ଯଦି ଆପଣ ଗହଣା କିଣିବାକୁ ଯୋଜନା କରୁଛନ୍ତି କିମ୍ବା ଆଜି ସୁନା କିଣିବାକୁ ଚିନ୍ତା କରୁଛନ୍ତି, ତେବେ କିଣିବା ପୂର୍ବରୁ ଆଜିର ସୁନା ଦର ଜାଣିନେବା ଅତ୍ୟନ୍ତ ଆବଶ୍ୟକ। ଦେଶର ବିଭିନ୍ନ ସହରରେ ସୁନା ମୂଲ୍ୟରେ ପରିବର୍ତ୍ତନ ଦେଖାଯାଉଥିବା ବେଳେ, ଆଜି ଭାରତୀୟ ବଜାରରେ ସୁନା ଦର ଉଚ୍ଚ ସ୍ତରରେ ରହିଛି। ଆଜି ସାରା ଦେଶରେ ୨୪ କ୍ୟାରେଟ ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୧,୫୭,୯୧୦ ଟଙ୍କା ରହିଛି। ସେହିପରି ୨୨ କ୍ୟାରେଟ ସୁନାର ଦର ୧,୪୪,୭୫୦ ଟଙ୍କାକୁ ପହଞ୍ଚିଛି। ବିଶେଷକରି ବିବାହ ଋତୁ ଓ ପର୍ବପର୍ବାଣୀକୁ ନଜରରେ ରଖିଲେ, ସୁନା ଦରରେ ଏହି ବୃଦ୍ଧି ଗ୍ରାହକଙ୍କ ଉପରେ କିଛି ପ୍ରଭାବ ପକାଇପାରେ।

ରାଜଧାନୀ ଭୁବନେଶ୍ୱରରେ ଆଜି ୨୪ କ୍ୟାରେଟ ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୧,୫୭,୯୧୦ ଟଙ୍କା ରହିଥିବା ବେଳେ, ୨୨ କ୍ୟାରେଟ ସୁନାର ମୂଲ୍ୟ ୧,୪୪,୭୫୦ ଟଙ୍କା ରହିଛି। ସ୍ଥାନୀୟ ବଜାରରେ ଗହଣା ବ୍ୟବସାୟୀମାନେ କହୁଛନ୍ତି ଯେ, ଉଚ୍ଚ ଦର ସତ୍ତ୍ୱେ ଗ୍ରାହକଙ୍କ ରୁଚି ସମ୍ପୂର୍ଣ୍ଣ ଭାବେ କମିନାହିଁ।
ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ମଧ୍ୟ ସୁନା ଦର ପ୍ରାୟ ସମାନ ରହିଛି। ଏଠାରେ ୨୪ କ୍ୟାରେଟ ସୁନା ୧,୫୭,୯୧୦ ଟଙ୍କା ଓ ୨୨ କ୍ୟାରେଟ ସୁନା ୧,୪୪,୭୫୦ ଟଙ୍କାରେ ବିକ୍ରି ହେଉଛି। ସେହିପରି ଦିଲ୍ଲୀ ବଜାରରେ ସୁନା ଦର କିଛିଟା ଅଧିକ ରହିଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ ସୁନାର ମୂଲ୍ୟ ୧,୫୮,୦୬୦ ଟଙ୍କା ଓ ୨୨ କ୍ୟାରେଟ ସୁନା ୧,୪୪,୯୦୦ ଟଙ୍କା ରହିଛି।
ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ସୁନା ଦର ସବୁଠାରୁ ଅଧିକ ଦେଖାଯାଇଛି। ଏଠାରେ ୨୪ କ୍ୟାରେଟ ସୁନାର ମୂଲ୍ୟ ୧,୫୯,୦୬୦ ଟଙ୍କା ଥିବା ବେଳେ ୨୨ କ୍ୟାରେଟ ସୁନା ୧,୪୫,୮୦୦ ଟଙ୍କାରେ ବିକ୍ରି ହେଉଛି। ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ୨୪ କ୍ୟାରେଟ ସୁନା ୧,୫୭,୯୧୦ ଟଙ୍କା ଓ ୨୨ କ୍ୟାରେଟ ସୁନା ୧,୪୪,୭୫୦ ଟଙ୍କା ରହିଛି।

ସୁନା ସହିତ ସହିତ ରୁପାର ଦର ମଧ୍ୟ ବଢ଼ିଛି। ଆଜି ଭାରତୀୟ ବଜାରରେ ରୁପାର ମୂଲ୍ୟ କିଲୋ ପିଛା ୨,୯୦,୦୦୦ ଟଙ୍କାରେ ପହଞ୍ଚିଛି।
କେମିତି ଜାଣିବେ ସୁନାର ଶୁଦ୍ଧତା?
ସୁନା କିଣିବା ସମୟରେ ଦର ସହିତ ସହିତ ଶୁଦ୍ଧତା ଯାଞ୍ଚ କରିବା ମଧ୍ୟ ଅତ୍ୟନ୍ତ ଜରୁରୀ। ଗ୍ରାହକମାନେ ‘BIS Care App’ ମାଧ୍ୟମରେ ସୁନାର ହଲମାର୍କ, ଲାଇସେନ୍ସ ନମ୍ବର ଓ ପଞ୍ଜୀକରଣ ସଂଖ୍ୟା ଯାଞ୍ଚ କରିପାରିବେ। ଯଦି କୌଣସି ତ୍ରୁଟି ବା ଅନିୟମିତତା ଥାଏ, ତେବେ ସିଧାସଳଖ ସରକାରଙ୍କ ନିକଟରେ ଅଭିଯୋଗ କରିବାର ବ୍ୟବସ୍ଥା ମଧ୍ୟ ରହିଛି। ଏହା ଦ୍ୱାରା ଗ୍ରାହକମାନେ ଠକେଇରୁ ନିଜକୁ ସୁରକ୍ଷିତ ରଖିପାରିବେ।
also read https://purvapaksa.com/student-tortured-for-speaking-bengali-cbi-begins-investigation/


