ସୁନା ଦର ଲଗାତାର ବୃଦ୍ଧି ପାଇ ନୂଆ ରେକର୍ଡ ସୃଷ୍ଟି କରୁଛି। ଗତ କିଛି ଦିନ ମଧ୍ୟରେ ସୁନା ଦର ଗ୍ରାମ ପିଛା ୧୫ ହଜାର ଟଙ୍କା ପାର୍ କରିଯାଇଛି। ଯଦି ଆପଣ ଆଜି ସୁନା ଗହଣା କିଣିବାକୁ ଯୋଜନା କରୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
![]()
ଗତକାଲି ଅପେକ୍ଷା ଆଜି ସୁନା ଦରରେ ଗ୍ରାମ ପିଛା ପ୍ରାୟ ୫୪୦ ଟଙ୍କାର ବୃଦ୍ଧି ଦେଖିବାକୁ ମିଳିଛି। ଏହି ବୃଦ୍ଧି ପରେ ବଜାରରେ ଗହଣା କ୍ରୟକର୍ତ୍ତାମାନେ ଚିନ୍ତାରେ ପଡ଼ିଛନ୍ତି। ବିବାହ ଋତୁ ଓ ଆସନ୍ତା ପର୍ବପର୍ବାଣୀ ଦୃଷ୍ଟିରେ ରଖି ଲୋକେ ଗହଣା କିଣିବାକୁ ଯୋଜନା କରୁଥିବା ବେଳେ, ଏପରି ଦରବୃଦ୍ଧି ଚାପ ବଢ଼ାଇଛି।
ସର୍ବଭାରତୀୟ ବଜାରରେ ଆଜି ସୁନା ଦର
ଆଜି ସର୍ବଭାରତୀୟ ବଜାରରେ ୨୨ କ୍ୟାରେଟ ସୁନାର ମୂଲ୍ୟ ୧ ଗ୍ରାମ ପିଛା ₹୧୪,୬୪୦ ରହିଛି। ସେହିପରି ୨୪ କ୍ୟାରେଟ ସୁନାର ମୂଲ୍ୟ ୧ ଗ୍ରାମ ପିଛା ₹୧୫,୯୭୧ ରହିଥିବା ବେଳେ ୧୮ କ୍ୟାରେଟ ସୁନାର ଦର ₹୧୧,୯୭୮ ପ୍ରତି ଗ୍ରାମ ରହିଛି।

ଓଡ଼ିଶା ସହ ବଡ଼ ସହରଗୁଡ଼ିକରେ ସୁନା ଦର
ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ୧ ଗ୍ରାମ ପିଛା ₹୧୪,୬୪୦ ରହିଛି । ସେହିପରି ୨୪ କ୍ୟାରେଟ ସୁନାର ମୂଲ୍ୟ ₹୧୫,୯୭୧ ଓ ୧୮ କ୍ୟାରେଟ ସୁନାର ଦର ₹୧୧,୯୭୮ ପ୍ରତି ଗ୍ରାମ ରହିଛି। ଦିଲ୍ଲୀରେ ୨୨ କ୍ୟାରେଟ ସୁନା ₹୧୪,୬୫୫, ୨୪ କ୍ୟାରେଟ ₹୧୫,୯୮୬ ଓ ୧୮ କ୍ୟାରେଟ ₹୧୧,୯୯୩ ପ୍ରତି ଗ୍ରାମ ରହିଛି।

କୋଲକାତା ଓ ମୁମ୍ବାଇରେ ୨୨ କ୍ୟାରେଟ ସୁନା ₹୧୪,୬୪୦, ୨୪ କ୍ୟାରେଟ ₹୧୫,୯୭୧ ଓ ୧୮ କ୍ୟାରେଟ ₹୧୧,୯୭୮ ପ୍ରତି ଗ୍ରାମ ଦରରେ ବିକ୍ରି ହେଉଛି।
ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ସୁନା ₹୧୪,୬୫୦, ୨୪ କ୍ୟାରେଟ ₹୧୫,୯୮୨ ଓ ୧୮ କ୍ୟାରେଟ ସୁନା ₹୧୨,୨୨୦ ପ୍ରତି ଗ୍ରାମ ରହିଛି।
ରୂପା ଦରରେ ମଧ୍ୟ ବୃଦ୍ଧି
ସୁନା ସହିତ ରୂପା ଦରରେ ମଧ୍ୟ ଆଜି ବୃଦ୍ଧି ଦେଖିବାକୁ ମିଳିଛି। ଜାନୁଆରୀ ୨୨ ତାରିଖ ସକାଳେ ରୂପାର ଦର କିଲୋଗ୍ରାମ ପିଛା ₹୩୩୦,୧୦୦ରେ ପହଞ୍ଚିଛି। ବିଦେଶୀ ବଜାରରେ ରୂପାର ସ୍ପଟ୍ ମୂଲ୍ୟ ଆଉନ୍ସ ପିଛା $୯୪.୯୧ କୁ ବୃଦ୍ଧି ପାଇଛି। ବିଶେଷଜ୍ଞଙ୍କ ମତରେ ଘରୋଇ ଚାହିଦା, ବିଶ୍ୱ ବଜାରର ଅସ୍ଥିରତା, ଡଲାର ମୂଲ୍ୟ ଓ ଭୌଗୋଳିକ ତଣାଉ ହେଉଛି ସୁନା ଓ ରୂପା ଦର ବୃଦ୍ଧିର ପ୍ରମୁଖ କାରଣ। ତେଣୁ ଗହଣା କିଣିବା ପୂର୍ବରୁ ଦର ତୁଳନା କରି ଏବଂ ହଲମାର୍କ ଯାଞ୍ଚ କରି କ୍ରୟ କରିବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଉଛନ୍ତି।
also read https://purvapaksa.com/us-india-trade-deal/
US-India Trade Deal ।। ଆମେରିକା ମଧ୍ୟରେ ବାଣିଜ୍ୟ ଚୁକ୍ତିକୁ କ’ଣ ଅଟକାଇ ଦେଇଛି ?


