଥମ ପସନ୍ଦ ଛେନାପୋଡ଼ : ଜାଣନ୍ତୁ ଏହାର ଉତ୍ପତ୍ତି ଓ ମହତ୍ତ୍ୱ