ଗହଣା କିଣିବା ପୂର୍ବରୁ ସୁନା ଓ ରୁପାର ଆଜିର ଦର ଜାଣିବା ଗ୍ରାହକମାନଙ୍କ ପାଇଁ ଅତ୍ୟନ୍ତ ଜରୁରୀ । ବିବାହ ଋତୁ, ପର୍ବପର୍ବାଣୀ କିମ୍ବା ବିନିଯୋଗ ଦୃଷ୍ଟିରୁ ସୁନା କିଣିବାକୁ ଯୋଜନା କରୁଥିବା ଲୋକଙ୍କ ପାଇଁ ଆଜିର ସୁନା ଦର ଗୁରୁତ୍ୱପୂର୍ଣ୍ଣ ସୂଚନା ନେଇ ଆସିଛି ।

ଆଜି ଦେଶବ୍ୟାପୀ ବଜାରରେ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୧,୬୦,୫୩୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ୍ ସୁନାର ଦର ୧୦ ଗ୍ରାମ ପିଛା ୧,୪୭,୧୫୦ ଟଙ୍କାକୁ ଛୁଇଁଛି । ଏହି ଦର ଗତ କିଛି ଦିନ ତୁଳନାରେ ସ୍ଥିର ରହିଥିଲେ ମଧ୍ୟ ସାଧାରଣ ଗ୍ରାହକଙ୍କ ପାଇଁ ଏହା ଅପେକ୍ଷାକୃତ ଉଚ୍ଚ ବୋଲି କୁହାଯାଉଛି ।
ଓଡ଼ିଶାର ରାଜଧାନୀରେ ମଧ୍ୟ ସୁନା ଦର ଜାତୀୟ ସ୍ତର ସହ ସମାନ ରହିଛି । ଏଠାରେ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୧,୬୦,୫୩୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନା ୧,୪୭,୧୫୦ ଟଙ୍କାରେ ବିକ୍ରି ହେଉଛି । ରାଜଧାନୀରେ ବିବାହ ଓ ଉତ୍ସବ ଋତୁକୁ ଦୃଷ୍ଟିରେ ରଖି ସୁନା ବ୍ୟବସାୟରେ ଭଲ ଚଳଚଳାହଟ ଦେଖାଯାଉଛି ।
ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ମଧ୍ୟ ସୁନା ଦର ପ୍ରାୟ ସମାନ ରହିଛି । ଏଠାରେ ୨୪ କ୍ୟାରେଟ୍ ସୁନା ୧,୬୦,୫୩୦ ଟଙ୍କା ଓ ୨୨ କ୍ୟାରେଟ୍ ସୁନା ୧,୪୭,୧୫୦ ଟଙ୍କାରେ ଉପଲବ୍ଧ । ସେହିପରି ଦେଶର ରାଜଧାନୀ ନୂଆଦିଲ୍ଲୀରେ ସୁନା ଦର ଅଳ୍ପ ସେଉଁଠାରୁ ଅଧିକ ରହିଛି । ଦିଲ୍ଲୀରେ ୨୪ କ୍ୟାରେଟ୍ ସୁନା ୧,୬୦,୬୮୦ ଟଙ୍କା ଓ ୨୨ କ୍ୟାରେଟ୍ ସୁନା ୧,୪୭,୩୦୦ ଟଙ୍କାରେ ବିକ୍ରି ହେଉଛି ।

ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ମଧ୍ୟ ୨୪ କ୍ୟାରେଟ୍ ସୁନା ୧,୬୦,୫୩୦ ଟଙ୍କା ଓ ୨୨ କ୍ୟାରେଟ୍ ସୁନା ୧,୪୭,୧୫୦ ଟଙ୍କାରେ ମିଳୁଛି । ପୂର୍ବ ଭାରତର ବଡ଼ ସହର କୋଲକାତାରେ ମଧ୍ୟ ଏହି ଦର ସମାନ ରହିଛି ।
ଅନ୍ୟପଟେ, ରୁପା ଦର ମଧ୍ୟ ଉଚ୍ଚ ସ୍ତରରେ ରହିଛି । ଆଜି ଭାରତୀୟ ବଜାରରେ ରୁପାର ମୂଲ୍ୟ କିଲୋଗ୍ରାମ ପିଛା ୩,୨୦,୦୦୦ ଟଙ୍କାକୁ ପହଞ୍ଚିଛି । ବିନିଯୋଗକାରୀମାନେ ସୁନା ସହ ରୁପା ଉପରେ ମଧ୍ୟ ନଜର ରଖିଛନ୍ତି ।
କେମିତି ଜାଣିବେ ସୁନାର ଶୁଦ୍ଧତା?
ଗହଣା କିଣିବା ବେଳେ ସୁନାର ଶୁଦ୍ଧତା ଯାଞ୍ଚ କରିବା ଅତ୍ୟନ୍ତ ଆବଶ୍ୟକ । ଗ୍ରାହକମାନେ ‘BIS Care App’ ବ୍ୟବହାର କରି ସୁନାର ହଲମାର୍କ, ଲାଇସେନ୍ସ ନମ୍ବର କିମ୍ବା ପଞ୍ଜୀକରଣ ସଂଖ୍ୟା ଯାଞ୍ଚ କରିପାରିବେ । ଯଦି କୌଣସି ତଥ୍ୟ ଭୁଲ ମିଳେ, ତେବେ ସିଧାସଳଖ ସରକାରଙ୍କ ନିକଟରେ ଅଭିଯୋଗ କରିହେବ । ଅଭିଯୋଗ ପରେ ଏହା ଉପରେ ନିଆଯାଇଥିବା ପଦକ୍ଷେପ ସମ୍ବନ୍ଧରେ ମଧ୍ୟ ସୂଚନା ପାଇପାରିବେ ।
ALSO READ https://purvapaksa.com/indiausrelations/


