ବରିଷ୍ଠ ସାମ୍ବାଦିକ ରୁବେନ ବାନାର୍ଜୀଙ୍କ ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ବର୍ତ୍ତମାନର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଉପରେ ଲେଖିଥିବା ବହିରେ ସାଙ୍ଘାତିକ କଥା ଲେଖିଛନ୍ତି । ସମ୍ପ୍ରତି ପ୍ରକାଶିତ ନବୀନ ପଟ୍ଟନାୟକ ସଂସ୍କରଣରେ ରୁବେନ ଲେଖିଛନ୍ତି, ନବୀନଙ୍କ ଦିବଂଗତ ଭଉଣୀ ଗୀତା ମେହେଟ୍ଟାଙ୍କ ମୃତ୍ୟୁ ପୂର୍ବରୁ ପାଣ୍ଡିଆନଙ୍କ ଉପରେ ସନ୍ଦେହ କରିଥିଲେ । ନବୀନଙ୍କୁ ପାଣ୍ଡିଆନ ଭୁଲ ବାଟରେ ନେଉଥିବା ଭଉଣୀ ଗୀତା ମେହେଟ୍ଟାଙ୍କର ସନ୍ଦେହ ହୋଇଥିଲା ।
ରୁବେନ ବାନାର୍ଜୀ ନବୀନ ପଟ୍ଟନାୟକଙ୍କ ଉପରେ ଲେଖିଥିବା ବହିର ପଞ୍ଚମ ଅଧ୍ୟାୟ ‘ପାଣ୍ଡିଆନ କୁହକ’ରେ ଲେଖିଛନ୍ତି ଯେ, କୁହାଯାଏ ନବୀନଙ୍କର ବଡ଼ ଭଉଣୀ ଗୀତା ମେହେଟ୍ଟା ଥରେ ପାଣ୍ଡିଆନଙ୍କ କଥା ଉଠାଇଥିଲେ । ୨୦୨୩ ମସିହା ସେପ୍ଟେମ୍ବର ମାସରେ ତାଙ୍କର ନିଧନ ହେବାର ଅବ୍ୟବହିତ ପୂର୍ବରୁ ସେ ଦୁର୍ବଳ ସ୍ୱରରେ ନବୀନଙ୍କ ଲାଗି ଚିନ୍ତା କରିଥିଲେ । ସେ ତାଙ୍କୁ ଅବାଟରେ ନେଉନି ତ? ବୋଲି ତାଙ୍କୁ ଡାକ୍ତରଖାନାରେ ଦେଖୁବାକୁ ଯାଇଥିବା ଜଣେ ନିକଟତ ସହଯୋଗୀଙ୍କୁ ପଚାରି ଆଶଙ୍କା ପ୍ରକାଶ କରିଥିଲେ।
ପୁସ୍ତକରେ ଉଲ୍ଲେଖ କରାଯାଇଛି ଯେ ଦୁର୍ବଳ ଅବସ୍ଥାରେ ଥିବା ଗୀତା ମେହେଟ୍ଟା ପ୍ରଶ୍ନ କରିଥିଲେ ଯେ ପାଣ୍ଡିଆନ ନବୀନଙ୍କୁ ଭୁଲ ରାସ୍ତାରେ ନେଉଛନ୍ତି କି ? ତେବେ ରୁବେନଙ୍କ ବହିରେ ହୋଇଥିବା ଏହି ଦାବିଗୁଡ଼ିକ ସମ୍ପର୍କରେ ପାଣ୍ଡିଆନ କିମ୍ବା ବିଜେଡି ପକ୍ଷରୁ କୌଣସି ଅଧିକାରୀକ ପ୍ରତିକ୍ରିୟା ଦିଆଯାଇ ନଥିଲେ ମଧ୍ୟ, ଏହି ଘଟଣା ନୂତନ ରାଜନୈତିକ ଆଲୋଚନା ଆରମ୍ଭ କରିଛି। ବର୍ତ୍ତମାନ ବିଜେଡି ଭିତରେ, ପାଣ୍ଡିଆନ ଏବଂ ତାଙ୍କ ପତ୍ନୀ ସୁଜାତା ଆର. କାର୍ତ୍ତିକେୟନଙ୍କ ଭୂମିକା ବିଷୟରେ ଆଭ୍ୟନ୍ତରୀଣ ଆଲୋଚନା ବଢ଼ିବାରେ ଲାଗିଛି। କିଛି ନେତା ଦଳ ଭିତରେ ସୁଜାତଙ୍କ ସମ୍ଭାବ୍ୟ ଭବିଷ୍ୟତ ନେତୃତ୍ୱକୁ ସମର୍ଥନ କରୁଥିବା ଅନୁମାନ କରାଯାଉଛି। ଦଳର ନିର୍ବାଚନୀ ପରାଜୟ ପରେ, ନବୀନଙ୍କ ହସ୍ପିଟାଲରେ ଭର୍ତ୍ତି ହେବା ସମୟରେ ଦମ୍ପତିଙ୍କ ଆଚରଣକୁ ନେଇ କିଛି ବରିଷ୍ଠ ସଦସ୍ୟଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ହୋଇଥିବା ଜଣାପଡ଼ିଛି।
