Breakfast and Dinner: ଓଜନ କମାଇବା ବର୍ତ୍ତମାନ ଯୁବପିଢୀ ପାଇଁ ପାଲଟିଛି ଏକ ନୂଆ ଟ୍ରେଣ୍ଡ ।
ତେବେ ଏଥିପାଇଁ ଯାହା ପ୍ରତି ଯୁବପିଢୀ ବିଶେଷ ଧ୍ୟାନ ଦେବା ଦରକାର ସେ ହେଉଛି ଖାଦ୍ୟ ସମୟ ମଧ୍ୟରେ ବ୍ୟବଧାନ। ଜଣେ ବ୍ୟକ୍ତିର ତିନି ସମୟର ମୁଖ୍ୟ ଖାଦ୍ୟ ଗ୍ରହଣ ସମୟ ମଧ୍ୟରେ କେତେ ବ୍ୟବଧାନ ରହିବା ଦରକାର ସେଥିପ୍ରତି ସମସ୍ତେ ସଜାଗ ରହିବା ଦରକାର ।
ଏହା ନା ଯେ କେବଳ ଶରୀର ସୁସ୍ଥ ରଖେ ବରଂ ଏହା ଏକ ସୁସ୍ଥ ଲାଇଫ ଷ୍ଟାଇଲ ବଞ୍ଚିବାରେ ମଧ୍ୟ ସାହାଯ୍ୟ କରିଥାଏ । ନିକଟରେ ହାଭାର୍ଡ ୟୁନିଭର୍ସିଟିରେ ହୋଇଥିବା ଏକ ସର୍ଭେରୁ ଜଣା ପଡିଛି କି ଯଦି ଆପଣ ଠିକ୍ ସମୟରେ ଖାଦ୍ୟ ଗ୍ରହଣ ନକରୁଛନ୍ତି ତେବେ ଏହା ଆପଣଙ୍କ ଡାଏଟ ଗୋଲକୁ କେବେ ପୂରଣ କରିପାରିବ ନାହିଁ ।
ସାଧାରଣତଃ ଖାଦ୍ୟ ସମ୍ପୂର୍ଣ୍ଣ ରୂପେ ହଜମ ହେବା ପାଇଁ ୩ ରୁ ୪ ଘଣ୍ଟା ସମୟ ଲାଗିଥାଏ । ତେଣୁ ଆପଣଙ୍କ ବ୍ରେକଫାଷ୍ଟ-ଲଞ୍ଚ ଓ ଲଞ୍ଚ-ଡିନର ମଧ୍ୟରେ ଅଧିକରୁ ଅଧିକ ୪ ଘଣ୍ଟାର ବ୍ୟବଧାନ ରହିବା ଦରକାର । ୪ ଘଣ୍ଟାରୁ ଅଧିକ ବ୍ୟବଧାନ ହେଲେ ଏହା ଏସିଡିଟି ଭଳି ସମସ୍ୟା ସୃଷ୍ଟି କରିଥାଏ । ତେବେ ଡିନର ଓ ବ୍ରେକଫାଷ୍ଟ ମଧ୍ୟରେ ୧୨ ରୁ ୧୪ ଘଣ୍ଟାର ଫାଷ୍ଟିଂ ପିରିୟଡ ରହିବା ଦରକାର । କିନ୍ତୁ ଏହି ସମୟ ୧୨ ରୁ ୧୪ ଘଣ୍ଟା ମଧ୍ୟରେ ସୀମିତ ରହିବା ଦରକାର । ଏହାଠାରୁ ଅଧିକ ସମୟ ବିଭିନ୍ନ ପ୍ରକାର ଶାରିରୀକ ସମସ୍ୟା ସୃଷ୍ଟି କରିଥାଏ ।
ଯଦି ଏହି ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ଆପଣ ଦୈନିକ ଖାଦ୍ୟ ଗ୍ରହଣ କରନ୍ତି ତେବେ ଏହା ଓଜନ କମାଇବାରେ ସାହାଯ୍ୟ କରିବା ସହ ପେଟ ଯନ୍ତ୍ରଣା ଓ ଗ୍ୟାସ ଭଳି ସମସ୍ୟାରୁ ମୁକ୍ତି ଦେଇଥାଏ । ସେହିପରି ଡିନର ଓ ବ୍ରେକଫାଷ୍ଟ ମଧ୍ୟରେ ୧୨ ଘଣ୍ଟାର ବ୍ୟବଧାନ ସଠିକ୍ ଭାବେ ଖାଦ୍ୟ ପାଚନ ପାଇଁ ଜରୁରୀ । ଏଥିସହ ସଠିକ୍ ସମୟରେ ମଧ୍ୟ ଶୋଇବା ଅଭ୍ୟାସ କରନ୍ତୁ । ଯାହା ପାଚନ କ୍ରିୟାରେ ସହାୟକ ହୋଇଥାଏ ।
ତେବେ କିଛି କଥା ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ । ବିଳମ୍ବିତ ରାତିରେ ଡିନର କରନ୍ତୁ ନାହିଁ । ଏହା ଓଜନ ବଢାଇଥାଏ । ତେଣୁ ଶୋଇବାର ପ୍ରାୟ ତିନି ଘଣ୍ଟା ପୂର୍ବରୁ ଖାଦ୍ୟ ଗ୍ରହଣ କରିବା ଅଭ୍ୟାସ କରନ୍ତୁ । ଏଥିସହ ସକାଳେ ଉଠିବାର ଅଧଘଣ୍ଟା ପରେ ବ୍ରେକଫାଷ୍ଟ କରନ୍ତୁ । କିନ୍ତୁ ଯଦି ଆପଣ ବ୍ରେକଫାଷ୍ଟ ସ୍କିପ କରୁଛନ୍ତି ତେବେ ସାବଧାନ ହୁଅନ୍ତୁ । ଏହା ଶରୀରରେ ଆବଶ୍ୟକୀୟ ମିନେରାଲ ଓ ଫାଇବରର ଅଭାବ ସୃଷ୍ଟି କରିବା ସହ ବିଭିନ୍ନ ରୋଗ ସୃଷ୍ଟି କରିଥାଏ ।
ALSO READ: https://purvapaksa.com/trek-tips/