ଲଗାତାର ଭାବେ ରକେଟ ବେଗରେ ବଢ଼ି ଗ୍ରାହକଙ୍କୁ ଆତଙ୍କିତ କରୁଥିବା ସୁନା ଓ ରୁପା ଦରରେ ଆଜି ସାମାନ୍ୟ ବ୍ରେକ୍ ଲାଗିଛି। ସର୍ବକାଳୀନ ରେକର୍ଡ ଭାଙ୍ଗିବା ପରେ ସୁନା ଓ ରୁପା ମୂଲ୍ୟରେ ଏକାସାଥିରେ ହ୍ରାସ ଦେଖାଦେଇଛି। ବଜାର ସୂଚନା ଅନୁଯାୟୀ, ସୁନା ଓ ରୁପା ଉପରେ ପ୍ରାୟ ୬ ପ୍ରତିଶତ ଦର କମିଛି, ଯାହା ଗ୍ରାହକଙ୍କ ପାଇଁ କିଛି ପରିମାଣରେ ଆଶ୍ୱାସନ ଆଣିଛି ।

ଆଜି ସୁନା ଦର ୧୦ ଗ୍ରାମ ପିଛା ପ୍ରାୟ ୧୦ ହଜାର ୫୦୦ ଟଙ୍କା କମି ଯାଇଛି । ଏହା ସହିତ ସୁନାର ନୂଆ ଦର ୧ ଲକ୍ଷ ୫୬ ହଜାର ଟଙ୍କା ରହିଛି । ସେହିପରି ରୁପା ଦରରେ ମଧ୍ୟ ବଡ଼ ହ୍ରାସ ଦେଖାଯାଇଛି । ରୁପା ମୂଲ୍ୟ ପ୍ରାୟ ୨୩ ହଜାର ଟଙ୍କା କମିଛି ବୋଲି ବଜାର ରିପୋର୍ଟ କହୁଛି।
ଉଲ୍ଲେଖଯୋଗ୍ୟ ଯେ, ଗତକାଲି ମାତ୍ର ଗୋଟିଏ ଦିନ ମଧ୍ୟରେ ସୁନା ଦର ପ୍ରାୟ ୧୧ ହଜାର ଟଙ୍କା ଏବଂ ରୁପା ଦର ୨୫ ହଜାର ଟଙ୍କା ବଢ଼ିଥିଲା। ଏଭଳି ହଠାତ୍ ଦର ବୃଦ୍ଧି ଦ୍ୱାରା ବଜାରରେ ଗ୍ରାହକମାନେ ଛାନିଆ ହୋଇପଡ଼ିଥିଲେ ଏବଂ ଗହଣା କ୍ରୟ ଉପରେ ବ୍ରେକ୍ ଲାଗିଥିଲା।
ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନାର ମୂଲ୍ୟ ୧,୭୦,୬୨୦ ଟଙ୍କା ରହିଛି। ସେହିପରି ୨୨ କ୍ୟାରେଟ ସୁନା ଦର ୧,୫୬,୪୦୦ ଟଙ୍କା ଛୁଇଁଛି। ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ସୁନା ଦର ଏହି ସ୍ତରରେ ରହିଛି। ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ୧,୭୦,୬୨୦ ଟଙ୍କା ଓ ୨୨ କ୍ୟାରେଟ ସୁନା ୧,୫୬,୪୦୦ ଟଙ୍କା ରହିଛି।

ସେହିପରି ଦେଶର ବ୍ୟବସାୟିକ ରାଜଧାନୀ ମୁମ୍ବାଇରେ ମଧ୍ୟ ୨୪ କ୍ୟାରେଟ ସୁନା ୧,୭୦,୬୨୦ ଟଙ୍କା ଏବଂ ୨୨ କ୍ୟାରେଟ ସୁନା ୧,୫୬,୪୦୦ ଟଙ୍କା ରହିଛି। ନୂଆଦିଲ୍ଲୀରେ ସୁନା ଦର କିଛିଟା କମ୍ ରହିଛି। ସେଠାରେ ୨୪ କ୍ୟାରେଟ ସୁନା ୧,୬୫,୩୦୦ ଟଙ୍କା ଓ ୨୨ କ୍ୟାରେଟ ସୁନା ୧,୫୧,୫୫୦ ଟଙ୍କା ରହିଛି।
ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୪ କ୍ୟାରେଟ ସୁନା ମୂଲ୍ୟ ୧,୬୭,୩୪୦ ଟଙ୍କା ଥିବା ବେଳେ ୨୨ କ୍ୟାରେଟ ସୁନା ୧,୫୩,୩୦୦ ଟଙ୍କା ରହିଛି। ପୂର୍ବ ଭାରତର ବଡ଼ ସହର କୋଲକାତାରେ ମଧ୍ୟ ସୁନା ଦର ଭୁବନେଶ୍ୱରରେ ସହ ସମାନ ରହିଛି।
ଅନ୍ୟପଟେ ରୁପା ମୂଲ୍ୟରେ ବଡ଼ ହ୍ରାସ ପରେ ଆଜି ରୁପା ଦର ପ୍ରାୟ ୨୩ ହଜାର ଟଙ୍କା କମି ଯାଇଛି। ବିଶେଷଜ୍ଞମାନଙ୍କ ମତ ଅନୁଯାୟୀ, ଆନ୍ତର୍ଜାତୀୟ ବଜାରର ସଙ୍କେତ, ଡଲାର ମୂଲ୍ୟର ଉତାର-ଚଢ଼ାଉ ଏବଂ ଲାଭ ତୋଳା ପ୍ରବୃତ୍ତି ଯୋଗୁଁ ଦରରେ ଏହି ସାମାନ୍ୟ ବ୍ରେକ୍ ଦେଖାଦେଇଛି। ଆସନ୍ତା କିଛି ଦିନରେ ଦରର ଗତି ଉପରେ ସମସ୍ତଙ୍କ ନଜର ରହିଛି।
also read https://purvapaksa.com/major-attack-on-air-force-base-at-night/
https://purvapaksa.com/major-attack-on-air-force-base-at-night/