ଖାଲି ସେତିକି ନୁହେଁ ବିଜେଡି ନେତାଙ୍କ ସହ ସୁଜାତାଙ୍କ ଓ ନବୀନ ନିବାସରୁ ବଡ଼ଭାଇ ପ୍ରେମ ପଟ୍ଟନାୟକ ଆଉ ନବୀନଙ୍କ ସହ ପାଣ୍ଡିଆନଙ୍କ ଆଲୋଚନା ବେଳର ଭିଡିଓ ଭାଇରାଲ ହେବା ପରେ ଅଧିକ ବିବାଦ ବଢ଼ିବାରେ ଲାଗିଛି, ଏହାସହ ସୁଜାତାଙ୍କ ସହ ବରିଷ୍ଠ ବିଜେଡି ନେତାମାନେ ମେଡିକାଲରେ ଉପସ୍ଥିତ ଥିବା ଏକ ଭିଡିଓ ମଧ୍ୟ ଦେଖାଯାଇଛି। ସେପଟେ ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟ ଏବଂ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଭଳି କେତେକ ବରିଷ୍ଠ ନେତାମାନେ ଦଳରେ ପାଣ୍ଡିଆନଙ୍କ ସମ୍ପୃକ୍ତି ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି, ଏହା ବିଜେଡିରେ ଆଭ୍ୟନ୍ତରୀଣ ଅଶାନ୍ତିକୁ ପ୍ରତିଫଳିତ କରୁଛି ।
ବିଜେଡିର ସରକାରୀ ସଦସ୍ୟ ନ ହୋଇ ମଧ୍ୟ ସୁଜାତାଙ୍କ ଦଳୀୟ କାର୍ଯ୍ୟକଳାପରେ ସାମିଲ ହେବା ନେଇ ଏବେ ପ୍ରଶ୍ନ ଉଠିଛି। ବିଧାୟକ ପ୍ରଦୀପ ଦିଶାରୀ କହିଛନ୍ତି ଯେ ସୁଜାତ ଆଜି ପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ଦଳୀୟ ମଞ୍ଚରେ ଅଂଶଗ୍ରହଣ କରିନାହାଁନ୍ତି। ଦଳ ଭିତରେ ବିତର୍କ ଜାରି ରହିଥିବାରୁ, ବିକଶିତ ରାଜନୈତିକ ଗତିବିଧି ଏବଂ ଆଭ୍ୟନ୍ତରୀଣ ଘଟଣା କେଉଁ ଦିଗରେ ନେଇପାରେ ତାହା ଉପରେ ଧ୍ୟାନ ଦିଆଯାଉଛି। ରାଜନୈତିକ ବିଶ୍ଳେଷକ କୁହନ୍ତି “ଗୀତା ମେହେଟାଙ୍କ ଆଶଙ୍କା ଥିଲା ଯେ ପାଣ୍ଡିଆନଙ୍କ ଦ୍ୱାରା ନବୀନ ହୁଏତ ଭୁଲ ମାର୍ଗଦର୍ଶନ କରୁଛନ୍ତି। ସାମ୍ପ୍ରତିକ ରାଜନୈତିକ ଗତିଶୀଳତା ଏବଂ ଦଳରେ ଆଭ୍ୟନ୍ତରୀଣ ଅସ୍ଥିରତା ଯୋଗୁଁ ଏହା ପ୍ରାସଙ୍ଗିକତା ହାସଲ କରିଛି। ବର୍ତ୍ତମାନ ପରିପ୍ରେକ୍ଷୀରେ, ଏହା ମଧ୍ୟ ଏକ ବଡ଼ ପ୍ରଶ୍ନ ଉଠାଇଛି। ଦଳର ବରିଷ୍ଠ ନେତାମାନେ ମଧ୍ୟ ଏଥିରେ ଅନିଚ୍ଛୁକ”।
Also Readhttps://purvapaksa.com/cyclonic-circulation-over-bob/
